Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ଆଇପିଏଲ-୨୦୨୧ରେ ଖେଳିବେ କି ଧୋନୀ ? କ’ଣ କହିଲେ ପୂର୍ବତନ ଓ୍ୱିକେଟ୍ କିପର୍

13/11/2020 at 8:35 AM

ନୂଆଦିଲ୍ଲୀ,୧୩|୧୧:  ଆଇପିଏଲ-୨୦୨୦ରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ସିଏସକେ କ୍ୟାପ୍ଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ଫର୍ମ ଓ ଫିଟନେସକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କାରଣ ଧୋନୀ ଟୁର୍ଣ୍ଣାମେଣ୍ଟରେ ରନ୍ ପାଇଁ ସଙ୍ଘର୍ଷ କରୁଥିଲେ । ସେ ୧୪ଟି ମ୍ୟାଚରେ କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ । ଏପରିକି ବ୍ୟକ୍ତିଗତ ଭାବେ ସେ ଖରାପ ପ୍ରଦର୍ଶନ କରିଥିଲେ । ସିଏସକେ ମଧ୍ୟ ଲିଗ୍‌ ମ୍ୟାଚରୁ ବିଦାୟ ନେଇଥିଲା ।

ଆଇସିସି ବିଶ୍ୱକପ ୨୦୧୯ ସେମିଫାଇନାଲରେ ଭାରତ ପରାସ୍ତ ହେବା ପରଠୁ ଧୋନୀ କ୍ରିକେଟରୁ ଦୂରରେ ରହୁଥିଲେ । ତେବେ ଆଇପିଏଲରେ ସେ ଜବରଦସ୍ତ ଫର୍ମରେ ଫେରିବେ ବୋଲି ପ୍ରଶଂସକମାନେ ଆଶା କରିଥିଲେ । ଧୋନୀ ୧୪ଟି ମ୍ୟାଚରେ ୧୧୬ ଷ୍ଟ୍ରାଇକ୍ ରେଟରେ ମାତ୍ର ୨୦୦ ରନ୍ ହିଁ କରିପାରିଥିଲେ । ଏହା ତାଙ୍କର ସବୁଠାରୁ ଖରାପ ଆଇପିଏଲ ଥିଲା । ଏପରିକି ୩ଥରର ଆଇପିଏଲ ଚାମ୍ପିଅନ ଚେନ୍ନାଇ ପ୍ରଥମ ଥର ପାଇଁ ପ୍ଲେ-ଅଫରୁ ବାଦ୍ ପଡିଥିଲା । ତେବେ ୨୦୨୧ ଆଇପିଏଲରେ ଧୋନୀ ଖେଳିବେ ବୋଲି ନିଜେ ସ୍ପଷ୍ଟ କରିଛନ୍ତି । ଏହାମଧ୍ୟରେ ଭାରତୀୟ ଦଳର ପୂର୍ବତନ ଖେଳାଳି କିରଣ ମୋରେ ଧୋନୀଙ୍କ ଆଇପିଏଲ ଖେଳିବା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

କିରଣ ମୋରେ କହିଛନ୍ତି ଯେ, ଯଦି ଧୋନୀଙ୍କ ସ୍ୱାସ୍ଥ୍ୟ ଓ ଶରୀର ଆଇପିଏଲ ଖେଳିବା ପାଇଁ ଅନୁମତି ଦିଏ ତେବେ ସେ ଖେଳିବା ଉଚିତ । ଧୋନୀ ହିଁ ନିଜେ ଏହାର ଜବାବ ରଖିପାରିବେ । ମାନସିକ ଓ ଶାରୀରିକ ସ୍ଥିତିକୁ ନଜରରେ ରଖି ମାହି ନିଷ୍ପତ୍ତି ନିଅନ୍ତୁ । ମାହିଙ୍କ ପାଇଁ ବୟସ କେବଳ ଏକ ନମ୍ବର ଅଟେ । ଗେଲ୍ ୪୧ ବର୍ଷର ହୋଇ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ଏହାକୁ ନେଇ ଧୋନୀଙ୍କ କ୍ଷମତା ଉପରେ ସନ୍ଦେହ ପ୍ରକାଶ କରିବା ଅନୁଚିତ । ଖେଳିବା ଓ ନଖେଳିବା ନିଷ୍ପତ୍ତି ଧୋନୀଙ୍କ ଉପରେ ଛାଡିଦେବା ଉଚିତ ବୋଲି ମୋରେ କହିଛନ୍ତି ।

   Related Posts