Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସ୍ୱଚ୍ଛ ଭାରତ ଯୋଜନା ବାