ଆଲିୟା-ରଣବୀରଙ୍କ ବ୍ରେକ-ଅପ୍ ! ଇଣ୍ଡଷ୍ଟ୍ରିରେ ହାଲ୍ଲାବୋଲ

Published By : Prameya-News7 Bureau | March 19, 2020 IST

ମୁମ୍ବାଇ ୧୯/୩: ଆଲିୟା ଭଟ୍ଟ ଏବଂ ରଣବୀର କପୁର ବଲିଉଡର ସବୁଠୁ ଲୋକପ୍ରିୟ କପଲ୍ସ ଭାବେ ଜଣାଯାଆନ୍ତି। ଦୁଇ ସେଲିବ୍ରିଟି ଗତ କିଛି ଦିନ ହେବ ନିଜ ରିଲେସନଶିପକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ଆଗରୁ ଶୁଣିବାକୁ ମିଳୁଥିଲା ଯେ ଦୁହେଁ ଖୁବ୍ ଶୀଘ୍ର ବିବାହ କରି ପାରନ୍ତି। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ଉଭୟଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ।

wp:core-embed/instagram {"url":"https://www.instagram.com/p/B9vlw9UB7ZZ/","type":"rich","providerNameSlug":"instagram","className":""}
https://www.instagram.com/p/B9vlw9UB7ZZ/
/wp:core-embed/instagram

ସୂଚନା ଅନୁଯାୟୀ, ରଣବୀର କପୁର ନିକଟରେ ଆଲିୟାଙ୍କ ସହ ଉଚିତ୍ ବ୍ୟବହାର କରିନାହାନ୍ତି ଯାହା ଫଳରେ ଉଭୟଙ୍କର ବ୍ରେକଅପ୍ ହୋଇଯାଇଛି। କିନ୍ତୁ ଦୁହେଁ ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି। ରଣବୀର ଏବଂ ଆଲିୟା  ଏବେ ବି ଏକାଠି ଅଛନ୍ତି। କିଛି ଦିନ ତଳେ ଆଲିୟା ନିଜ ଗାର୍ଲ ଗ୍ୟାଙ୍ଗ ସହ ନିଜ ବାର୍ଥ ଡେ ସେଲିବ୍ରେଟ୍ କରୁଥିବା ନଜର ଆସିଥିଲେ ଏବଂ ଆଲିୟାଙ୍କ ସହ ରଣବୀର ନଥିଲେ। ଏହାପରଠୁ ଏପରି ଗୁଜବ ଶୁଣିବାକୁ ମିଳିଥିଲା।

{"id":240698,"sizeSlug":"large"}

ଓ୍ବର୍କଫ୍ରଣ୍ଟ କଥା କହିବା ଯଦି ଆଲିୟା ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁରଙ୍କ ସହ କାମ କରୁଛନ୍ତି। ଏହା ରଣବୀରଙ୍କ ସହ ତାଙ୍କ ପ୍ରଥମ ଫିଲ୍ମ। ଏହାକୁ ଅର୍ୟାନ୍ ମୁଖାର୍ଜୀ ଡାଇରେକ୍ଟ କରିଛନ୍ତି। ଏହି ଫିଲ୍ମରେ ମୌନି ରାୟ ଏବଂ ଅମିତାଭ ବଚ୍ଚନ  ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହା ବ୍ୟତୀତ ଆଲିୟା ଭଟ୍ଟ କରଣ ଜୋହରଙ୍କ ଫିଲ୍ମ ‘ତଖ୍ତ’ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ରଣବୀର ସିଂହ,ବିକି କୌଶଲ,ଅନିଲ କପୁର,ଭୂମି ପେଡନେକର,ଜାହ୍ନବୀ କପୁର ମଧ୍ୟ ନଜର ଆସିବେ।

{"id":240703,"sizeSlug":"large"}

ଆଲିୟା ନିଜ ବାପାଙ୍କ ସହ ପ୍ରଥମ ଥର ଫିଲ୍ମ ‘ସଡ଼କ ୨’ରେ କାମ କରୁଛନ୍ତି। ଏହି ଫିଲ୍ମରେ ଆଦିତ୍ୟ ରାୟ କପୁର,ସଞ୍ଜୟ ଦତ୍ତ ଏବଂ ପୂଜା ଭଟ୍ଟ ମଧ୍ୟ କାମ କରୁଛନ୍ତି। ଆଲିୟା ଏହା ବ୍ୟତୀତ ସଞ୍ଜୟ ଲୀଲା ଭନସାଲିଙ୍କ ସହ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି।

{"id":240705,"sizeSlug":"large"}

ସେହିପରି ରଣବୀର କପୁର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବ୍ୟତୀତ ‘ଶମଶେରା’ରେ କାମ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ବାଣୀ କପୁର କାମ କରୁଛନ୍ତି।

{"id":240706,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.