ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟ ଡବଲ ମର୍ଡର: ଘରେ ପଶି ରେଲଓ୍ଵେର ବରିଷ୍ଠ ଅଧିକାରୀଙ୍କ ପତ୍ନୀ ଓ ପୁଅଙ୍କୁ ଗୁଳି କରି ହତ୍ୟା

Published By : Prameya-News7 Bureau | August 29, 2020 IST

ଲକ୍ଷ୍ନୌ ୨୯।୦୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗୌତମପଲ୍ଲୀ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଏକ ବଡ ଘଟଣା ଘଟିଛି। ଏହି ଅଞ୍ଚଳରେ ରେଲଓ୍ଵେର ବରିଷ୍ଠ ଅଧିକାରୀଙ୍କ ଘରେ ପଶି ତାଙ୍କ ପତ୍ନୀ ଓ ପୁଅକୁ ହତ୍ୟା କରାଯାଇଛି। ଆଇଆରଟିଏସ ଅଧିକାରୀ ରାଜୀବ ଦତ୍ତ ବାଜପେୟୀଙ୍କ ପତ୍ନୀ ଓ ୨୦ ବର୍ଷୀୟ ପୁଅକୁ ଗୁଳି କରି ହତ୍ୟା କରାଯାଇଛି। ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ କମିଶନର ଏବଂ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଲ୍ଲେଖନୀୟ ରାଜୀବ ଦତ୍ତ ବାଜପେୟୀ ନୂଆଦିଲ୍ଲୀ ସ୍ଥିତ ରେଳ ମନ୍ତ୍ରଣାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍ତି।

ଏହି ଘଟଣା କଡା ସୁରକ୍ଷା ଜୋନ୍‌ ଗୌତମପଲ୍ଲୀରେ ଘଟିଛି। ସରକାରୀ ବଙ୍ଗଳାରେ ପଶି ଅଜଣା ଆକ୍ରମଣକାରୀ ଅଧିକାରୀଙ୍କ ପତ୍ନୀ ଓ ପୁଅକୁ ଗୁଳି କରି ହତ୍ୟା କରିଛନ୍ତି। ମୁଖ୍ୟମନ୍ତ୍ରୀ ବାସଭବନଠୁ କିଛି ଦୂରରେ ସ୍ଥିତ ରେଲଓ୍ଵେ କଲୋନୀରେ ଏହି ହତ୍ୟା ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଡିଜିପି ଏଚସି ଅବସ୍ଥି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡଗ୍ ସ୍କ୍ଵାର୍ଡ, ଫରେନ୍ସିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣା ବେଳେ ଘରେ ଥିବା ଅଧିକାରୀଙ୍କ ଝିଅ ବର୍ତ୍ତମାନ କୋମାରେ। ତାଙ୍କୁ ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବଡ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯାଇଛି।

wp:html /wp:html

ସୂଚନା ଅନୁଯାୟୀ ଆଇଆରଟିଏସ ଅଧିକାରୀ ରାଜୀବ ଦତ୍ତ ବାଜେପୟୀ ଦିଲ୍ଲୀରେ କାର୍ଯ୍ୟରତ। ଲକ୍ଷ୍ନୌର ଗୌତମପଲ୍ଲୀ ଅଞ୍ଚଳରେ ତାଙ୍କ ପରିବାର ରହୁଥିଲେ। ପତ୍ନୀଙ୍କ ବୟସ ୪୮ ବର୍ଷ। ରେଳ ମନ୍ତ୍ରୀ ପିୟୁଷ ଗୋଏଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଡିଜିପିଙ୍କ ସହ କଥା ହୋଇ ପୂରା ଘଟଣାର ଖୁଲାସା କରିବାକୁ କହିଛନ୍ତି। ଘଟଣା ସମୟରେ ବାଜପେୟୀ ଦିଲ୍ଲୀରେ ଥିଲେ। ହତ୍ୟାର ସୂଚନା ମିଳିବା ମାତ୍ରେ ସେ ଲକ୍ଷ୍ନୌ ଅଭିମୁଖେ ବାହାରି ଯାଇଛନ୍ତି।

କୁହାଯାଉଛି ଯେ ଡକାଏତି ସମୟରେ ଉଭୟଙ୍କୁ ହତ୍ୟା କରାଯାଇଛି। କିନ୍ତୁ ପୋଲିସ ଏହାକୁ ସ୍ପଷ୍ଟ ଭାବେ ମନା କରି ଦେଇଛି। ପୋଲିସ କମିଶନର ସୁଜିତ ପାଣ୍ଡେ କହିଛନ୍ତି ପ୍ରଥମ ଦୃଶ୍ୟରୁ ଏହା ଲୁଟ୍‌ ଘଟଣା ଲାଗୁ ନାହିଁ। ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.