Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଇଶା ଅମ୍ବାନୀଙ୍କୁ ୪୫୦ କୋଟିର ବଙ୍ଗଳା ଉପହାର ଦେଲେ ଶାଶୁ ଶ୍ୱଶୁର

18/11/2018 at 4:26 PM

ମୁମ୍ବାଇ ୧୮/୧୧ : ବି-ଟାଉନରେ ଚାଲିଛି ବାହାଘର ଶୀଜନ | ରଣବୀର ଦୀପିକାଙ୍କ ବାହାଘର ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ | ନିକଟରେ ଇଶା ଅମ୍ବାନୀଙ୍କ ନିର୍ବନ୍ଧ ଆନନ୍ଦ ପିରାମଲଙ୍କ ସହିତ ସରିଛି | ଆସନ୍ତା ଡିସେମ୍ବର ୧୨ ତାରିଖରେ ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘର ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ହେବାକୁ ଅଛି | ହିନ୍ଦୁ ରୀତିନୀତି ଏବଂ ପରମ୍ପରା ଅନୁଯାୟୀ ଉଭୟ ବିବାହ ସମ୍ପନ୍ନ ହେବ |

ବାହାଘର ପରେ ଇଶା ଅମ୍ବାନୀ ରହିବେ ୪୫୦ କୋଟି ମୂଲ୍ୟର ବଙ୍ଗଳାରେ | ସମୁଦ୍ର ମୁହାଁ ଏହି ବଙ୍ଗଳା ୱର୍ଲିରେ ଅବସ୍ଥିତ | ତେବେ ଇଶାଙ୍କ ପାଇଁ ଏହା ତାଙ୍କ ଶ୍ୱଶୁର ଅଜୟ ପିରାମଲ ଏବଂ ଶାଶୁ ସ୍ଵାତି ପିରାମଲଙ୍କ ଉପହାର | ଅଜୟ ଏବଂ ସ୍ଵାତି ୨୦୧୨ ମସିହାରେ ହିନ୍ଦୁସ୍ତାନ ୟୂନିଲିଭର କମ୍ପାନୀ ଠାରୁ ଏହି ବଙ୍ଗଳା ୪୫୦ କୋଟି ଟଙ୍କାରେ କିଣିଥିଲେ |

ଆସନ୍ତା ଡିସେମ୍ବର ୨ ତାରିଖରେ ଏହି ବଙ୍ଗ୍ଲୋରେ ଗୃହ ପ୍ରବେଶ ପୂଜା କରାଯିବ ଏବଂ ୧୨ ତାରିଖ ପରେ ଉଭୟ ନବ ଦମ୍ପତି ଏହି ବଙ୍ଗଳାରେ ରହିବେ |

ମୁକେଶ ଅମ୍ବାନୀ କିଛି ଦିନ ପୂର୍ବରୁ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ବିବାହର ପ୍ରଥମ ନିମନ୍ତ୍ରଣ ଦେବା ସହ ଭଗବାନଙ୍କ ଆଶୀର୍ବାଦ ଲୋଡ଼ିବା ପାଇଁ ଯାଇଥିଲେ |

ରିପୋର୍ଟ ଅନୁଯାୟୀ ଇଶା ଅମ୍ବାନୀଙ୍କ ବିବାହ ନିମନ୍ତ୍ରଣ କାର୍ଡର ମୂଲ୍ୟ ୩ ଲକ୍ଷ ଟଙ୍କା | ନିମନ୍ତ୍ରଣ କାର୍ଡ ଯେଉଁ ବକ୍ସରେ ରହିଛି ସେହି ବକ୍ସକୁ ଖୋଲିବା ମାତ୍ରେ ଗାୟତ୍ରୀ ମନ୍ତ୍ର ଆରମ୍ଭ ହୋଇଥାଏ |

   Related Posts