Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଇରଫାନ ଖାନଙ୍କ ପରଲୋକର ମାସେ ପୂରିବା ପରେ ଇମୋସନାଲ୍ ହେଲେ ପତ୍ନୀ ସୁତପା : ଫଟୋ ସେୟାର କରି କହିଲେ ଏକଥା

31/05/2020 at 10:58 AM

ମୁମ୍ବାଇ ୩୧/୫: ଇରଫାନ୍ ଖାନ୍ ବଲିଉଡର ସବୁଠୁ ଦମଦାର ଅଭିନେତା ମଧ୍ୟରୁ ଜଣେ ଥିଲେ ଏଥିରେ କୌଣସି ସନ୍ଦେହ ନାହିଁ। ମାସେ ତଳେ ଇରଫାନ୍ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ। ଏକଥାକୁ ଏବେ ବି କେହି ବିଶ୍ବାସ କରୁନାହାନ୍ତି ଯେ ଆମେ ଏବେ ତାଙ୍କୁ କୌଣସି ନୂଆ ଫିଲ୍ମରେ କିମ୍ବା ଇଣ୍ଟରଭ୍ୟୁରେ ଦେଖି ପାରିବା ନାହିଁ।

ଇରଫାନ୍ ଯିବାର ମାସେ ପୂରା ହେବା ପରେ ପତ୍ନୀ ସୁତପା ସିକଦାର ତାଙ୍କ ଅଣଦେଖା ଫଟୋ ସେୟାର କରି ଏକ ଇମୋସନାଲ୍ ପୋଷ୍ଟ ଲେଖିଛନ୍ତି।

ସୁତପା ସିକଦାର ଇରଫାନଙ୍କ ସହ ନିଜର କିଛି ଅଭୁଲା ମୁହୂର୍ତ୍ତର ଫଟୋ ସେୟାର କରିଛନ୍ତି। ଦୁହେଁ କୌଣସି ପାର୍କରେ ଥିବାର ଜଣା ପଡ଼ୁଛି। ଗୋଟିଏ ଫଟୋରେ ଇରଫାନ୍ ଏକୁଟିଆ ଘାସରେ ଶୋଇ କେଉଁଆଡ଼େ ଦେଖୁଛନ୍ତି ତ ଅନ୍ୟ ଫଟୋରେ ସେ ପତ୍ନୀଙ୍କ ସହ ସେଲ୍ଫି ନେଇଛନ୍ତି।

ଏହି ଫଟୋ ସହ ସୁତପା ଲେଖିଛନ୍ତି ଯେ ‘ଏଠାରୁ ବହୁତ ଦୂର ପ୍ରତ୍ୟେକ ଭୁଲ୍ ଏବଂ ଠିକ୍ ଆଗରେ ଏକ ଖାଲି ପଡ଼ିଆ ରହିଛି। ସେ ସେଠାରେ ତାଙ୍କୁ ଭେଟିବେ। ଯେତେବେଳେ ଆମ ଆତ୍ମା ଘାସରେ ଶୋଇଥିବ ଏବଂ ସମାଜ କଥା କହି ଥକି ସାରିଥିବ। ଏହା କିଛି ସମୟର କଥା। ଦେଖା କରିବା କଥା ହେବା। ତୁମ ସାଙ୍ଗରେ ଦେଖା ହେବା ପର୍ଯ୍ୟନ୍ତ।’

ଇରଫାନ ଖାନଙ୍କ ପରଲୋକ ୨୦୨୦ମସିହା ଅପ୍ରେଲ୍ ୨୯ତାରିଖ ଦିନ ହୋଇଥିଲା। ତାଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ହୋଇଥିଲା। ଇରଫାନ୍ ଦୁଇ ବର୍ଷରୁ ତାଙ୍କ ଚିକିତ୍ସା କରାଉଥିଲେ। ୨୦୧୮ମସିହାରେ ସେ କ୍ୟାନସର ଚିକିତ୍ସା ପାଇଁ ଲଣ୍ଡନ୍ ମଧ୍ୟ ଯାଇଥିଲେ।

ତାଙ୍କ ଯିବା ପରେ ବିଶ୍ବବ୍ୟାପି ପ୍ରଶଂସକ ଦୁଃଖ ପ୍ରକାଶ କରିଥିଲେ। ଏହା ସହ ବଲିଉଡଠୁ ଆରମ୍ଭ କରି ହଲିଉଡ ଏବଂ ଅନ୍ୟ ଇଣ୍ଡଷ୍ଟ୍ରିର ସେଲିବ୍ରିଟି ତାଙ୍କ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ଇରଫାନ୍ ଖାନ୍ ନିଜ ଫିଲ୍ମି କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ମକବୁଲ୍,ପାନ ସିଂହ ତୋମାର,ହିନ୍ଦୀ ମିଡିୟମ୍,ପିକୁ,ଦ ଲଞ୍ଚବକ୍ସ ସହ ଅନ୍ୟାନ୍ୟ ଫିଲ୍ମରେ କାମ କରିଛନ୍ତି। ସେ ହଲିଉଡର ବଡ଼ ବଡ଼ ପ୍ରୋଜେକ୍ଟ ଯେପରିକି ଲାଇଫ ଅଫ ପାଇ,ଜୁରାସିକ୍ ଓ୍ବାର୍ଲଡରେ କାମ କରି ନାଁ କମାଇଛନ୍ତି।

   Related Posts