ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଅନିୟମିତତା ଓ ଦୁର୍ନୀତି : ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | August 09, 2018 IST

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ହୋଇଥିବା ବିଭିନ୍ନ ଅନିୟମିତତା ଓ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ କରାଯାଇଛି । ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଉଚ୍ଚଶିକ୍ଷା ବିଭାଗକୁ ଏହି ତଦନ୍ତ ଭାର ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଶାନ୍ତ କୁମାର ଦାଶଙ୍କୁ ଦିଆଯାଇଛି ତଦନ୍ତ ଭାର । ଏହା ସହ ଦୁଇ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ ବିଶ୍ବବିଦ୍ୟାଳୟର କୁଳସଚିବ ଓ ଉପକୁଳସଚିବ । ପୂର୍ବରୁ ବିଶ୍ବବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲେ ଛାତ୍ର ସଂସଦ ସଭାପତି ଓ ପୂର୍ବତନ ଛାତ୍ର ନେତା । ଏହା ସହ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଓ ଭିଜିଲାନ୍ସ ବିଭାଗ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.