କରୋନା ଟିକା ଦେଲେ, ଇଲିସି ଦେବୁ: ଭ୍ୟାକସିନ୍‌ ପରିମାଣ କମୁଥିବାରୁ ଭାରତକୁ ମାଛ ରପ୍ତାନୀରେ ବିଳମ୍ବ କରୁଛି ବାଂଲାଦେଶ ?

Published By : Prameya-News7 Bureau | June 23, 2021 IST

ନୂଆଦିଲ୍ଲୀ ୨୩/୬: ଭାରତରେ ଇଲିସି ମାଛର ଅଧିକ ଚାହିଦା ରହିଛି । ବାଂଲାଦେଶରୁ ଭାରତ ବହୁ ପରିମାଣରେ ଇଲିସି ମାଛ ଆମଦାନୀ କରିଥାଏ। କିନ୍ତୁ ବାଂଲାଦେଶ ଏବେ ଇଲିସ୍‌ ରପ୍ତାନୀ କମାଇଥିବା କୁହାଯାଉଛି। ଭାରତରୁ କମ୍‌ ପରିମାଣରେ କୋଭିଡ୍‌ ଟିକା ଯାଉଥିବାରୁ ବାଂଲାଦେଶ ଏପରି ନିଷ୍ପତ୍ତି ନେଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଭାରତ ଭଳି ଅନେକ ଦେଶ ମଧ୍ୟ ସମାନ ଅବସ୍ଥା ଭୋଗୁଛନ୍ତି।

ଆନନ୍ଦ ବଜାର ପତ୍ରିକାରେ ପ୍ରକାଶିତ ଖବର ଅନୁସାରେ କରୋନା ଟିକା କମ୍‌ ମିଳୁଥିବାରୁ ବାଂଲାଦେଶ ଭାରତକୁ ଇଲିସ୍‌ ମାଛ ରପ୍ତାନୀରେ ବିଳମ୍ବ କରୁଛି। ପାଖାପଖି ୧୬ ଲକ୍ଷ ବାଂଲାଦେଶୀ ଭାରତୀୟ କରୋନା ଟିକା ନେଇସାରିଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଅଧିକ କରୋନା ଟିକା ଦେଇହେବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି। ଟିକା ଅଭାବର ପ୍ରଭାବ ମାଛ ରାପ୍ତାନୀ ଉପରେ ପଡ଼ୁଥିବା ନେଇ ବାଂଳାଦେଶୀ ସୂତ୍ରରୁ ସୂଚନା ମିଳିଥିବା ନେଇ ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଛି।

ଏବେ ଆଂଶିକ ଭାବେ ମାଛ ରପ୍ତାନୀ ଉପରେ ରୋକ ଲାଗିଛି। କିନ୍ତୁ ପଶ୍ଚିମବଙ୍ଗରେ ଜମାଇ ଷଷ୍ଠୀ ପାଳନ ଅବସରରେ ୨ ଟନ୍‌ ଇଲିସି ମାଛ ଆମଦାନୀ ପାଇଁ ଶେଖ ହସିନା ସରକାର ସ୍ବତନ୍ତ୍ର ଅନମୁତି ଦେଇଥିବା ଜଣାପଡ଼ିଛି। କିନ୍ତୁ ବିଶେଷଜ୍ଞଙ୍କ ମତରେ ଟିକା ପାଇଁ ଇଲିସି ରପ୍ତାନୀ ଉପରେ ରୋକ ଲଗାଇବା କଥା ଭୁଲ୍‌ । କାରଣ ଦୁଇ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କରେ ଇଲିସି  ମାଛ ସେଭଳି କିଛି ପ୍ରଭାବ ପକାଇବ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.