Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବକେୟା ଦରମା ଦାବି, କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଜଳସେଚନ ବିଭାଗ କର୍ମଚାରୀ

26/06/2021 at 5:14 PM

ବାସୁଦେବପୁର ୨୬।୬: ଭଦ୍ରକ ଜିଲ୍ଲା ବାସୁଦେବପୁର ଜଳସେଚନ ବିଭାଗରେ ଦୀର୍ଘ ୫ ବର୍ଷ ଧରି କାମ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦରମା ନପାଇବାରୁ ବାଧ୍ୟ ହୋଇ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜଳସେଚନ ବିଭାଗର କର୍ମଚାରୀ ଦିବାକର ୧୯୮୩ ମସିହାରୁ ଚାକିରୀ କରିଥିବା ବେଳେ ୧୯୮୯ ମସିହାରେ ତାଙ୍କୁ ଚାକିରୀରୁ ଛଟେଇ କରିଦିଆଯାଇଥିଲା । ହେଲେ ଦିବାକର ଉକ୍ତ ଛଟେଇ ଘଟଣାକୁ ନେଇ କୋର୍ଟ କରିବାରୁ ପୁଣି ୨୦୧୬ ମସିହାରେ ତାଙ୍କୁ ପୁଣି ଚାକିରୀରେ ଯୋଗଦେବାକୁ କୋର୍ଟ ନିର୍ଦ୍ଦେଶ କ୍ରମେ ନିଯୁକ୍ତି ଦିଆଯାଇଥିଲା ।

ବିଭାଗ ପକ୍ଷରୁ ତାଙ୍କୁ ଦରମା ନମିଳିବାରୁ ଦିବାକର ୨୦୧୮ ମସିହାରେ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବାରୁ ଉଚ୍ଚ ପଦସ୍ତ ଅଧିକାରୀ ଦରମା ମିଳିବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଅନଶନରୁ ଉଠାଇ ଦେଇଥିଲେ ।  ହେଲେ ଆଜି ପର୍ଯ୍ୟନ୍ତ ଦିବାକର କାର୍ଯ୍ୟାଳୟରେ ନିଜର କାର୍ଯ୍ୟ ତୁଲାଇ ଆସୁଥିଲେ ମଧ୍ୟ ତାଙ୍କୁ ଦରମା ମିଳିନଥିଲା । ବାଧ୍ୟ ହୋଇ ଦିବାକର ଶନିବାର ଦିନ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଟକାଇଥିଲେ।  ପରେ ଦିବାକର କିରୋସିନି ଜୁଡୁବୁଡୁ ଅବସ୍ଥାରେ ପୋଲିସ ଥାନାକୁ ନେଇ ଆସିଥିଲେ। 

   Related Posts