Thursday, August 22, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ଅଭିନେତାଙ୍କ ଘର ଈଶା ଅମ୍ବାନୀଙ୍କ ବଙ୍ଗଳାଠୁ ମଧ୍ୟ ଅଧିକ ବିଳାସପୂର୍ଣ୍ଣ : ସବୁଠୁ ଶସ୍ତା ଘରେ ରୁହନ୍ତି ପ୍ରିୟଙ୍କା-ନିକ୍

ମୁମ୍ବାଇ ୧୮/୪: ଅଧିକାଂଶ ସମୟରେ ଅଭିନେତା ଅଭିନେତ୍ରୀମାନେ ନୂଆ ଘର କିଣିବା ଖବର ସାମନାକୁ ଆସିଥାଏ। ନିକଟରେ ଅଭିନେତା ପଙ୍କଜ ତ୍ରିପାଠୀ ମୁମ୍ବାଇର ମଡ ଆଇଲ୍ୟାଣ୍ଡରେ ଏକ ସି ଫେସିଙ୍ଗ୍ ଆପାର୍ଟମେଣ୍ଟ କିଣିଛନ୍ତି। ପଙ୍କଜଙ୍କ ଗୃହ ପ୍ରବେଶର ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ପଙ୍କଜ ଏହାକୁ ନିଜ ସ୍ବପ୍ନର ଘର ବୋଲି କହିଛନ୍ତି। ଘରର ମୂଲ୍ୟ ବିଷୟରେ ବର୍ତ୍ତମାନ ଯାଏଁ ଜଣାପଡ଼ିନାହିଁ। ଆଜି ଆମେ ଜାଣିବା ବଲିଉଡର ସବୁଠୁ ଦାମୀ ଘର ବିଷୟରେ

୧. ଈଶା ଅମ୍ବାନୀ ଏବଂ ଆନନ୍ଦ ପିରାମଲ : ରାଜକୀୟ ଘର ମାମଲାରେ ଈଶା ଅମ୍ବାନୀ ସବୁଠୁ ଆଗେ ରହିଛନ୍ତି। ଈଶା ଗତ ବର୍ଷ ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ। ଈଶା ଏବଂ ଆନନ୍ଦ ମୁମ୍ବାଇରେ ନିଜର ସ୍ବପ୍ନର ଘର କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଏହି ଘରର ମୂଲ୍ୟ ୪୫୨ କୋଟି। ଏହି ଘରେ ଏକ ହୀରାର ରୁମ୍ ରହିଛି ଯାହା ବାହାରୁ ଚିକଚିକ୍ କରିଥାଏ।

୨.ସୋନମ୍ କପୁର ଏବଂ ଆନନ୍ଦ ଆହୁଜା: ୨୦୧୮ମସିହା ମଇରେ ସୋନମ କପୁର ଦିଲ୍ଲୀର ବଡ଼ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ। ୩୦୦୦କୋଟି ଟଙ୍କା ସମ୍ପତ୍ତିର ମାଲିକ ଆନନ୍ଦଙ୍କ ବଙ୍ଗଳା ଦିଲ୍ଲୀରେ ରହିଛି। ଏହାର ମୂଲ୍ୟ ୧୭୩କୋଟି ବୋଲି କୁହାଯାଉଛି।

୩.ଶାହରୁଖ ଖାନ୍: ସୁପରଷ୍ଟାର କିଙ୍ଗ ଖାନଙ୍କ ବଙ୍ଗଳା ‘ମନ୍ନତ’ ମୁମ୍ବାଇର ସବୁଠାରୁ ଦାମୀ ଏବଂ ସୁନ୍ଦର ଘର ଭାବେ ଜଣା। ଶାହରୁଖ ଖାନଙ୍କୁ ବଲିଉଡର ସବୁଠୁ ଧନୀ ଅଭିନେତା ଭାବେ ଗଣାଯାଏ। ଶାହରୁଖ ଖାନଙ୍କ ଘରର ମୂଲ୍ୟ ୨୦୦କୋଟି ଟଙ୍କା।

