ଆଇଆରଏସ ଅଫିସରଙ୍କ ଘରେ ଚଢ଼ାଉ : ୨କୋଟି ୩୫ ଲକ୍ଷ ଟଙ୍କା, ୬.୨୫କୋଟି ମୂଲ୍ୟର ଗହଣା, ୧୦୬ଟି ଫ୍ଲାଟ, ପେଟ୍ରୋଲ ପମ୍ପ ସହ ଅନେକ ଜମିର କାଗଜପତ୍ର ଜବତ

Published By : Prameya-News7 Bureau | January 28, 2019 IST

କୋଟା ୨୮/୧ : ରାଜସ୍ଥାନ କୋଟାରେ ଆଇଆରଏସ ଅଫିସର ଡ. ସହିରାମ ମୀନା ତାଙ୍କ ନିଜ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଏଣ୍ଟି କରପସନ ବ୍ୟୁରୋ ହାତରେ ଧରାପଡ଼ିଛନ୍ତି | ସହିରାମଙ୍କ ଘରେ ଚଢ଼ାଉ କରିଥିବାବେଳେ ତାଙ୍କ ସମ୍ପତ୍ତି ଦେଖି ଚଢଉକାରୀ ଅଫିସରଙ୍କ ହୋସ ଉଡିଯାଇଥିଲା | ଏସିବି ସହିରାମଙ୍କ ଘରୁ ୨କୋଟି ୩୫ ଲକ୍ଷ ଟଙ୍କା ନଗଦ, ୬.୨୫କୋଟି ମୂଲ୍ୟର ଗହଣା, ୨୫ଟି ଦୋକାନର କାଗଜପତ୍ର, ୧୦୬ ଫ୍ଲାଟ, ପେଟ୍ରୋଲ ପମ୍ପ, ବିବାହ ମଣ୍ଡପ ସହ ଏକର ଏକର ଜମିର କାଗଜପତ୍ର ମିଳିଥିଲା |

{"id":78972}


ଏସବୁ ମିଳିବା ପରେ ଡ.ସହିରାମ ମିଣାଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଥିଲା | ଅଭିଯୁକ୍ତ ଲାଞ୍ଚୁଆ ଅଫିସରକୁ ୧ ଦିନ ରିମାଣ୍ଡରେ ନିଆଯାଇଛି |


ଏ ସମ୍ପର୍କରେ ଏସିବିର ଏଡିଜି ସୌରଭ ଶ୍ରୀବାସ୍ତବ କହିଥିଲେ ଯେ, ଡ. ସହିରାମ ମିଣାଙ୍କ ସମ୍ପତ୍ତି ଏବଂ ଲାଞ୍ଚ ନେଉଥିବା ନେଇ ଗୁପ୍ତ ସୂଚନା ମିଳିଥିଲା | ସେ କୋଟା ଅଂଚଳର ନାରକୋଟିକ୍ସ ବ୍ୟୁରୋର ଡେପୁଟି କମିଶନର ପଦବୀରେ ଅଛନ୍ତି | ତାଙ୍କ ଘରେ ଚଢାଉ ବେଳେ ପାଖାପାଖି ୧୦୦ କୋଟି ଟଙ୍କାର ସମ୍ପତ୍ତି ଥିବା ସୂଚନା ମିଳିଥିଲା | ମୁମ୍ବାଇ ଏବଂ ଦିଲ୍ଲୀରେ ଆଲିଶାନ ଅଂଚଳରେ ୨ଟି ଫ୍ଲାଟ ଥିବା ଜଣାପଡିଥିଲା ବୋଲି କହିଛନ୍ତି ଏଡିଜି | ସେ କହିଥିଲେ ଯେ, ଟଙ୍କା ଏବଂ ଗହଣା ଛଡା ୪ଟି ମହଙ୍ଗା କାର, ୪ଟି ବଡ ବଡ ଟ୍ରକ, ୧୫ଟି ବ୍ୟାଙ୍କରେ ଆକାଉଣ୍ଟ ଏବଂ ବ୍ୟାଙ୍କ ଲକର ମଧ୍ୟ ମିଳିଥିଲା | ଡ. ସହିରାମ ମୀନା ନିଜ ପତ୍ନୀ ପ୍ରେମଲତାଙ୍କ ନାଁରେ ୪୨ ଟି ଫ୍ଲାଟ ରଖିଛନ୍ତି | ଏହାଛଡା ପୁଅ ମନୀଷ ନାଁରେ ୨୩ଟି ଫ୍ଲାଟ ରହିଛି | ଏସବୁ ଯାଞ୍ଚ ମଧ୍ୟ କରାଯାଉଛି ବୋଲି କହିଛନ୍ତି ଏଡିଜି ସୌରଭ ଶ୍ରୀବାସ୍ତବ |

{"id":78973,"width":590,"height":363}


ସୂଚନାଯୋଗ୍ୟ ଯେ, ରାଜସ୍ଥାନ ଏସିବି କାର୍ଯ୍ୟାଳୟକୁ ସୂଚନା ମିଳିଥିଲା ଯେ, ଅଫିମ ଲାଇସେନ୍ସଧାରୀଙ୍କ ଠାରୁ କୋଟାର ନାରକୋଟିକ୍ସ ବିଭାଗର ଅଧିକାରୀ ଡ. ସହିରାମ ମୀନା ଅଫିମର ଅବୈଧ ପଟ୍ଟା ପାଇଁ ଲାଞ୍ଚ ନେଇଥାନ୍ତି | ଏହାପରେ ଏସିବି ଟିମ ଦଲାଲ କମଲେଶ ଧାକଡଙ୍କ ମୋବାଇଲ ସର୍ଭିଲେନ୍ସରେ ଲଗେଇଥିଲେ | ଫଳରେ କମଲେଶ କାହା ସହିତ କଣା କଥାବାର୍ତ୍ତା କରୁଛି ତାହା ଜଣାପଡିଥିଲା | ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ଆଇଆରଏସ ଡ. ସହିରାମ ମୀନା ଅଫିମ ପଟ୍ଟା ପାଇଁ ଲାଞ୍ଚ ନେଉଥିଲେ | ଏହାପରେ ଜାଲ ବିଛାଇ ତାଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରାଯାଇଥିଲା |

{"id":78975}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.