Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୮୦୫ ପଜିଟିଭ୍
  • ||
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

ଏବେ ଏବେ ବିବାହ କରିଥିବା ପ୍ରିୟଙ୍କା ଚୋପଡା ଗର୍ଭବତୀ ଅଛନ୍ତି କି ?

16/02/2019 at 4:47 PM

ମୁମ୍ୱାଇ୧୬|୨: ପ୍ରିୟଙ୍କା ଚୋପଡା ଯୋନାସ ଅଧିକାଂଶ ସମୟରେ ନିଜ ପରିଧାନ ଶୈଳି ପାଇଁ ଚର୍ଚ୍ଚାରେ ଥାନ୍ତି। ବିବାହ ପରେ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ନିକ୍‌ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ହନିମୁନରୁ ଫେରିଲା ପରେ ଅନେକ ଫ୍ୟାସନ ୱିକ୍‌ରେ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଛି।
ଏବେ କିଛି ଦିନ ତଳେ ନ୍ୟୁୟର୍କ ଫ୍ୟାସନ ୱିକ୍‌ରେ ପ୍ରିୟଙ୍କା ସାମିଲ ହୋଇଥିଲେ। ଏହି ଫ୍ୟାସନ ୱିକ୍‌ ଇଭେଣ୍ଟରେ ପ୍ରିୟଙ୍କା ଚେକ୍‌ ମିନି ସ୍କର୍ଟ ପିନ୍ଧିଥିଲେ। ତେବେ ଏହି ଇଭେଣ୍ଟର କିଛି ଫଟୋ ଭାଇରାଲ ହୋଇଛି। ଫଟୋରେ ଏମିତି ଲାଗୁଛି ଯେମିତି ପ୍ରିୟଙ୍କା ଖୁବ୍‌ ଶୀଘ୍ର ମାଁ ହେବାକୁ ଯାଉଛନ୍ତି। ପ୍ରିୟଙ୍କାଙ୍କ ବେବି ବମ୍ପ ଫଟୋରେ ଦେଖାଯାଇଛି।
ତେବେ ଏହା ସତ ନୁହଁ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଏହା ଗୁଜବ ହୋଇଥାଇପାରେ। ତେବେ ଏହି ବିଷୟରେ ପ୍ରିୟଙ୍କା ଓ ନିକ୍‌ କିଛି ସୂଚନା ଦେଇନାହାନ୍ତି। ପ୍ରୟଙ୍କା ଏବେ ଫରହାନ ଅଖତରଙ୍କ ଫିଲ୍ମ ଦ ସ୍କାଏ ଇଜ ପିଙ୍କରେ କାମ କରୁଛନ୍ତି। ବିବାହ ପୂର୍ବରୁ ଏହି ଚଳଚ୍ଚିତ୍ରର କିଛି ଭାଗ ଶୁଟିଂ ପ୍ରିୟଙ୍କା କରିସାରିଥିଲେ। ଏହା ସହ ଫିଲ୍ମ ଇଜଣ୍ଟ ଇଟ ରମାଣ୍ଟିକରେ ପ୍ରିୟଙ୍କାଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

   Related Posts