ଏହି ସୁନ୍ଦର ଅଭିନେତାଙ୍କୁ ପସନ୍ଦ କରନ୍ତି ଇଶା ଅମ୍ବାନୀ, ସମସ୍ତଙ୍କ ସାମ୍ନାରେ କରିଥିଲେ ପ୍ରପୋଜ୍

Published By : Prameya-News7 Bureau | September 22, 2019 IST

ମୁମ୍ବାଇ୨୦|୯: ବିଶ୍ବର ୨୦ ଜଣ ସବୁଠୁ ଧନୀ ଲୋକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୁକେଶ ଅମ୍ବାନୀ। ତାଙ୍କ ପରିଚୟର ଆବଶ୍ୟକତା ନାହିଁ। ତାଙ୍କ ନାଁ ଶୁଣିଲେ ଲୋକେ ଟଙ୍କା, ଧନ ବିଷୟରେ ଭାବନ୍ତି। ସାଧାରଣତଃ ଅମ୍ବାନୀଙ୍କ ନାଁ ଶୁଣିଲେ ଲୋକଙ୍କ ଭାବନାରେ କୋଟି କୋଟି ସମ୍ପତ୍ତି ଆସିଥାଏ। ତେବେ ମୁକେଶଙ୍କ ଝିଅ ଇଶା ଅମ୍ବାନୀଙ୍କ ବିଷୟରେ କିଛି ଖାସ କଥା ଜାଣନ୍ତୁ।

{"id":160909}

ଇଶା ଅମ୍ବାନୀ ବଲିଉଡର ଜଣେ ଅଭିନେତାଙ୍କୁ ବହୁତ ପସନ୍ଦ କରନ୍ତି। ଇଶା ତାଙ୍କ ପ୍ରେମ ବିଷୟରେ ସମସ୍ତଙ୍କ ସାମ୍ନାରେ କହିଥିଲେ। ଇଶାଙ୍କ ବିବାହ ପିରାମଲର ମାଲିକଙ୍କ ପୁଅ ଆନନ୍ଦ ପିରାମଲ ସହ ହୋଇଛି। ହେଲେ ଇଶାଙ୍କ କ୍ରସ୍‌ ହେଉଛନ୍ତି ବଲିଉଡର ଜଣେ ଅଭିନେତା ।

{"id":160908}

ଏହି ଅଭିନେତା ହେଉଛନ୍ତି ରଣବୀର ସିଂହ। ଅନେକ ବ୍ଲକ୍‌ବଷ୍ଟର ଫିଲ୍ମରେ କାମ କରିଥିବା ଅଭିନେତା ରଣବୀରଙ୍କୁ ବହୁତ ପସନ୍ଦ କରନ୍ତି ଇଶା। ଇଶା ଥରେ ମିଡିଆ ସାମ୍ନାରେ କହିଥିଲେ ଯେ, ସେ ରଣବୀର କପୁରଙ୍କୁ ବହୁତ ପସନ୍ଦ କରନ୍ତି। ଇଶା ରଣବୀରଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି ପ୍ରକାଶ କରିଥିଲେ।

{"id":160907}

ବଲିଉଡରେ କମ ଦିନ ମଧ୍ୟରେ ସଫଳତା ହାସଲ କରିଥିବା ରଣବୀର ନିଜ ଷ୍ଟାଇଲ ପାଇଁ ମଧ୍ୟ ପରିଚିତ। ଆଜିକାଲି ରଣବୀର ଟ୍ରେଣ୍ଡରେ ଅଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ରଣବୀରଙ୍କର ଅଗଣିତ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.