Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ଧୋନୀଙ୍କ ଶେଷ IPL? ମାହିଙ୍କୁ ନେଇ ଏପରି କହିଲେ ଚେନ୍ନାଇ ସୁପର କିଙ୍ଗସ୍‌ ସିଇଓ

8/04/2021 at 6:42 PM

ନୂଆଦିଲ୍ଲୀ ୦୮/୦୪ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୨୦୨୦ ଅଗଷ୍ଟ ୧୫ରେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିଲେ । ଇଣ୍ଟରନେସନାଲ କ୍ରିକେଟରୁ ସନ୍ୟାସ ନେବା ପରେ ମଧ୍ୟ IPL ଖେଳିବା ଜାରି ରଖିଛନ୍ତି ଧୋନୀ । ଆଇପିଏଲର ୧୪ ତମ ସଂସ୍କରଣରେ ମଧ୍ୟ ଜଲଓ୍ବା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି ମାହି । କିନ୍ତୁ ଚଳିତ IPL ଧୋନୀଙ୍କ ଶେଷ ସିଜିନ୍‌ ହେବ କି ? ଏହାର ଜବାବ ରଖିଛନ୍ତି ଚେନ୍ନାଇ ସୁପର କିଙ୍ଗସ୍‌ର ସିଇଓ କାଶୀ ବିଶ୍ବନାଥନ୍‌ ।

ବିଶ୍ବନାଥନ୍‌ କହିଛନ୍ତି, ‘ଚଳିତ ଆଇପିଏଲ ଧୋନୀଙ୍କ ପାଇଁ ଶେଷ IPLହୋଇନପାରେ । ଏହା ମୋର ନିଜସ୍ବ ମତ । ଆଗକୁ ଧୋନୀ, ଚେନ୍ନାଇ ସହିତ ରହିବେ ବୋଲି ଆଶା । ଅନ୍ୟ କେଉଁ ସଂସ୍କରଣ ପକ୍ଷରୁ ସେ ଖେଳିବେ ନାହିଁ । ସେ ଆଇପିଏଲରେ କେଉଁ ଯାଏଁ ରହିବେ ସେ ନେଇ ଧୋନୀ ନିଜେ ନିଷ୍ପତ୍ତି ନେବେ।’

IPL 2020: MS Dhoni Admits CSK Have Been a 'Bit Too Relaxed' at Times This  Season

ସୂଚନାଯୋଗ୍ୟ, ପୂର୍ବ ଆଇପିଏଲରେ ଚେନ୍ନାଇର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ଥିଲା । ଏହାର କିଛି କାରଣ ମଧ୍ୟ କହିଛନ୍ତି କାଶୀ ବିଶ୍ବନାଥନ୍‌ । ସେ କହିଛନ୍ତି, ‘ପୂର୍ବ ସିଜିନରେ ଦଳରେ କିଛି ଭଲ ଖେଳାଳୀ ଟିମରେ ଉପସ୍ଥିତ ନଥିଲେ । ୨ ଜଣ ଖେଳାଳୀଙ୍କୁ କରୋନା ହୋଇଯାଇଥିଲା । ଚଳିତ ସିଜିନରେ ଟିମ ଭଲ ଫର୍ମରେ ରହିବା ନେଇ ଆଶା କରାଯାଉଛି । ଗତ ୧୫-୨୦ ଦିନ ହେଲା ଟିମର ଖେଳାଳୀମାନେ ନେଟ୍‌ସରେ ଅଭ୍ୟାସ ଜାରି ରଖିଛନ୍ତି ।

ମହେନ୍ଦ୍ର ସିଂହ ଧୋନୀ ୨୦୦୮ ମସିହାରେ ଚେନ୍ନାଇ ସହିତ ରହିଛନ୍ତି । ଧୋନୀଙ୍କ ଅଧିନାୟକତ୍ବରେ ଟିମ୍‌ ୩ ଥର ଆଇପିଏଲ ଚାମ୍ପିୟନ ମଧ୍ୟ ହୋଇଛି । ଏହା ସହିତ ଚଳିତ ଆଇପିଏଲ ଆରମ୍ଭ ପୂର୍ବରୁ ଧୋନୀ ଜବରଦସ୍ତ ଫର୍ମରେ ଥିବା ନଜିର ରହିଛି । ଏପ୍ରିଲ ୧୦ ତାରିଖରେ ଦିଲ୍ଲୀ ବିପକ୍ଷରେ IPL ସିଜିନ୍‌ ୧୪ର ପ୍ରଥମ ମ୍ୟାଚ ଖେଳିବ ଚେନ୍ନାଇ ।

IPL 2020: MS Dhoni wants to try youngsters in CSK's remaining matches

   Related Posts