Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହାନ୍ ଅଭିନେତା ଋଷି କପୁର ଏବଂ ଇରଫାନ ଖାନଙ୍କ ଜନ୍ମକୁଣ୍ଡଳୀରେ ରହିଛି ଅନେକ ସାମଞ୍ଜସ୍ୟ : ଯାହା ପୂର୍ବରୁ ସ୍ଥିର କରିଥିଲା ତାଙ୍କ ଜନ୍ମ,ମୃତ୍ୟୁ

1/05/2020 at 12:56 PM

ମୁମ୍ବାଇ ୧/୫: ବଲିଉଡ ୨ ଦିନ ମଧ୍ୟରେ ୨ଜଣ ବଡ଼ ଦିଗ୍ଗଜ ଫିଲ୍ମ କଳାକାରଙ୍କୁ ହରାଇଛି। ପ୍ରଥମେ ଇରଫାନ୍ ଖାନ୍ ଯାହାଙ୍କୁ ମାତ୍ର ୫୩ବର୍ଷ ହୋଇଥିଲା,ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ। ଏହା ପରେ ୬୭ବର୍ଷ ବୟସ୍କ ଋଷି କପୁରଙ୍କ ଗୁରୁବାର ପରଲୋକ ହୋଇଯାଇଥିଲା। ଉଭୟଙ୍କ ପରଲୋକରେ ପୂରା ଫିଲ୍ମ ଜଗତରେ ଶୋକର ଲହରୀ ଖେଳିଯାଇଛି। ଉଭୟ ମହାନ୍ କଳାକାରଙ୍କ ବିଶ୍ବ ସାରା ବହୁତ ପ୍ରଶଂସକ ଅଛନ୍ତି ଯେଉଁମାନେ ନିଜ ପସନ୍ଦର କଳାକାରଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖୀ ଅଛନ୍ତି। ଲୋକେ ସୋସିଆଲ ମିଡିଆରେ ନିଜ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ୨ମହାନ୍ କଳାକାରଙ୍କ କୀର୍ତ୍ତିର ପ୍ରଶଂସା କରୁଛନ୍ତି।

କିନ୍ତୁ ଏପରି ପରିସ୍ଥିତିରେ ସୋସିଆଲ ମିଡିଆରେ ଯାହା ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ତାହା ୨କଳାକାରଙ୍କ ଜନ୍ମତିଥି ଏବଂ ଏହାର ଗଣିତ। ଋଷି କପୁରଙ୍କ ଜନ୍ମ ୧୯୫୩ମସିହାରେ ହୋଇଥିଲା ଯାହାଙ୍କ ୬୭ବର୍ଷ ବୟସରେ ମୃତ୍ୟୁ ହେଲା। ସେହିପରି ଇରଫାନ୍ ଖାନଙ୍କ ଜନ୍ମ ୧୯୬୭ମସିହାରେ ହୋଇଥିଲା ଏବଂ ତାଙ୍କ ମୃତ୍ୟୁ ୫୩ବର୍ଷରେ ହୋଇଛି। ଉଭୟଙ୍କ ଜନ୍ମ ଏବଂ ମୃତ୍ୟୁରେ ଏକ ଗାଣିତିକ ସଂଯୋଗ ରହିଛି ଯାହା ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ସୋସିଆଲ ମିଡିଆରେ ୨କଳାକାରଙ୍କ ଜନ୍ମ ଏବଂ ମୃତ୍ୟୁ ବର୍ଷର ଗାଣିତିକ ସଂଯୋଗ ବ୍ୟତୀତ ଆଉ ଏକ ଗଣିତ ଗଣନା ଚର୍ଚ୍ଚାର ବିଷୟ ହୋଇଛି। ଉଭୟଙ୍କ ଜନ୍ମ ବର୍ଷ ଏବଂ ତାଙ୍କ ବୟସକୁ ଯଦି ଯୋଡ଼ା ଯାଏ ତେବେ ଏହା ୨୦୨୦ ହେଉଛି। ୧୯୫୩+୬୭=୨୦୨୦ ଏବଂ ୧୯୬୭+୫୩=୨୦୨୦। ଏହା ମଧ୍ୟ ଏକ ସଂଯୋଗ। ଖାସ୍ କଥା ହେଉଛି ଏହା ଯେ ଯଦି ଗାଣିତିକ ସଂଯୋଗ ସେହି ସମୟରେ ମଧ୍ୟ ଏହା ହୋଇଥାନ୍ତା ,ଯଦି କୌଣସି ବ୍ୟକ୍ତି୧୯୭୦ମସିହାରେ ଜନ୍ମ ହେଉଛି ଏବଂ ୨୦୨୦ମସିହାରେ ତାଙ୍କର ଦେହାନ୍ତ ହେଉଛି ତେବେ ତାଙ୍କ ବୟସ ୫୦ ହୋଇଥାନ୍ତା। ଏପରି କ୍ଷେତ୍ରରେ ବୟସ ଏବଂ ବର୍ଷର ଯୋଗ ମଧ୍ୟ ୨୦୨୦ ହେଉଛି। କେବଳ ଏତିକି ନୁହେଁ ଯଦି କୌଣସି ବ୍ୟକ୍ତିଙ୍କ ଜନ୍ମ ୨୦୦୦ମସିହାରେ ହୋଇଛି ତେବେ ତାଙ୍କ ମୃତ୍ୟୁ ୨୦୭୦ରେ ହେବ ଏବଂ ବୟସ,ବର୍ଷ ବର୍ଷର ଯୋଗ ମଧ୍ୟ ୨୦୭୦ ହେବ।

ଋଷି କପୁର ନିଜ କ୍ୟାରିୟରରେ ଅନେକ ଚମତ୍କାର ଫିଲ୍ମ କରିଛନ୍ତି,ଯାହା ଫଳରେ ସେ ଲୋକପ୍ରିୟ ହୋଇପାରିଥିଲେ। ନିଜର ପ୍ରଥମ ଫିଲ୍ମ ମେରା ନାମ ଜୋକର ପାଇଁ ଋଷି କପୁରଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା। ଇରଫାନ ଖାନଙ୍କୁ ପାନ ସିଂହ ତୋମାର ଫିଲ୍ମ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ସହିତ ୨କଳାକାର ୪-୪ଟି ଫିଲ୍ମ ଫେୟାର ଆଓ୍ବାର୍ଡ଼ ମଧ୍ୟ ନିଜ ନାଁରେ କରିଛନ୍ତି।

   Related Posts