ଜ୍ଵାଇଁ ମୃତ୍ୟୁ ମାମଲାରେ କ'ଣ ଶାଶୁ କ୍ଷତିପୂରଣ ପାଇବାକୁ ହକଦାର ? ନିଷ୍ପତ୍ତି ଶୁଣାଇଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫।୧୦: ନିଜ ଜ୍ଵାଇଁ ସହ ରହୁଥିବା ଶାଶୁ ମଧ୍ୟ ମୋଟର ଯାନ ଆକ୍ଟ ଆଧାରରେ ଆଇନଗତଃ ପ୍ରତିନିଧି ହୋଇ ପାରିବ ଏବଂ ସେ ମଧ୍ୟ କ୍ଷତିପୂରଣ ପାଇଁ ଯାଚିକା ଦାଖଲ କରିବାକୁ ହକଦାର। ସୁପ୍ରିମକୋର୍ଟର ବିଚାରପତି ଏସଏ ନଜିରଙ୍କ ନେତୃତ୍ଵାଧୀନ ପୀଠ କହିଛନ୍ତି, ନିଜ ଝିଅ ଏବଂ ଜ୍ଵାଇଁ ସହ ଶାଶୁ ରହିବା ଭାରତୀୟ ସମାଜରେ ଏହା ବଡ କଥା ନୁହେଁ।

ବୃଦ୍ଧ ହେଲେ ମା ନିଜ ଝିଅ ଘରେ ରହିଥାଏ। ସେ ନିଜ ଜ୍ଵାଇଁ ଉପରେ ନିର୍ଭରଶୀଳ ରୁହନ୍ତି। ମୃତକଙ୍କ ଶାଶୁ ଆଇନ ଅନୁସାରେ ଉତ୍ତରାଧିକାରୀ ହୋଇ ପାରିବେ ନାହିଁ ମାତ୍ର ଜ୍ଵାଇଁ ଉପରେ ନିର୍ଭର ଶାଶୁ ନିଜ ଜ୍ଵାଇଁର ମୃତ୍ୟୁ ମାମଲାରେ ମୋଟର ଯାନ ଆକ୍ଟ ଆଧାରରେ କ୍ଷତିପୂରଣ ପାଇବାର ଦାବିଦାର ହୋଇ ପାରିବ। ବର୍ତ୍ତମାନ ମାମଲାରେ ମୃତକଙ୍କ ପତ୍ନୀ କେରଳ  ହାଇକୋର୍ଟର ସେହି ଆଦେଶକୁ ଚ୍ୟାଲେଞ୍ଜ ଦେଇଥିଲେ ଯେଉଁଥିରେ ହାଇକୋର୍ଟ ମୃତକଙ୍କ ଶାଶୁଙ୍କୁ ଆଇନଗତ ପ୍ରତିନିଧି ସ୍ଵୀକାର କରିନଥିଲା ଏବଂ କ୍ଷତିପୂରଣ ରାଶି ହ୍ରାସ କରି ଦେଇଥିଲେ।

ଅନ୍ୟପଟେ ମୋଟର ଯାନ ଦାବି ପ୍ରାଧିକରଣ ପୀଡିତ ପରିବାରଙ୍କୁ ୭୪ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ଆଦେଶ ଦେଇଥିଲେ। ମାତ୍ର ହାଇକୋର୍ଟ ଏହାକୁ ହ୍ରାସ କରି ୪୮ ଲକ୍ଷରୁ ୩୯ ହଜାର କରି ଦେଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି ମୋଟର ଯାନ ଆକ୍ଟର କହିବା କଥା କ୍ଷତିପୂରଣ ନିରପେକ୍ଷ ଏବଂ ଯୁକ୍ତିଯୁକ୍ତ ହେବା ଉଚିତ୍। ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ମୋଟର ଯାନ ଆକ୍ଟ ଆଇନଗତ ପ୍ରତିନିଧିକୁ ପରିଭାଷିତ କରେ ନାହିଁ। ସାଧାରଣତଃ ପ୍ରତିନିଧିର ଅର୍ଥ ଯିଏ ଲିଗାଲ ପ୍ରତିନିଧି ହୋଇଥିବ ଏବଂ ଯାହାକୁ କ୍ଷତିପୂରଣ ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.