ପୁଣି ଥରେ ମାଆ ହେବେ ଐଶ୍ଚର୍ଯ୍ୟା ରାୟ : ସୋଶିଆଲ ମିଡିଆରେ ଭାଇରାଲ ହେଲା ତାଙ୍କ ବେବି ବମ୍ପ୍
26/03/2019 at 5:18 PM

ମୁମ୍ବାଇ ୨୬/୩: ବଲିଉଡ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ସ୍ବାମୀ ଅଭିଷେକଙ୍କ ସହ ଏକ ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଗୋଆର ଏକ ସି ବିଚର। ଏଠାରେ ଦୁହେଁ ଛୁଟି କାଟିବାକୁ ଯାଇଥିଲେ। ଭାଇରାଲ ହୋଇଥିବା ଏହି ଫଟୋରୁ ଖବର ମିଳିଛି ଯେ ଐଶ୍ଚର୍ଯ୍ୟା ରାୟ ପୁଣିଥରେ ମାଆ ହେବାକୁ ଯାଉଛନ୍ତି। ଏହି ଫଟୋରେ ତାଙ୍କର ପେଟ ସାମାନ୍ୟ ବାହାରକୁ ବାହାରିଛି ଯାହାକୁ ସୋଶିଆଲ ମିଡିଆରେ ବେବି ବମ୍ପ୍ କୁହାଯାଉଛି। କିନ୍ତୁ ଏହି ଖବରକୁ ଗୁଜବ କୁହାଯାଉଛି।

ଐଶ୍ଚର୍ଯ୍ୟା ରାୟଙ୍କ ମୁଖପାତ୍ରଙ୍କ କହିବାନୁସାରେ ଏହା ଏକ ମିଥ୍ୟା ପ୍ରଚାର। ସେ କହିଛନ୍ତି ଯେ କ୍ୟାମେରାର ଭୁଲ୍ ଆଙ୍ଗଲ୍ ଯୋଗୁଁ ଫଟୋଟି ଏପରି ଆସିଛି। ଏହି ଖବର ଏଥିପାଇଁ ଆସିଛି ଯେ ଫ୍ୟାନଙ୍କୁ ଲାଗୁଛି ଯେ ଐଶ୍ଚର୍ଯ୍ୟାଙ୍କ ଝିଅ ଏବେ ବଡ଼ ହୋଇଯାଇଛି ସେଥିପାଇଁ ପ୍ରଥମ ଥର ଭଳି ଏଥର ମଧ୍ୟ ଐଶ୍ଚର୍ଯ୍ୟା ତାଙ୍କ ମାଆ ହେବା ଖବରକୁ ଲୁଚାଉଛନ୍ତି।
