Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପାକିସ୍ତାନର ରାଜନୀତିକୁ ପୁଣି ଫେରିବେ ପରଭେଜ ମୁଶର୍ରଫ, ପତନ ଘଟି ପାରେ ଇମ୍ରାନ ଖାନଙ୍କ ସରକାର!

5/10/2019 at 1:45 PM

ଇସ୍ଲାମାବାଦ୫|୧୦: ପାକ୍‌ ସେନାର ଅବସର ପ୍ରାପ୍ତ ଜେନେରାଲ ପରଭେଜ ମୁଶର୍ରଫଙ୍କ ଉପରେ ପାକିସ୍ତାନ ପୁଣି ବିଶ୍ବାସ କରିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର ଏବେ ବିବାଦରେ ଛନ୍ଦି ହୋଇଥିବା ବେଳେ ମୁଶର୍ରଫଙ୍କ ପାକସ୍ତାନକୁ ଫେରିବା ଘଟଣା ଏକ ନୂଆ ମୋଡ ନେବ ବୋଲି ଚର୍ଚ୍ଚା ହେଉଛି। ଏନେଇ ପାକ୍‌ର ପୂର୍ବତନ ଏକଛତ୍ରବାଦୀ ସେନାର ଜେନେରାଲ ଓ ରାଷ୍ଟ୍ରପତି ମୁଶର୍ରଫଙ୍କୁ ପୁଣି ପାକିସ୍ତାନ ରାଜନୀତିକୁ ଫେରି ପାରନ୍ତି ବୋଲି ଜୋର ଚର୍ଚ୍ଚା ହେଉଛି।

ପୂର୍ବ ଅପେକ୍ଷା ଏବେ ମୁଶର୍ରଫଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ତେଣୁ ଅକ୍ଟୋବର ୬ ତାରିଖରେ ପାକିସ୍ତାନକୁ ପୁଣି ଫେରି ପାରନ୍ତି ବୋଲି  ଅଲ୍‌ ପାକିସ୍ତାନ ମୁସଲିମ୍‌ ଲିଗ୍(ଏପିଏମଏଲ ) ପାର୍ଟିର ନେତା କହିଛନ୍ତି। ୨୦୧୬ ମସିହା ମାର୍ଚ୍ଚ ମାସରୁ ସେ ଦୁବାଇରେ ରହି ଆସୁଛନ୍ତି। ୨୦୦୭ ମସିହାରେ ଦେଶର ସମ୍ବିଧାନକୁ ଅବମାନନା କରିବା ଅଭିଯୋଗରେ ତାଙ୍କ ଉପରେ ଦେଶ ଦ୍ରୋହ ମାମଲା ଚାଲିଛି।

ଅଲ ପାକସ୍ତାନ ମୁସଲିମ୍‌ ଲିଗ୍‌ର ସଂସ୍ଥାପକ  ମୁଶର୍ରଫଙ୍କ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ସେ ରାଜନୀତିରୁ ଦୂରେଇ ରହିଥିଲେ। ମୁଶର୍ରଫଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ପରେ ସେ ରାଜନୀତିକୁ ପୁଣି ସେ ଫେରିପାରନ୍ତି ବୋଲି ଏକ୍ସପ୍ରେସ ଟ୍ରିବ୍ୟୁନର ନେତା କହିଛନ୍ତି। ଏପିଏମଏଲ ପାର୍ଟିର ସଚିବ ମେହରୀନ ମଲିକ୍‌ କହିଛନ୍ତି ଯେ, ବର୍ଷେ ହେଲା ଲଣ୍ଡନର ଏକ ଘରୋଇ ହସ୍ପିଟାଲରେ ମୁଶର୍ରଫଙ୍କ ଚିକିତ୍ସା ହେଉଥିଲେ। ଏବେ ସେ ସୁସ୍ଥ ହୋଇ ଦୁବାଇ ଫେରି ଆସିଛନ୍ତି।

ପାକିସ୍ତାନର ସେନା ମୁଖ୍ୟ କମର ବାଜଓ୍ବା ଗୁରୁବାର ଦିନ ଦେଶର ବଡ଼ ବଡ଼ ବ୍ୟବସାୟଙ୍କ ସହ ଏକ ବୈଠକ କରିଛନ୍ତି। ତେଣୁ ଦେଶର ଅର୍ଥନୀତିରେ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ପାକିସ୍ତାନର ସେନା ପ୍ରବକ୍ତା ଆସିଫ୍‌ ଗଫୁର ଗୁରୁବାରରେ ବୈଠକର ଏକ ପ୍ରେସ ନୋଟ ଜାରି କରିଛନ୍ତି। ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା  ବ୍ୟବସାୟ ସହ ଜଡିତ ତେଣୁ ସେନା ପ୍ରମୁଖ ଏକ ବୈଠକର ଆୟୋଜନ କରିଥିବା କଥା ନୋଟିସ୍‌ରେ ଉଲ୍ଲେଖ ହୋଇଥିଲା।

ପାକିସ୍ତାନର ଅର୍ଥନୈତିକ ଓ ସୁରକ୍ଷା ବ୍ୟବସ୍ଥାର ମୂଳଦୁଆ ଭୁଶୁଡି ପଡିଛି। ଏହାସହ କାଶ୍ମର ପ୍ରସଙ୍ଗରେ ବି ଇମ୍ରାନ ଖାନଙ୍କ ସରକାର ବିଫଳ ହୋଇଛି। ତେଣୁ ସେନା ମୁଖ୍ୟରୁ ରାଷ୍ଟ୍ରପତି ହୋଇଥିବା ପରଭେଜ ମୁଶର୍ରଫ ପାକ୍‌ ରାଜନୀତିକୁ ପୁଣି ଏଣ୍ଟ୍ରି କଲେ ଇମ୍ରାନ ଖାନଙ୍କ ସରକାର ପତନ ଘଟିପାରେ ବୋଲି ଆଶା କରାଯାଉଛି।

   Related Posts