ଆପଣ ନିଜ ଶିଶୁଙ୍କ ଆଖିରେ କଳା ଲଗାଉଛନ୍ତି କି : ତେବେ ଜାଣି ରଖନ୍ତୁ ଏହି କଥା,ନଚେତ୍ ପଡ଼ିବେ ଅସୁବିଧାରେ

Published By : Prameya-News7 Bureau | May 27, 2019 IST

ଲୋକେ ମାନନ୍ତି ଛୋଟ ପିଲାଙ୍କୁ କଳା ଲଗାଇବା ଦ୍ବାରା ସେମାନଙ୍କୁ ନଜର ଲାଗିନଥାଏ। ସେଥିପାଇଁ ପ୍ରତ୍ୟେକ ମାଆମାନେ ନିଜ ଶିଶୁଙ୍କ ଆଖିରେ କଳା ଲଗାଇ ଦେଇଥାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଶିଶୁଙ୍କ ଆଖିରେ କାଜଲ ଲଗାଇବା ସବୁବେଳେ ନିରାପଦ ହୋଇନଥାଏ। ଯଦି ଆପଣ ମଧ୍ୟ ନିଜ ଶିଶୁଙ୍କ ଆକିରେ କଳା ଲଗାଉଛନ୍ତି ଏହିସବୁ କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

{"id":116469,"width":596,"height":397}

-କାଜଲ ବ୍ୟବହାର କରିବା ଦ୍ବାରା ନବଜାତ ଶିଶୁଙ୍କ ଆଖିରୁ ପାଣି ବୋହିବା ସମସ୍ୟା ପରିଲକ୍ଷିତ ହେବା ସହ କୁଣ୍ଡିଆ ଏବଂ ଆଲର୍ଜି ହେବାର ସମ୍ଭାବନା ମଧ୍ୟ ଥାଏ।

{"id":116470,"width":594,"height":394}

-ଯେତେବେଳେ ଶିଶୁକୁ ଗାଧୋଇ ଦେବାବେଳେ ଆଖିରୁ କାଜଲ ଧୋଇ ହୋଇଥାଏ ସେତେବେଳେ ଏହା ଆଖି ଏବଂ ନାକ ମଝିରେ ଛୋଟ ଛିଦ୍ର ଦେଇ ତଳକୁ ଯାଇଥାଏ। କାଜଲ୍ କିମ୍ବା ସୁରମା ଏହି ଛିଦ୍ର ଅବରୁଦ୍ଧ କରିଥାଏ ଯାହା ଦ୍ବାରା ସଂକ୍ରମଣ ସୃଷ୍ଟି ହେବାର ଆଶଙ୍କା ଥାଏ।

{"id":116471,"width":595,"height":446}

-କାଜଲ ଦ୍ବାରା ଶିଶୁଙ୍କ ଆଖିରୁ ପାଣି ବୋହିଥାଏ ଯାହା ଦ୍ବାରା ସଂକ୍ରମଣର ସମ୍ଭାବନା ଥାଏ।

{"id":116472,"width":595,"height":396}

-ଶିଶୁକୁ ପ୍ରତିଦିନ କାଜଲ ଲଗାଇବା ଦ୍ବାରା କାଜଲ ଧୀରେ ଧୀରେ ଶିଶୁଙ୍କ ଆଖିରେ ଜମିବାକୁ ଲାଗିଥାଏ ଯାହା ଦ୍ବାରା ଶିଶୁର ଆଖି କୁଣ୍ଡେଇ ହୋଇଥାଏ। ଏହାଦ୍ବାରା ଆଖି ଝାପସା ଦେଖାଯିବା ସହ ଆଲର୍ଜି ମଧ୍ୟ ହୋଇଥାଏ।

{"id":116473,"width":596,"height":469}

-ଛୋଟ ପିଲାଙ୍କ ତ୍ବଚା ଅତ୍ୟନ୍ତ କୋମଳ ହୋଇଥାଏ। ଆଖି ଚାରିପଟେ ରାସାୟନିକ ଯୁକ୍ତ କାଜଲ ଲଗାଇବା ଦ୍ବାରା ତ୍ବଚା ଖରାପ ହୋଇ ଯାଇଥାଏ। ଏହା ସହିତ ଆଖି ଭିତରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ଦ୍ବାରା ବିଭିନ୍ନ ପ୍ରକାର ଗମ୍ଭୀର ରୋଗ ସୃଷ୍ଟି ହେବାର ସମ୍ଭାବନା ଥାଏ।

{"id":116474,"width":594,"height":594}

-ଯଦି କାଜଲରେ ଅଧିକ ପରିମାଣରେ ସୀସା ଥାଏ ତେବେ ଏହା ଶିଶୁଙ୍କ ମସ୍ତିଷ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ଯାହା ଦ୍ବାରା ଶିଶୁଙ୍କ ମସ୍ତିଷ୍କର ବିକାଶ ଠିକଭାବେ ଘଟି ନଥାଏ।

{"id":116475,"width":597,"height":597}

-ଯଦି କାଜଲ ଲଗାଇବା ପରେ ଶିଶୁ ଆଖିକୁ ଦଳିଥାଏ ତେବେ ଏହାର ଅର୍ଥ ଶିଶୁକୁ ଜ୍ବଳନ ହେଉଛି। ତୁରନ୍ତ ଶିଶୁଙ୍କ ଆଖିରୁ କାଜଲ ପୋଛି ଦିଅନ୍ତୁ। ନଚେତ୍ ସେମାନଙ୍କ ଆଖି ଶୁଖିଲା ହୋଇଯାଇଥାଏ।

{"id":116476,"width":596,"height":335}

-ଯଦି ଆପଣ କାଜଲ ଲଗାଇବାକୁ ଚାହୁଁଛନ୍ତି ତେବେ​‌ ଏପରି ଲଗାନ୍ତୁ ଯାହା ଦ୍ବାରା ଏହା ଆଖି ଭିତରକୁ ଯିବ ନାହିଁ। ବଜାରରେ ବିଭିନ୍ନ ପ୍ରକାରର କାଜଲ ମିଳୁଛି ଯାହା ଲଗାଇବା ଦ୍ବାରା ଆଖିରେ ଜ୍ବଳନ ଏବଂ ପାଣି ବୋହିବାର ସମସ୍ୟା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.