Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପାକିସ୍ତାନ ପାଇଁ ଇତିହାସ ରଚିବାକୁ ଯାଉଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ !

1/06/2021 at 10:03 PM

ନୂଆଦିଲ୍ଲୀ ୦୧।୦୬: ଭାରତର ପରମ ମିତ୍ର ରୁଷର ପାକିସ୍ତାନ ସହ ନିବିଡତା ବଢିବାରେ ଲାଗିଛି। ପାକିସ୍ତାନ ନିକଟରେ ରୁଷ ସହିତ ଏକ ଗ୍ୟାସ୍ ପାଇପଲାଇନ୍‌ ଉପରେ ବଡ ରାଜିନାମା କରିଛି। ସୂଚନା ଅନୁଯାୟୀ, ଏହି ରାଜିନାମା ଉପରେ ହସ୍ତାକ୍ଷର ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ଗସ୍ତରେ ଯାଇ ପାରନ୍ତି। ପାକିସ୍ତାନୀ ଅଧିକାରୀଙ୍କ ଅନୁଯାୟୀ, ଗତ ସପ୍ତାହରେ କରାଚିରୁ କସୁର ପର୍ଯ୍ୟନ୍ତ ଗ୍ୟାସ୍ ପାଇପଲାଇନ୍  ବିଛାଇବା ପାଇଁ ଦୁଇ ଦେଶ ନୂତନ ରାଜିନାମା ଉପରେ ଦସ୍ତଖତ କରିଛନ୍ତି। ଏହା ପରେ ପୁଟିନଙ୍କ ପାକିସ୍ତାନ ଯାତ୍ରାର ସମ୍ଭାବନା ବଢି ଯାଇଛି। ପ୍ରାୟ ଦୁଇ ଦଶନ୍ଧି ହେବ ପୁଟିନଙ୍କ ହାତରେ ରୁଷର ଶାସନ ଡୋରି ରହିଛି। କିନ୍ତୁ ସେ ଆଜି ପର୍ଯ୍ୟନ୍ତ ପାକିସ୍ତାନ ଗସ୍ତ କରି ନାହାନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ପାକିସ୍ତାନ ଓ ରୁଷ ଉଭୟ ପୁଟିନଙ୍କ ପାକିସ୍ତାନ ଗସ୍ତକୁ ନେଇ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ଦେଇ ସାରିଛନ୍ତି। କୂଟନୈତିଜ୍ଞଙ୍କ ମତରେ ଯେବେ ପୁଟିନଙ୍କ ପାଖରେ ବିକ୍ରି କରିବାକୁ କିଛି ବଡ ଥାଏ, ତେବେ ସେ ବିଦେଶ ଗସ୍ତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି। ସେହି ଦୃଷ୍ଟିରୁ ଗ୍ୟାସ୍ ପାଇପଲାଇନ୍ ଉପରେ ହସ୍ତାକ୍ଷର ସହ ପୁଟିନଙ୍କ ପାକିସ୍ତାନ ଗସ୍ତ ସମ୍ଭାବନା ବଢି ଯାଇଛି।

ପାକିସ୍ତାନ ଚାହୁଁଛି ଯେ, ରାଷ୍ଟ୍ରପତି ପୁଟିନଙ୍କ ହାତରେ ଏହି ପ୍ରକଳ୍ପର ଉଦଘାଟନ ହେଉ। ଚଳିତ ବର୍ଷ ଶେଷ ଆଡକୁ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ଏହି ଗ୍ୟାସ୍ ଲାଇନ୍ ପ୍ରକଳ୍ପର ଉଦ୍‌ଘାଟନ ହୋଇପାରେ। ଏପ୍ରିଲରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଇସଲାମାବାଦ ଗସ୍ତ କରିଥିଲେ। ଏହି ଗସ୍ତରେ ରାଷ୍ଟ୍ରପତି ପୁଟିନଙ୍କ ପକ୍ଷରୁ ମସ୍କୋ ଇସଲାମାବାଦକୁ ଯଥା ସମ୍ଭବ ସହାୟତା କରାଯିବ ବୋଲି ଲାଭରୋଭ କହିଥିଲେ।

ରୁଷ ଓ ପାକିସ୍ତାନ ମଧ୍ୟରେ ଗତ ସପ୍ତାହରେ ମସ୍କୋରେ ‘ପାକିସ୍ତାନ ଷ୍ଟିମ ନ୍ୟାଚୁରାଲ ଗ୍ୟାସ୍ ପାଇପଲାଇନ’ର ନିର୍ମାଣ ପାଇଁ ଏକ ରାଜିନାମା ଉପରେ ହସ୍ତାକ୍ଷର କରିଥିଲେ। ରୁଷ ଶକ୍ତି ମନ୍ତ୍ରୀ ନିକୋଲାଇ ଶୁଲଗିନୋଭ ଓ ପାକିସ୍ତାନର ରାଷ୍ଟ୍ରଦୂତ ଶଫକତ ଅଲୀ ଖାନ ଶୁକ୍ରବାର ଚୁକ୍ତିନାମା ଉପରେ ହସ୍ତାକ୍ଷର କରିଥିଲେ।

   Related Posts