ବଗଦାଦୀର ମୃତ୍ୟୁକୁ ସ୍ୱୀକାର କଲା ଆଇଏସଆଇଏସ୍, ଅବୁ ଇବ୍ରାହିମ ହେଲେ ନୂଆ ଉତ୍ତରାଧିକାରୀ

Published By : Prameya-News7 Bureau | October 31, 2019 IST

ଅନ୍ତର୍ଜାତୀୟ ଆତଙ୍କବାଦ ସଙ୍ଗଠନ ଇସ୍ଲାମିକ ଷ୍ଟେଟ (ଆଇଏସ୍) ମୁଖିଆ ଅବୁ ବକର ଅଲ-ବଗଦାଦୀର ମୃତ୍ୟୁକୁ ସ୍ୱୀକାର କରିଛି। ଏ ନେଇ ସଙ୍ଗଠନ ପକ୍ଷରୁ ଏକ ଅଡିଓ ଜାରି କରାଯାଇଥିବା ବେଳେ ନୂଆ ଉତ୍ତରାଧିକାରୀ ଭାବେ ଅବୁ ଇବ୍ରାହିମ ଅଲହାସ୍ମୀ ଅଲ-କ୍ୟୁରେସିଙ୍କୁ ସଙ୍ଗଠନର ଉତ୍ତରାଧିକାରୀ ଘୋଷଣା କରାଯାଇଛି।

{"id":177501}

ଆମେରିକୀୟ ସୈନିକଙ୍କ ଆକ୍ରମଣରେ ବଗଦାଦୀର ୧ ନମ୍ବର ସହଯୋଗୀ ଅବଦୁଲ୍ଲା କାର୍ଦ୍ଦାଇସ୍ ମଧ୍ୟ ନିହତ ହୋଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନିଜେ ଏହି ସୂଚନା ଟ୍ୱିଟ୍ କରି ସଙ୍ଗଠନର ବଗଦାଦୀର ସମସ୍ତ ଉତ୍ତରାଧିକାରୀଙ୍କୁ ଆମେ ଜାଣିଛୁ ବୋଲି ଟ୍ରମ୍ଫ କହିଥିଲେ। ଏବେ ଇବ୍ରାହିମ ସଙ୍ଗଠନର ଦାୟିତ୍ୱ ନେବା ନୂଆ ସମସ୍ୟା ସୃଷ୍ଟି କରିଛି।  

{"id":177502}

୪୮ ବର୍ଷ ବୟସ୍କ ବଗଦାଦୀ ଶନିବାର ସିରିଆର ଇଦିଲିବ ପ୍ରାନ୍ତରେ ଆତ୍ମଘାତୀ ବିସ୍ଫୋରଣ କରି ଆତ୍ମହତ୍ୟା କରିଥିଲା। ବଗଦାଦୀ ଆତ୍ମଗୋପନ କରିଥିବା ସ୍ଥାନର ସୁରାଗ ଆମେରିକୀୟ ଫୋର୍ସଙ୍କୁ ମିଳିସାରିଥିବାରୁ ବଗଦାଦୀ ଖସିପଳାଇବାର ସମସ୍ତ ରାସ୍ତା ବନ୍ଦ ହୋଇସାରିଥିଲା। ବଗଦାଦୀ  ଆତ୍ମହତ୍ୟା କରିବାର ଆମେରିକା ଏକ କ୍ଷୁଦ୍ର ବିଡିଓ କ୍ଲିପ ଜାରି କରିଛି। ୟୁଏସ୍ ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ କେନଥ ମେକଞ୍ଜୀ ପେଣ୍ଟାଗନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଭିଡିଓ ପ୍ରଦର୍ଶନ କରିଛନ୍ତି। ଯେଉଁଥିରେ ବଗଦାଦୀ ପୂର୍ବରୁ ଆମେରିକୀୟ ସୈନ୍ୟ ଆଇଏସର ୫ ଜଣ ମୁଖ୍ୟଙ୍କୁ ହତ୍ୟା କରିସାରିଥିବାର ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.