ପୁଣିଥରେ ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ, ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ

Published By : Prameya-News7 Bureau | November 14, 2019 IST

ମୁମ୍ବାଇ୧୪|୧୧: ଐଶ୍ବର୍ଯ୍ୟା ଜଣେ ବଲିଉଡର ଜଣେ ଏମିତି ଅଭିନେତ୍ରୀ ଯାହାର ସମଗ୍ର ବିଶ୍ବରେ ଅନେକ ଫ୍ୟାନ୍ସ ଅଛନ୍ତି। ତାଙ୍କ ସୌନ୍ଦର୍ଯ୍ୟର ସମସ୍ତେ ଦିୱାନା। ନିକଟରେ ଐଶ୍‌ଙ୍କର ସ୍ବାମୀ ଅଭିଷେକଙ୍କ ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଐଶ୍‌ ଲାଲ ରଂଗର ସାଲୱାର ସୁଟ୍‌ରେ ନଜର ଆସିଛନ୍ତି।

{"id":183877,"sizeSlug":"large"}

ସବୁଥର ଭଳି ଏହି ଆଉଟ୍‌ଫିଟରେ ମଧ୍ୟ ଐଶ୍‌ ବହୁତ ସୁନ୍ଦର ଲାଗୁଥିଲେ। ଏହି ଫଟୋ ଦ୍ବାରା ଐଶ୍‌ଙ୍କର ମାଆ ହେବାର ଖବର ଚାରିଆଡେ ଛାଇଯାଇଛି। ସୋସିଆଲ ମିଡିଆରେ ଐଶ୍ବର୍ଯ୍ୟାଙ୍କର ମାଆ ହେବାର ଚର୍ଚ୍ଚା ଚାଲିଛି। ଏହା ସହ ସେ ନିଜ ବେବି ବମ୍ପ ଲୁଚାଇବା ବିଷୟରେ ମଧ୍ୟ ଆଲୋଚନା ଚାଲିଛି।     

{"id":183878,"sizeSlug":"large"}

କିଛି ଦିନ ତଳେ ଐଶ୍ବର୍ଯ୍ୟା ଓ ଅଭିଷେକ ମୁକେଶ ଅମ୍ବାନୀଙ୍କ ଭଉଣୀ ନୀନା କୋଠାରୀଙ୍କ ଝିଅ ନୈନତାରାଙ୍କ ପ୍ରି-ୱେଡିଂ ପାର୍ଟିରେ ସାମିଲ ହୋଇଥିଲେ। ଏହି ପାର୍ଟିରେ ସମସ୍ତଙ୍କ ନଜର ଐଶ୍‌ଙ୍କ ଉପରେ ଥିଲା କାରଣ ଲାଲ ରଂଗର ସାଲୱାରରେ ସେ ବହୁତ ଆକର୍ଷଣୀୟ ଲାଗୁଥିଲେ। ଏହା ସହ ଫଟୋରେ ଐଶ୍‌ ନିଜ ଓଢଣୀରେ ପେଟ ଢାଙ୍କି ଲୁଚାଇବାରେ ମଧ୍ୟ ନଜର ଆସିଛନ୍ତି। ତେବେ ଏହି ଫଟୋ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ, ଐଶ୍‌ ପୁଣି ଥରେ ମାଆ ହେବାକୁ ଯାଉଛନ୍ତି।   

{"id":183879,"sizeSlug":"large"}

କିଛି ୟୁଜର୍ସଙ୍କ କହିବା ଅନୁସାରେ ନିକଟରେ ଐଶ୍‌ ଓ ଅଭିଷେକଙ୍କ ଭେକେସନ ଫଟୋ ଭାଇରାଲ ହୋଇଥିଲା। ଉଭୟ ସମୟ ବିତାଇବା ପାଇଁ ଗୋଆ ଯାଇଥିଲେ। ତେବେ ଏହା ପରେ ଐଶ୍‌ଙ୍କ ଗର୍ଭବତୀ ହୋବାର ଚର୍ଚ୍ଚା ଚାଲିଛି। ପ୍ରଥମ ଥର ଭଳି ଏଥର ମଧ୍ୟ ଐଶ୍‌ ନିଜ ମାଆ ହେବା ଖବର ଲୁଚାଉଛନ୍ତି ବୋଲି ଦର୍ଶକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କାରଣ ଐଶ୍ବର୍ଯ୍ୟା ଓ ଅଭିଷେକ ଏହି ବିଷୟରେ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.