କଲେଜ ଦିନରୁ ଏ‌ତେ ନିଷ୍ଠାର ସହ ଅଭିନୟ ଅଭ୍ୟାସ କରୁଥିଲେ ଇରଫାନ୍ ଖାନ୍ : ସତ କଥା କହିଲେ ତାଙ୍କ ପୁଅ ଏବଂ ସେୟାର କଲେ ଫଟୋ

Published By : Prameya-News7 Bureau | May 04, 2020 IST

ମୁମ୍ବାଇ ୪/୫: ବଲିଉଡ ଅଭିନେତା ଇରଫାନ୍ ଖାନଙ୍କ ପରଲୋକରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଥିଲା। ବଲିଉଡଠୁ ନେଇ ହଲିଉଡ ଏବଂ ପାକିସ୍ତାନୀ ସେଲେବ୍ସମାନେ ଇରଫାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ। ଇରଫାନଙ୍କ ପିଲାମାନେ ମଧ୍ୟ ତାଙ୍କୁ ବହୁତ ମିସ୍ କରୁଛନ୍ତି। ଇରଫାନଙ୍କ ବଡ଼ ପୁଅ ବାବିଲ୍ ବାପାଙ୍କ କଲେଜ ଦିନର କେତେକ ଫଟୋ ସେୟାର କରିଛନ୍ତି।

{"id":264402,"sizeSlug":"large"}

ନ୍ୟାସନାଲ୍ ସ୍କୁଲ୍ ଅଫ ଡ୍ରାମା ଦିନର ସେହି ଫଟୋଗୁଡ଼ିକୁ ସେୟାର କରି ବାବିଲ୍ ଲେଖିଛନ୍ତି- NSD। ପତଳା ଥିବା ଇରଫାନ୍ ଖାନ୍ ସେତେବେଳେ ଭଲ ଆକ୍ଟିଂ କରିପାରୁନଥିଲେ ମଧ୍ୟ ସବୁ ଜିନିଷ ଶିଖିବାରେ ପଛକୁ ହଟିନଥିଲେ।

{"id":264400,"sizeSlug":"large"}

ଏକ ଫଟୋରେ ଇରଫାନ୍ ଖାନ୍ ଓଠରେ ସିଗାରେଟ୍ ଲଗାଇଛନ୍ତି ଏବଂ ତାଙ୍କ ପାଖରେ ଜଣେ ମହିଳା ଛିଡ଼ା ହୋଇଛନ୍ତି।

{"id":264406,"width":583,"height":438,"sizeSlug":"large"}

ଅନ୍ୟ ଏକ ଫଟୋରେ ସେ ଷ୍ଟେଜରେ ରାଗିଯାଇଛନ୍ତି। ତାଙ୍କୁ ତାଙ୍କ ଜଣେ ସାଙ୍ଗ ଧରିଛନ୍ତି ଏବଂ ତଳେ ତାଙ୍କର ଜଣେ ସାଙ୍ଗ ତାଙ୍କୁ କିଛି କହୁଛନ୍ତି। ଏହି ଫଟୋକୁ ଦେଖି ଲାଗୁଛି ଯେ ସେ କୌଣସି ନାଟକର ପ୍ରାକ୍ଟିସ୍ କରୁଛନ୍ତି କିମ୍ବା ଭୁଲ୍ ପାଇଁ ଗାଳି ଶୁଣୁଛନ୍ତି।

{"id":264399,"sizeSlug":"large"}

ତୃତୀୟ ଫଟୋରେ ସେ ଏକ ଥିଏଟରରେ ଅଛନ୍ତି। ତାଙ୍କ ସହ ନର୍ସ ଭୂମିକାରେ ଜଣେ ଯୁବତୀ ଏବଂ ଫାଇଲ୍ ଧରି ଜଣେ ଯୁବକ ଛିଡ଼ା ହୋଇଛନ୍ତି।

wp:core-embed/instagram {"url":"https://www.instagram.com/p/B_pbTJAAPUP/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_pbTJAAPUP/?utm_source=ig_embed
/wp:core-embed/instagram

ଏହା ପୂର୍ବରୁ ବାବିଲ୍ ତାଙ୍କର ଗୁପଚୁପ୍ ଖାଉଥିବା​‌ ଭିଡିଓ ସେୟାର କରିଥିଲେ। ଏହି ଭିଡିଓକୁ ସେୟାର କରି ସେ ଲେଖିଥିଲେ ଯେ –‘ଯେତେବେଳେ ଆପଣ ବହୁତ ଦିନରୁ ଡାୟେଟ୍ କରୁଥିବେ ଏବଂ ସୁଟିଂ ସରିଗଲେ ବାହାରକୁ ଯାଇ ଗୁପଚୁପ୍ ଖାଇବେ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.