୪.ଅମିତାଭ ବଚ୍ଚନ: ବଲିଉଡ ଶେହନଶାହ ଅମିତାଭ ବଚ୍ଚନଙ୍କ ଘରର ନାଁ ହେଉଛି ଜଲସା। ଏଠାରେ ଅମିତାଭ ପୁଅ ଅଭିଷେକ,ଐଶ୍ଚର୍ଯ୍ୟା ଏବଂ ପତ୍ନୀ ଜୟାଙ୍କ ସହ ରୁହନ୍ତି। ବିଗ ବିଙ୍କ ଜୁହୁ ସ୍ଥିତ ଏହି ବଙ୍ଗଳାର ମୂଲ୍ୟ ପାଖାପାଖି ୧୬୦କୋଟି।

୫.ସୈଫ ଅଲ୍ଲୀ ଖାନ୍: ସୈଫ ପଟୈାଦି ପରିବାରର ନବାବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସୈଫଙ୍କ ପଟୈାଦି ପ୍ୟାଲେସର ମୂଲ୍ୟକୁ ମଧ୍ୟ ଅମ୍ବାନୀଙ୍କ ପରିବାର ଛୁଇଁ ପାରିନାହିଁ। ଏହି ପଟୈାଦି ପ୍ୟାଲେସର ମୂଲ୍ୟ ହେଉଛି ୭୫୦କୋଟି।

୬.ଶିଲ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା: ଶିଲ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା ବଲିଉଡର ରୟାଲ୍ କପଲରେ ଗଣାଯାଆନ୍ତି। ଶିଲ୍ପା ସେଟ୍ଟୀ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି। ତାଙ୍କ ବଙ୍ଗଳାର ନାଁ ‘କିନାରା’। ଏହି ବଙ୍ଗଳା ସମୁଦ୍ର କୂଳରେ ଅବସ୍ଥିତ ଏବଂ ଏହାର ମୂଲ୍ୟ ୧୦୦କୋଟି।

୭.ଅକ୍ଷୟ କୁମାର: ଅକ୍ଷୟ କୁମାରଙ୍କ ବଙ୍ଗଳା ଜୁହୁ କୂଳରେ ଅବସ୍ଥିତ। ଯେଉଁଠାରୁ ଆରବ ସାଗରର ସୁନ୍ଦରତା ଦେଖାଯାଏ। ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ ଖାନ୍ନାଙ୍କ ଏହି ଘରର ମୂଲ୍ୟ ୮୦କୋଟି ଟଙ୍କା। ନିକଟରେ ଅକ୍ଷୟ କୁମାର୪କୋଟି ଟଙ୍କାର ୪ଟି ଆପାର୍ଟମେଣ୍ଟ ଏକାଠି କିଣିଛନ୍ତି।

୮.ଆମୀର ଖାନ୍: ବର୍ଷକୁ ଗୋଟିଏ ଫିଲ୍ମ ଦେଉଥିବା ଆମୀର ଖାନଙ୍କ ବାନ୍ଦ୍ରା ସ୍ଥିତ ଘରର ମୂଲ୍ୟ ୬୦ କୋଟି ଟଙ୍କା। ଏଠାରେ ସେ ନିଜ ସ୍ତ୍ରୀ କିରଣ ରାଓ ଏବଂ ପୁଅ ଆଜାଦ ରାଓଙ୍କ ସହ ରୁହନ୍ତି।

୯.ଦୀପିକା ପାଦୁକୋଣ ଏବଂ ରଣବୀର ସିଂହ: ବିବାହ ପରେ ଦୀପିକା ଏବଂ ରଣବୀର ମଧ୍ୟ ଘର କିଣିଛନ୍ତି ଯାହାର ମୂଲ୍ୟ ୫୦କୋଟି ଟଙ୍କା ବୋଲି କୁହାଯାଉଛି।

୧୦.ପ୍ରିୟଙ୍କା ଏବଂ ନିକ୍: ଏହା ବ୍ୟତୀତ ପ୍ରିୟଙ୍କା ଏବଂ ନିକ୍ ମଧ୍ୟ ଲସଏଞ୍ଜେଲସରେ ଏକ ବିଳାସମୟ ପ୍ରାସାଦ କିଣିଛନ୍ତି ଯାହାର ମୂଲ୍ୟ ମାତ୍ର ୪୭କୋଟି ଟଙ୍କା।        

771 Views

   ସମ୍ବନ୍ଧିତ ଖବର