କ'ଣ ଦକ୍ଷିଣ ଭାରତ ନୂଆ ହଟସ୍ପଟ ହେବାକୁ ଯାଉଛି ? ଦିଲ୍ଲୀ ଭଳି ସ୍ଥିତି ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ଉପୁଜିବ କି...?

Published By : Prameya-News7 Bureau | July 26, 2020 IST

ନୂଆଦିଲ୍ଲୀ୨୬/୬: ଦେଶରେ ଗତ ୨୪ ଘଣ୍ଟାରେ ୪୮ ହଜାର ୬୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୭୦୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା  ବିପଦ ଯାଇନାହିଁ ବୋଲି ମନ୍‌କି ବାତ୍‌ରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେପଟେ କରୋନାରେ ଆକ୍ରାନ୍ତ ହୋଇଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ସୁସ୍ଥ ଥିବା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ଏତିକି ବେଳେ ଚିନ୍ତା ବଢାଉଛି ଦକ୍ଷିଣ ଭାରତରେ ବଢୁଥିବା ସଂକ୍ରମଣ ।

କଣ ଦକ୍ଷିଣ ଭାରତ ନୂଆ ହଟସ୍ପଟ ହେବାକୁ ଯାଉଛି? କଣ ଦିଲ୍ଲୀ ଭଳି ସ୍ଥିତି ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ଉପୁଜିବ କି?  ସ୍ଥିତି ସେମିତି କିଛି ଆଭାସ ଦେଉଛି। ବିଶେଷ କରି କର୍ଣ୍ଣାଟକ, କେରଳ ଏବଂ ତେଲେଙ୍ଗାନାରେ ଯେଉଁଭଳି ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢି ଚାଳିଛି ଏଭଳି ଭୟ ମଧ୍ୟ ଦେଖାଦେଲାଣି। ବେଙ୍ଗଳୁରୁରେ ଚିହ୍ନଟ ହୋଇଥିବା ୩ ହଜାର ଆକ୍ରାନ୍ତ ପତ୍ତା ମିଳୁନି ।  ଯାହାକି ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି କରିଛି। କର୍ଣ୍ଣାଟକରେ ଏବେ ଲକ୍ଷେ ପାଖାପାଖି ହେଲାଣି ସଂକ୍ରମଣ। ପୂର୍ବରୁ କେରଳ ସରକାର ଗୋଷ୍ଠୀ ସଂକ୍ରମଣର ସ୍ବୀକାର କରିଥିଲେ। ସେହଭଳି ତେଲେଙ୍ଗାନାରେ ମଧ୍ୟ ୫୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି।

ଦେଶରେ ଗତ ତିନି ଦିନ ଧରି ୫୦ ହଜାର ପାଖାପାଖି ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଶୁକ୍ରବାର ୪୯ ହଜାର ୩୧୦,  ଆଉ ଶନିବାର ୪୮ ହଜାର ୯୧୬ ଏବଂ ଆଜି ୪୮ ହଜାର ୬୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମିତି ମୃତ୍ୟୁ ସଂଖ୍ୟା ଦୈନିକ ୭ ଶହପାଖାପାଖି ରହୁଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୨ ହଜାର ୬୩କୁ ବୃଦ୍ଧି ପାଇଛି । ଦେଶରେ ଏପର୍ଯ୍ୟନ୍ତ ୧୩ ଲକ୍ଷ ୮୫ ହଜାର ୫୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ବିପଦ ଟଳିନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି। ଏଥିପାଇଁ ସେ ଅଧିକ ସତର୍କ ରହିବା ଲାଗି ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମକୁ ହସ୍ପିଟାଲରୁ ରହି ଦେଖୁଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଗତକାଲି ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ ହସ୍ପିଟାଲରୁ ଏକ ଭିଡିଓ ବାର୍ତ୍ତାରୁ ସେ କହିଛନ୍ତି ଯେ ସୁସ୍ଥ ଅଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ଅନ୍ୟମାନଙ୍କୁ ମଧ୍ୟ କରୋନା ଲକ୍ଷଣ ନ ଲୁଚାଇବା ଲାଗି ସେ ପରାମର୍ଶ ଦେଇଛନ୍ତି।

ଦେଶ ସାରା ଏବେ ଜୁଲାଇ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ବିଶେଷଜ୍ଞମାନେ କହିଛନ୍ତି ଦେଶରେ ଭିନ୍ନ ଭିନ୍ନ ସମୟରେ କରୋନା ପିକ୍‌ରେ ପହଞ୍ଚିବ। ଆସନ୍ତା ସପ୍ତାହରେ ଦିଲ୍ଲୀରେ ସ୍ଥିତି ସର୍ବୋଚ୍ଚ ସୀମାରେ ପହଞ୍ଚିବା ସମ୍ଭାବନା ରହିଛି। ଏହାପରେ ସେଠାରେ କରୋନା ଗ୍ରାଫ ନଇଁପାରେ। ତେବେ ଦକ୍ଷିଣ ଭାରତରେ ସେପଟେମ୍ବର ପର୍ଯ୍ୟନ୍ତ ସ୍ଥିତି ଲମ୍ବିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.