Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

୨୦ବର୍ଷ ସାନ ଏହି ଅଭିନେତ୍ରୀଙ୍କ ସହ ଡେଟ୍ କରୁଛନ୍ତି କ୍ରିକେଟ୍ କୋଚ୍ ରବି ଶାସ୍ତ୍ରୀ

3/09/2018 at 5:59 PM

ମୁମ୍ବାଇ ୩|୯: ବଲିଉଡ୍ ଅଭିନେତ୍ରୀ ଏବଂ କ୍ରିକେଟ୍ ଖେଳାଳୀଙ୍କ ମଧ୍ୟରେ ସଂପର୍କ କିଛି ନୂଆକଥା ନୁହେଁ । କେବେ କେବେ ଏହି ସଂପର୍କ କେବଳ ବନ୍ଧୁତ୍ବରେ ସୀମିତ ନରହି ବିବାହରେ ପହଞ୍ଚିଛି । ବର୍ତ୍ତମାନ ଦେଖିବାକୁ ଗଲେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ବିବାହ ଏକ ବଡ ଉଦାହରଣ । ଏବେ ଏହି ଧାରାରେ ଆଉ ଦୁଇଜଣଙ୍କର ନାମ ଯୋଡି ହେବାକୁ ଯାଉଥିବା ଶୁଣିବାକୁ ମିଳୁଛି । ଖବର ଅନୁସାରେ ଭାରତୀୟ କ୍ରିକେଟ୍ ଟିମର କୋଚ୍ ରବି ଶାସ୍ତ୍ରୀ ଏବଂ ‘ଏୟାରଲିଫ୍ଟ’ ର ଅଭିନେତ୍ରୀ ନିମ୍ରତ୍ କୌର୍ ଦୁହେଁ ଡେଟ୍ କରୁଛନ୍ତି । ମାତ୍ର ଏପର୍ଯ୍ୟନ୍ତ ଦୁହିଁଙ୍କ ତରଫରୁ ଏକଥାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ଖବର ଅନୁଯାୟୀ ନିଜ ସ୍ତ୍ରୀ ରିତୁ ସିଂହଙ୍କଠାରୁ ୨୦୧୨ମସିହାରୁ ଅଲଗା ହୋଇସାରିଲେଣି ରବି ଶାସ୍ତ୍ରୀ । ତାଙ୍କର ଏକ ଝିଅ ମଧ୍ୟ ଅଛି । ୫୬ବର୍ଷୀୟ ରବି ଶାସ୍ତ୍ରୀ ଏବେ ୩୬ବର୍ଷୀୟ ନିମ୍ରିତ କୌରଙ୍କ ପ୍ରେମରେ ପଡିଛନ୍ତି । ଗତ ଦୁଇ ବର୍ଷରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । ଏପରିକି ଏମାନେ ଦୁହିଁଙ୍କ ସଂପର୍କ ବିଷୟରେ କାହାରିକୁ ଜାଣିବାକୁ ବି ଦେଇନାହାଁନ୍ତି ।
ଜର୍ମାନର ଏକ ଲକ୍ଜ୍ୟୁରୀ କାର୍ ର ଲଞ୍ଚିଂରେ ରବି ଶାସ୍ତ୍ରୀ ଏବଂ ନିମ୍ରିତଙ୍କ ପ୍ରଥମ ସାକ୍ଷାତ ହୋଇଥିଲା । ଏହି ସାକ୍ଷାତ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ବଢିବାକୁ ଲାଗିଥିଲା ବୋଲି ଶୁଣିବାକୁ ମିଳୁଛି । ବର୍ତ୍ତମାନ ରବି ଶାସ୍ତ୍ରୀ ଭାରତୀୟ ଟିମ୍ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି । ନିମ୍ରିତ ଏବେ ଏକ ଓ୍ବେବ୍ ସିରିଜର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ରବି ଶାସ୍ତ୍ରୀ ତାଙ୍କ ସମୟରେ ସବୁଠୁ ହ୍ୟାଣ୍ଡସମ୍ କ୍ରିକେଟର ଥିଲେ । ତାଙ୍କର ମହିଳା ଫ୍ୟାନ୍, ଫଲୋଇଙ୍ଗ୍ ମଧ୍ୟ କମ୍ ନଥିଲେ । ବିବାହ ପୂର୍ବରୁ ଅଭିନେତ୍ରୀ ଅମୃତା ସିଂହଙ୍କ ସହ ତାଙ୍କର ପ୍ରେମ ସଂପର୍କ ସମ୍ବନ୍ଧରେ ଚର୍ଚ୍ଚା ମଧ୍ୟ ବହୁତ ହୋଇଥିଲା । ଅମୃତା ସିଂହ ମଧ୍ୟ ରବି ଶାସ୍ତ୍ରୀଙ୍କ ମ୍ୟାଚ୍ ଦେଖିବା ପାଇଁ ଯାଉଥିଲେ । ସେଠାରେ ତାଙ୍କର ସବୁ ଚୌକା ଏବଂ ଛକାରେ ସେ ଜୋରଦାର ତାଳି ମାରୁଥିଲେ । ଏକ ମାଗାଜିନରେ ଅମୃତାଙ୍କ ସହ ରବି ଶାସ୍ତ୍ରୀଙ୍କ ପ୍ରକାଶ ପାଇଥିବା ଫଟୋକୁ ନେଇ ବହୁତ ଚର୍ଚ୍ଚା ମଧ୍ୟ ହୋଇଥିଲା । ଏପରିକି ଏହା ମଧ୍ୟ ପ୍ରଚାର ହୋଇଥିଲା ଯେ ଦୁହେଁ ନିର୍ବନ୍ଧ କରିସାରିଛନ୍ତି ଏବଂ ବହୁତ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ମାତ୍ର ତାହା ଭୁଲ ପ୍ରମାଣିତ ହୋଇଥିଲା । ୧୯୯୦ମସିହାରେ ରିତୁ ସିଂହଙ୍କ ସହ ବିବାହ କରିଥିଲେ ରବି ଶାସ୍ତ୍ରୀ । ଆର୍ମି ଅଫିସରଙ୍କ ଝିଅ ରିତୁ ଜଣେ ଶାସ୍ତ୍ରୀୟ ନୃତ୍ୟଶିଲ୍ପୀ ।

   Related Posts