ପତି ପତ୍ନୀ ଏବଂ ସେ : ମହିଳା ଡେପୁଟି କଲେକ୍ଟରଙ୍କୁ ଚୁଟି ଘୋଷାଡ଼ି ମାରପିଟ କଲେ ଆଇଆରଏସ ଅଫିସରଙ୍କ ପତ୍ନୀ

Published By : Prameya-News7 Bureau | February 14, 2019 IST

ପାଟଣା ୧୪/୨ : ପତି ପତ୍ନୀ ଏବଂ ପରକୀୟା ପ୍ରୀତି ମାମଲାରେ ବିହାର ରାଜ୍ୟ ମହିଳା ଆୟୋଗ କାର୍ଯ୍ୟାଳୟରେ ଗତକାଲି ହୋହାଲ୍ଲା ହୋଇଥିଲା | ଉତ୍ତର ପ୍ରଦେଶରେ କାର୍ଯ୍ୟରତ ଭାରତୀୟ ରାଜସ୍ବ ସେବା ବା ଆଇଆରଏସ ଅଫିସର ଜ୍ଞାନେନ୍ଦ୍ର ତ୍ରିପାଠୀଙ୍କ ପତ୍ନୀ ଅପର୍ଣ୍ଣା ତ୍ରିପାଠୀ ଗତକାଲି ହୋହାଲ୍ଲା କରିଥିଲେ | ମହିଳା ଆୟୋଗ ଅଧ୍ୟକ୍ଷ ଦିଲମଣି ମିଶ୍ରଙ୍କ କାର୍ଯ୍ୟାଳୟରେ ଜିନିଷପତ୍ର ଫିଙ୍ଗାଫିଙ୍ଗି କରିଥିଲେ | ଏହାସହ ଡେପୁଟି କଲେକ୍ଟର ଶ୍ଵେତା ମିଶ୍ରଙ୍କୁ ମାରପିଟ କରିଥିଲେ | ଘଟଣାରେ ଏତେ ଉତ୍ତେଜିତ ହୋଇଯାଇଥିଲା ଯେ, ସ୍ଥାନୀୟ ପୋଲିସ ଥାନାରୁ ମହିଳା ପୋଲିସ ଡକାଯାଇ ଅପର୍ଣ୍ଣାଙ୍କୁ ଶାନ୍ତ କରାଯାଇଥିଲା |


ସୂଚନାଯୋଗ୍ୟ ଯେ, କୋଲକାତାର ସଲ୍ଟଲେକସ୍ଥିତ କଷ୍ଟମ ରେସିଡେନ୍ସିଆଲ କ୍ଵାଟରରେ ରହୁଥିବା ଅପର୍ଣ୍ଣା ତ୍ରିପାଠୀ ଡେପୁଟି କଲେକ୍ଟର ଶ୍ଵେତା ମିଶ୍ରଙ୍କ ବିରୋଧରେ ଅଭିଯୋଗ କରି ବିହାରର ରାଜ୍ୟ ମହିଳା ଆୟୋଗରେ ଆବେଦନ କରିଥିଲେ | ଅପର୍ଣ୍ଣାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ତ୍ରିପାଠୀ ଏବଂ ଡେପୁଟି କଲେକ୍ଟର ଶ୍ଵେତା ମିଶ୍ରଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ଅପର୍ଣ୍ଣା ଅଭିଯୋଗ କରିଥିଲେ | ଏଥିପାଇଁ ସେ ଜ୍ଞାନେନ୍ଦ୍ର ତ୍ରିପାଠୀଙ୍କଠାରୁ ଅଲଗା ହେବା ପାଇଁ ସେ ଆବେଦନ କରିଥିଲେ | ଉଭୟଙ୍କ ଛାଡପତ୍ର ମାମଲା ବିଚାରାଧୀନ ଅଛି |

{"id":85052}


ବୁଧବାର ଉଭୟଙ୍କ ଛାଡପତ୍ର ମାମଲାର ଶୁଣାଣି ଥିଲା | ଶୁଣାଣି ବେଳେ ମହିଳା ଆୟୋଗ କାର୍ଯ୍ୟାଳୟରେ ଅପର୍ଣ୍ଣା ଏବଂ ଶ୍ଵେତା ଉପସ୍ଥିତ ଥିଲେ | ମହିଳା ଆୟୋଗର ସଦସ୍ୟା ଡ.ନିକି ହେମ୍ବ୍ରମ କହିଛନ୍ତି ଯେ, ଶୁଣାଣି ବେଳେ ହଠାତ ଅପର୍ଣ୍ଣା ଉତ୍ତେଜିତ ହୋଇଯାଇଥିଲେ ଏବଂ କାର୍ଯ୍ୟାଳୟ ଭିତରେ ହଂଗାମା କରିଥିଲେ | ସେ ଶ୍ଵେତା ମିଶ୍ରଙ୍କ ଚୁଟି ଟାଣି ତାଙ୍କୁ ଘୋଷାଡ଼ି ପକେଇଥିଲେ | ଏହାସହ ଶ୍ଵେତାଙ୍କୁ ମାରପିଟ ମଧ୍ୟ କରିଥିଲେ | ଅପର୍ଣ୍ଣା ଅଭିଯୋଗ କରିଥିଲେ ଯେ, ଶ୍ଵେତା ମିଶ୍ର ବିହାର ସରକାରର ଜଣେ ଅଧିକାରୀ ହୋଇଥିବାରୁ ମହିଳା ଆୟୋଗ ଶ୍ଵେତାଙ୍କ ପକ୍ଷ ନେଉଛି |


ବହୁତ ବୁଝାଇବା ପରେ ମଧ୍ୟ ଅପର୍ଣ୍ଣା ବୁଝିନଥିଲେ | ଶେଷରେ ମହିଳା ପୋଲିସ ଡକାଯାଇ ଅପର୍ଣ୍ଣାଙ୍କୁ ନିୟନ୍ତ୍ରଣ କରାଯାଇଥିଲା | ଅପର୍ଣ୍ଣାଙ୍କ ବ୍ୟବହାରକୁ ନେଇ ମହିଳା ଆୟୋଗ ସଦସ୍ୟା ନିକି ହେମ୍ବରମ ସ୍ଥାନୀୟ ଥାନାରେ ଏକ ପ୍ରାଥମିକ ଏତଲା ଦେଇଛନ୍ତି | ଘଟଣାର ଯାଞ୍ଚ କରାଯାଉଛି ବୋଲି ଥାନା ଅଧିକାରୀ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.