କରୋନା ସଂକ୍ରମଣ ଭୟରେ IRS ଅଧିକାରୀଙ୍କ ଏସିଡ୍ ପିଇ ଆତ୍ମହତ୍ୟା ! କାର୍‌ରୁ ମିଳିଲା ମୃତଦେହ

Published By : Prameya-News7 Bureau | June 15, 2020 IST

ନୂଆଦିଲ୍ଲୀ ୧୫।୦୬:  ଦିଲ୍ଲୀର ଦ୍ୱାର୍‌କାରେ ଜଣେ ୫୬ବର୍ଷୀୟ IRS ଅଧିକାରୀ କଥିତ ଭାବେ ଆତ୍ମହତ୍ୟା କରିଛନ୍ତି ।  IRS ଅଧିକାରୀଙ୍କ ମୃତଦେହ କାର ମଧ୍ୟରୁ ଉଦ୍ଧାର କରାଯାଇଥିଲା , ପରେ ତାଙ୍କୁ  ଦିନ୍‌ ଦୟାଲ୍‌ ଉପାଧ୍ୟାୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ IRS ଅଧିକାରୀଙ୍କ ନାମ ଶିବରାଜ ସିଂହ ବୋଲି ଜଣାପଡିଛି ।

୫୬ବର୍ଷୀୟ ଶିବରାଜ ସିଂହ D.O.S.R.K ପୁରାମରେ ଅତିରିକ୍ତ CIT  ପଦରେ ପୋଷ୍ଟ କରାଯାଇଥିଲା । ଦ୍ୱାରିକା ସମତି କୁଞ୍ଜ ଆପାର୍ଟମେଣ୍ଟରେ ରହୁଥିଲେ ଶିବରାଜ । ୨୦୦୬ ବ୍ୟାଚ୍ର IRS ଅଧିକାରୀ । ସୂଚନାନୁସାରେ, ଏକ ସୁଇସାଇଡ ନୋଟ ମଧ୍ୟ ମିଳିଛି।  ଯେଉଁଥିରେ ସେ କରୋନା ସନ୍ଦେହରେ ଆତ୍ମହତ୍ୟା କରିଥିବା କଥା ଲେଖାଯାଇଛି । ଦିଲ୍ଲୀ ପୋଲିସକୁ ଶନିବାର ଦିନ ସନ୍ଧ୍ୟା ୬ଟାରେ ଡିଡିୟୁ ମେଡିକାଲକୁ ଫୋନ୍‌ ଯାଇଥିଲା , ଏବଂ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି ବୋଲି କୁହାଯାଇଥିଲା । ପୋଲିସ ଟିମ୍‌ ତୁରନ୍ତ ମେଡିକାଲକୁ ଯାଇଥିଲା । ତଦନ୍ତ କରି ଜାଣିବାକୁ ପାଇଥିଲା କି ମୃତକଙ୍କ ନାମ ଶିବରାଜ ସିଂହ  ଏବଂ ସେ ୨୦୦୬ବ୍ୟାଚ୍‌ର IRS ଅଧିକାରୀ ବୋଲି ଜଣାପଡିଥିଲା ।

ସୂଚନାଯୋଗ୍ୟ ଯେ, ପୋଲିସର ପ୍ରାଥମିକ ତଦନ୍ତରୁ ଶିବାରଜଙ୍କ ମୃତ୍ୟୁ ଏସିଡ୍‌ ପିଇବାରୁ ହୋଇଛି ବୋଲି ଅନୁମାନ କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସକୁ ଶିବରାଜଙ୍କ ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ରିପୋର୍ଟ ଆସିବା ପରେ ପୂରା ସତ୍ୟତା ଜଣାପଡିବ ବୋଲି ଆଶା କରାଯାଉଛି ।  ଯାଞ୍ଚରେ ଏହା ମଧ୍ୟ ଜଣାପଡିଛି ଯେ, ଦ୍ୱାର୍‌କା ସ୍ଥିତ ସେକ୍ଟର-୬ ସ୍ଥିତ ନିଜ ଆପର୍ଟମେଣ୍ଟ ବାହାରେ ଥିବା ନିଜ କାର୍‌ ଭିତରେ ବସି ଶିବାରଜ ଏସିଡ୍‌ ପିଇଦେଇଥିଲେ । କିନ୍ତୁ କଣ ପାଇଁ ଆତ୍ମହତ୍ୟ କରିଛନ୍ତି , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା ।

ସୂଚନାନୁସାରେ ଶିବରାଜ ଗତ କିଛି ସପ୍ତାହ ତଳେ ନିଜର କରୋନା ଟେଷ୍ଟ କରାଇଥିଲେ , ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା । ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମଧ୍ୟ ସେ ଖୁବ୍‌ ଚିନ୍ତାରେ ଥିଲେ । ତାଙ୍କୁ ଚିନ୍ତା ଥିଲା କି ଯଦି ତାଙ୍କ ଠାରେ କରୋନା ସଂକ୍ରମଣ ଦେଖାଦିଏ, ତେବେ ତାଙ୍କର ପୁରା ପରିବାର ସଂକ୍ରମିତ ହୋଇଯିବ ବୋଲି ଆଶଙ୍କା ରହିଥିଲା । କିନ୍ତୁ ସେପଟେ ପୋଲିସ ଅନୁସାରେ ବର୍ତ୍ତମାନ ପୂରା ଘଟଣାର ଛାନ୍‌ଭିନ୍‌ ଜାରି ରହିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୂରା ଘଟଣାର ସତ୍ୟତା ଜଣାପଡିବ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.