Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଆରବିଆଇ ଭାରତରେ ଗୁଗଲ୍ ପେ ବ୍ୟାନ୍ କରିଛନ୍ତି କି ? ଜାଣନ୍ତୁ କ’ଣ ପୁରା ମାମଲା

27/06/2020 at 1:25 PM

ନୂଆଦିଲ୍ଲୀ ୨୭/୦୬ : ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ଗୁଗଲ ପେ କୁ ନେଇ ସୋସିଆଲ୍ ମିଡ଼ିଆରେ ହେଉଥିବା ଦାବିକୁ ଖାରଜ କରିଛି | ସୋସିଆଲ ମିଡ଼ିଆରେ ଦାବି ହେଉଛି ଯେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପେମେଣ୍ଟ ଆପ ଗୁଗଲ୍ ପେ କୁ ବ୍ୟାନ୍ କରିଦେଇଛନ୍ତି | ଗୁଗଲ୍ ପେ ଏକ ବୟାନ ଜାରି କରି ସ୍ପଷ୍ଟ କରିଛି ଯେ ଗୁଗଲ୍ ପେ ଭାରତରେ ଅଧିକୃତ ଏବଂ ଏହା ଦେଶର ଅନ୍ୟ ମାନ୍ୟତା ପ୍ରାପ୍ତ UPI ଆପ୍ ଭଳି ଆଇନଗତ |

କମ୍ପାନୀ ବୟାନ ଜାରି କରିଛି ଯେ, ‘ଆମେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଖବର ଦେଖିଲୁ, ଯାହା କହୁଛି ଯେ ଗୁଗଲ ପେ ଦ୍ୱାରା ଟଙ୍କା ଟ୍ରାନ୍ସଫର କରିବା ଆଇନ ଦ୍ୱାରା ସଂରକ୍ଷିତ ନୁହେଁ | କାରଣ ଏହି ଆପ୍ ଅନଧିକୃତ | ଆମେ ସ୍ପଷ୍ଟ କରିବାକୁ ଚାହିଁବୁ ଯେ ଗୁଗଲ୍ ପେ ଏକ ଥାର୍ଡ଼ ପାର୍ଟି ଆପ୍ ପ୍ରୋଭାଇଡର୍ (TPAP) ଭଳି, ଯାହା ଅନ୍ୟ ଆପ୍ ଭଳି ବ୍ୟାଙ୍କିଙ୍ଗ ପାର୍ଟନର୍ସ ଏବଂ NPCI ର ୟୁପିଆଇ ଅପରେସନ୍ ଅଧୀନ ୟୁପିଆଇ ପେମେଣ୍ଟ ସର୍ଭିସ ମଧ୍ୟ ପ୍ରଦାନ କରିଥାଏ | ଯେକୌଣସି ଅଧିକୃତ TPAP ର ବ୍ୟବହାର ସମସ୍ତ ଲେଣଦେନ ସମ୍ପୂର୍ଣ ସୁଧାର ପ୍ରକ୍ରିୟା ଦ୍ୱାରା ସୁରକ୍ଷିତ |’

ଏହା ପୂର୍ବରୁ ଗୁଗଲ୍ ପେ ବୁଧବାର ଦିନ କହିଥିଲା ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆର ଗାଇଡଲାଇନ୍ ଅନୁସାରେ ନିର୍ଧାରିତ ପ୍ରକ୍ରିୟା ଦ୍ୱାରା ତାର ପ୍ଲାଟଫର୍ମ ମାଧ୍ୟମରେ ହେଉଥିବା ଲେଣଦେନ ସମ୍ପୂର୍ଣ ସୁରକ୍ଷିତ |

ଗୁଗଲର ଜଣେ ପ୍ରବକ୍ତା କହିଛନ୍ତି ଯେ, ଗୁଗଲ ପେ ପ୍ଲାଟଫର୍ମରୁ ଟଙ୍କା ଟ୍ରାନ୍ସଫର କରିବା ସମୟରେ ଯଦି କିଛି ଅସୁବିଧା ହୁଏ ତାହେଲେ ତାର ସମାଧାନ ଆଇନ ଦ୍ୱାରା କରାଯିବ ନାହିଁ କାରଣ ଏହି ଆପ ଅନଧିକୃତ | କିନ୍ତୁ ଏହା ଭୁଲ ଏବଂ ଏହାର ସତ୍ୟତାକୁ NPCI ୱେବସାଇଟରେ ଭେରିଫାଇ କରାଯାଇପାରିବ | ଗୁଗଲ୍ ପ୍ରବକ୍ତା କହିଛନ୍ତି ଯେ ଆରବିଆଇ ଏହିଭଳି ଅନେକ ମାମଲା କୋର୍ଟ ଶୁଣାଣି ଅନ୍ତର୍ଭୁକ୍ତ କରି ନାହାନ୍ତି |

ସୂଚନାଯୋଗ୍ୟ ଯେ, ଚଳିତ ମାସ ପ୍ରାରମ୍ଭରେ ଆରବିଆଇ ଦିଲ୍ଲୀ ହାଇକୋର୍ଟକୁ କହିଥିଲେ ଯେ ଗୁଗଲ ପେ ଏକ ତୃତୀୟ ପକ୍ଷ ଆପ ପ୍ରଦାତା ଏବଂ କୌଣସି ଦେୟ ସଞ୍ଚାଳିତ କରୁନାହିଁ | ଆରବିଆଇର ମୁଖ୍ୟ ନ୍ୟାୟାଧୀଶ ଡି.ଏନ.ପଟେଲ ଏବଂ ନ୍ୟାୟମୂର୍ତ୍ତି ପ୍ରତୀକ ଜଲାନ କହିଥିଲେ ଯେ ଏହାର ସଞ୍ଚାଳନ ୨୦୦୭ ର ଦେୟ ଏବଂ ସମାଧାନ ବ୍ୟବସ୍ଥା ଆଇନର ଉଲ୍ଲଂଘନ ନୁହେଁ |

   Related Posts