Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୬ ବର୍ଷ ବୟସରେ କ୍ଷୀରବାଲା ଝିଅ ସହ ଇରଫାନଙ୍କୁ ହୋଇଥିଲା ପ୍ରେମ : ସମ୍ପର୍କୀୟ ଭାଇ ଯୋଗୁଁ ହୋଇଥିଲା ବ୍ରେକ୍ ଅପ୍

3/05/2020 at 11:00 AM

ମୁମ୍ବାଇ ୦୩/୦୫ : ବଲିଉଡର ଶ୍ରେଷ୍ଠ ଅଭିନେତା ଇରଫାନ ଖାନ ଆଉ ନାହାନ୍ତି | ବୁଧବାର ଦିନ ମୁମ୍ବାଇ ସ୍ଥିତ କୋକିଲାବେନ ହସ୍ପିଟାଲରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଥିଲେ | ଇରଫାନ ଖାନଙ୍କ ଜୀବନ ସହିତ ଜଡିତ ଏମିତି ଅନେକ ଘଟଣା ରହିଛି ଯାହା ଅଧିକାଂଶ ଲୋକ ଜାଣିନାହାନ୍ତି | ସେ ବ୍ୟକ୍ତିତ୍ୱ ଅତ୍ୟନ୍ତ ଖୁସ ମିଜାଜ ଥିଲା | କେବଳ ଅଭିନୟ କ୍ଷେତ୍ରରେ ନୁହେଁ ବରଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସବୁ ପରିସ୍ଥିତିର ସାମ୍ନା ହସି ହସି କରୁଥିଲେ | ତାଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ପ୍ରଥମଥର ପାଇଁ ପ୍ରେମରେ ପଡିଥିଲା | ତାଙ୍କ ଘରେ କ୍ଷୀର ଦେଇଥିବା କ୍ଷୀରବାଲାର ଝିଅଙ୍କ ସହିତ ଇରଫାନଙ୍କୁ ପ୍ରଥମ ପ୍ରେମ ହୋଇଥିଲା | ତେବେ ତାଙ୍କର ଏହି ସମ୍ପର୍କ ଅତୁଟ ରହିନଥିଲା | ଇରଫାନଙ୍କ ନିଜ ସମ୍ପର୍କୀୟ ଭାଇଙ୍କ ଯୋଗୁଁ ଉଭୟ ସମ୍ପର୍କ ଭାଙ୍ଗି ଯାଇଥିଲା | ଇରଫାନ ନିଜେ ଏକ ସାକ୍ଷାତକାର ନିଜର ଏହି ପ୍ରେମ କାହାଣୀ ସମ୍ପର୍କରେ କହିଥିଲେ | 

ସେ ସମୟରେ ଇରଫାନ ନିଜେ କ୍ଷୀରବାଲା ଘରକୁ କ୍ଷୀର ନେବାକୁ ଯାଉଥିଲେ | କ୍ଷୀରବାଲାର ଝିଅକୁ ଦେଖିବା ପାଇଁ ସେ ପ୍ରତିଦିନ ତାଙ୍କ ଘରକୁ କ୍ଷୀର ନେବାକୁ ଯାଉଥିଲେ | ଝିଅ ମଧ୍ୟ ଇରଫାନଙ୍କୁ ଦେଖି ମୁରୁକେଇ ହସିଦେଉଥିଲେ | ଦିନେ ଝିଅ ଇରଫାନଙ୍କୁ ନିଜ ରୁମକୁ ଡାକିଥିଲେ | ସେତେବେଳେ ଇରଫାନ ମନେ ମନେ ଭଟାରିଥିଲେ କିଛି ନିଶ୍ଚୟ ଘଟିବ | ଇରଫାନ ନିଜ ପ୍ରେମିକାଙ୍କ ରୁମରେ ପହଞ୍ଚିବା ପରେ ସେ ଇରଫାନଙ୍କୁ ଏକ ଖାତା ଦେଇଥିଲେ ଯେଉଁଥିରେ ଏକ ଚିଠି ଥିଲା | ତେବେ ଚିଠି ଇରଫାନଙ୍କ ପାଇଁ ନଥିଲା | ଝିଅ ଘର ପାଖରେ ରହୁଥିବା ଆଉ ଜଣେ ଯୁବକଙ୍କ ପାଖରେ ଚିଠିଟି ପହଞ୍ଚାଇବାକୁ ଯୁବତୀ ଜଣକ ଇରଫାନଙ୍କୁ ସେହି ଚିଠି ଦେଇଥିଲେ | ସେତେବେଳେ ଇରଫାନ ନିଜକୁ ହିରୋ ଭାବି ନିଜ ପ୍ରେମର ଜଳାଞ୍ଜଳି ଦେବା ପାଇଁ ଆଗେଇ ଆସିଥିଲେ | ସେ ଝିଅ ହାତରୁ ଚିଠି ନେଇ ସେହି ଯୁବକଙ୍କୁ ଦେଇଥିଲେ |

ସାକ୍ଷାତକାରରେ ଇରଫାନ କହିଛନ୍ତି ଯେ, କ୍ଷୀରବାଲା ଝିଅ ସହ ତାଙ୍କର ଭଲ ବନ୍ଧୁତ୍ୱ ଥିଲେ | ସେ ଇରଫାନଙ୍କ ଘରକୁ ମଧ୍ୟ ଆସୁଥିଲେ ଏବଂ ଉଭୟ ମିଶି ଖେଳୁଥିଲେ | ତେବେ ସେହି ଝିଅ ସହ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ କୌଣସି ସ୍ୱର୍ଗ ଠାରୁ କମ ନୁହେଁ ବୋଲି ଇରଫାନ କହିଥିଲେ | କିନ୍ତୁ ଇରଫାନଙ୍କ ଜଣେ ସମ୍ପର୍କୀୟ ଭାଇଙ୍କ ଯୋଗୁଁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଓ ସେମାନେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ |

ଅଲଗା ହୋଇଯିବା ପରେ ଇରଫାନ କିଛି ଦିନ ଅବସାଦରେ ଥିଲେ | ଇରଫାନ କହିଥିଲେ, ସେତେବେଳେ ବ୍ରେକ୍ ଅପ୍ ଦୁଃଖରୁ ବାହାରିବା ପାଇଁ ସେ ଲଗାତାର ଦୁଇ ତିନି ସପ୍ତାହ ଯାଏଁ ମୁକେଶଙ୍କ ଗୀତ ଶୁଣୁଥିଲେ | ସେତେବେଳେ ଯୁବତୀ ଜଣକ ଇରଫାନଙ୍କ ସହ କଥାବାର୍ତ୍ତା ହେବ ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଇରଫାନ ମାନିନଥିଲେ | 

   Related Posts