ଓଡିଶା ଜୁଡିସିଆଲ ସର୍ଭିସ(ଓଜେଏସ୍ )ପରୀକ୍ଷା ଫଳ ପ୍ରକାଶ, ଇର୍ସିତା କେସରଓ୍ୱାନି ଟପ୍ପର

Published By : Prameya-News7 Bureau | March 10, 2021 IST

ଭୁବନେଶ୍ୱର ୧୦।୦୩: ଓଡିଶା ଜୁଡିସିଆଲ ସର୍ଭିସର ପରୀକ୍ଷା ଫଳ ପ୍ରକାଶ ପାଇଛି। ୨୦୧୯ ଓଜେଏସ ପରୀକ୍ଷା ଫଳ ପ୍ରକାଶ କରିଛି ଓଡିଶା ଲୋକସେବା ଆୟୋଗ। ଓଡିଶା ଜୁଡିସିଆଲ ସର୍ଭିସ ପାଇଁ ୪୭ ଜଣ ମନୋନୀତ ହୋଇଥିବା ବେଳେ ଏଥିରେ ୩୦ ଜଣ ମହିଳା ଅଛନ୍ତି। ରାଜ୍ୟରେ ସିଭିଲ ଜଜ୍ ଭାବେ ଅବସ୍ଥାପିତ ହେବେ ଏହି ଓଜେଏସ। ଏଥିରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଗଡପୋଷର ଇରସୀତା କେଶରଓ୍ବାନୀ ଟପ୍ପର ହୋଇଛନ୍ତି।

ଓପିଏସ୍‌ସି ପକ୍ଷରୁ ଓଜେଏସ୍‌ରେ ୫୧ଟି ପଦବି ପୂରଣ ପାଇଁ ୨୦୧୯ ନଭେମ୍ବର ୧୧ ତାରିଖରେ ପ୍ରାଥମିକ ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୦ ଫେବ୍ରୁଆରୀ ୨ରେ ପରୀକ୍ଷା ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ୭୩୭ ଜଣ ପ୍ରାର୍ଥୀ ମୁଖ୍ୟ ପରୀକ୍ଷାରେ ବସିଥିଲେ । ମୁଖ୍ୟ ପରୀକ୍ଷାରେ ୧୨୭ ଜଣ କୃତକାର୍ଯ୍ୟ ହୋଇ ମୌଖିକ ପରୀକ୍ଷା ପାଇଁ ଦେଇଥିଲେ । ଚୂଡ଼ାନ୍ତ ମୌଖିକ ପରୀକ୍ଷାରେ ୪୭ ଜଣ କୃତକାର୍ଯ୍ୟ ହେବା ପରେ ସେମାନଙ୍କୁ ନିଯୁକ୍ତି ଦେବା ପାଇଁ କମିସନ ସୁପାରିସ୍‌ କରିଛନ୍ତି ।

ସେହିପରି ତାଲିକାର ଦ୍ୱିତୀୟରେ ରହିଛନ୍ତି ସମ୍ବେଦନା ସନ୍ଦୀପ, ତୃତୀୟରେ ରହିଛନ୍ତି କୃଷ୍ଣା ମିଶ୍ର, ଚତୁର୍ଥରେ ଅଛନ୍ତି ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟେଲ, ପଞ୍ଚମରେ ଶୁଭଜିତ୍‌ ବେହେରା, ଷଷ୍ଠରେ ଅଛନ୍ତି ଆଦର୍ଶ କୁମାର ବେହେରା, ସପ୍ତମରେ ଦେବନ ସତ୍ୟଦର୍ଶୀ ନନ୍ଦ, ଅଷ୍ଟମରେ ଅଭିନନ୍ଦନ ରାୟ, ନବମରେ ଶ୍ୱେତା ଦାଶ ଏବଂ ଦଶମରେ ରହିଛନ୍ତି ଶର୍ମିଷ୍ଠା ପାଢ଼ୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.