ଉପବାସ କଲେ ଶରୀରର ଇମ୍ୟୁନିଟି କମେ କି ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଳୀ ୧୮/୧୦: କରୋନା ମହାମାରୀ ପୁରା ବିଶ୍ବକୁ ବିପଦ ମୂହଁକୁ ଠେଲିଦେଇଛି। କରୋନା ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ରୋଗ ସହ ଲଢ଼ିବା ପାଇଁ ଶରୀର ସୁସ୍ଥ ରହିବା ଆବଶ୍ୟକ। ସେପଟେ ନବରାତ୍ରୀ ଆରମ୍ଭ ହୋଇଛି। ଯଦିଓ କରୋନା ମହାମାରୀ ପାଇଁ ଦୁର୍ଗାପୂଜାରେ କଟକଣା ଲଗାଇ ଦିଆଯାଇଛି କିନ୍ତୁ ପୂଜା ରୀତିନୀତିରେ ସମ୍ପର୍ଣ୍ଣ ହେବ । ହୁଏତ ମଣ୍ଡପକୁ ଶ୍ରଦ୍ଧାଳୁ ଆସି ନପାରନ୍ତି କିନ୍ତୁ ଘରେ ରହି ମା’ଙ୍କ ପୂଜା କରିବେ। ଏହି ସମୟରେ ଅନେକ ଲୋକ ଉପବାସ ବି କରନ୍ତି ।

କିନ୍ତୁ ଏବେ ମନରେ ପ୍ରଶ୍ନ ଆସିବା ସ୍ବଭାବିକ ନଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି(ଇମ୍ୟୁନିଟି) କମିବ କି ? ଆସନ୍ତୁ ଜାଣିବା ଦିଲ୍ଳୀ ଏମ୍‌ସର ଡାକ୍ତର ଏନେଇ କଣ କହୁଛନ୍ତି...

ଅମର ଉଜାଲାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଦିଲ୍ଳୀ ଏମ୍‌ସର ଡାକ୍ତର ପୀୟୁଷ ରଞ୍ଜନ କହିଛନ୍ତି, ‘ଇମ୍ୟୁନିଟି କିଛି ଦିନ କିମ୍ବା ସପ୍ତାହରେ ବୃଦ୍ଧି ପାଇ ନଥାଏ। ଏଥିପାଇଁ ଲଙ୍ଗ ଟର୍ମ ଇନ୍‌ଭେଷ୍ଟମେଣ୍ଟ କରିବାକୁ ପଡ଼େ। ପୂର୍ବରୁ ଯେଉଁମାନଙ୍କ ଖାଇବା ପିଇବା ଠିକ୍‌ ରହିଛି। ଧୂମପାନ କରନ୍ତି ନାହିଁ। କୌଣସି ରୋଗ ନଥିବ ସେମାନେ ଉପବାସ କଲେ କୌଣସି ଅସୁବିଧା ନାହିଁ। ସେମାନଙ୍କ ଇମ୍ୟୁନିଟିରେ କିଛି ଫରକ ପଡ଼ିବନି। କିନ୍ତୁ ଯେଉଁମାନଙ୍କର ଶରୀର ରୋଗଗ୍ରସ୍ତ ସେମାନେ ମେଡିସନ୍ ଖାଇବା ଉଚିତ। ଯଦି ବ୍ରତ ରଖନ୍ତି ତେବେ ଯଥାସମ୍ଭବ ଶୀଘ୍ର ଖାଦ୍ୟ ଗ୍ରହଣ କରିବା ଉଚିତ। ସମୟ ସମୟରେ ସାତ୍ବିକ୍‌ ଭୋଜନ କରିବା ଦରକାର। ବିଶେ​‌​‌ଷ କରି ଦେବୀ ମାଙ୍କ ପୂଜା ଘରେ କରନ୍ତୁ । ଭିଡ଼ ସ୍ଥାନକୁ ନଯିବା ଭଲ।’

ଅନ୍ୟପଟେ ସିରୋ ସର୍ଭେକୁ ନେଇ ଡାକ୍ତର ପୀୟୁଷ ରଞ୍ଜନ କହିଛନ୍ତି, ସିରୋ ସର୍ଭେ କମ୍ୟୁନିଟି ବେସ୍‌ଡ୍‌ ସର୍ଭେ। ଏଥିରୁ ଗୋଟିଏ ନିର୍ଦ୍ଧିଷ୍ଟ ଅଞ୍ଚଳରେ କେତେ ବ୍ୟକ୍ତି କରୋନା ଆକ୍ରାନ୍ତ ତାହା ଜଣାପଡ଼େ। କିନ୍ତୁ ଏହାଦ୍ବାରା ଜଣେ ବ୍ୟକ୍ତି ଏବେ କରୋନା ଆକ୍ରାନ୍ତ କି ନୁହେଁ ଜାଣି ହେବ ନାହିଁ।

ଏହାସହ ସାନିଟାଇଜର ବ୍ୟବହାରକୁ ନେଇ ଡାକ୍ତର ପୀୟୁଷ କହିଛନ୍ତି, ଯେଉଁ ସାନିଟାଇଜରରେ ୭୦ ପ୍ରତିଶତ ଆଲ୍‌କ୍‌ହଲ୍‌ ଥିବ ତାହା ଭାଇରସ୍‌ ମାରିବାରେ ସହାୟକ। ଯଦି ସାନିଟାଇଜର କିଣୁଛନ୍ତି ତେବେ ଏହା ଉପରେ ଲେଖାଥିବା ଆଲକ୍‌ହଲ୍‌ ପ୍ରତିଶତକୁ ଭଲ ଭାବେ ଦେଖି କିଣନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଏହାସହ ଯଦି ଆପଣ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଆସିଛନ୍ତି ବା କରୋନା ଲକ୍ଷଣ ଦେଖାଯାଉଛି ତେବେ ୫ କିମ୍ବା ୧୦ ଦିନ ମଧ୍ୟରେ କରୋନା ପରୀକ୍ଷା କରାନ୍ତୁ। ଅତିକମରେ ୮ ଦିନ ପରେ କରୋନା ଟେଷ୍ଟ କରାନ୍ତୁ।

ଯଦି ଏହି ସମୟ ମଧ୍ୟରେ କରୋନା ଲକ୍ଷଣ ଦେଖା ନଯାଏ ତେବେ ଆଇସୋଲେସନ୍‌ରେ ରୁହନ୍ତୁ । ଯଦି କରୋନା ଲକ୍ଷଣ ଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଡାକ୍ତର ପୀୟୁଷ ରଞ୍ଜନ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.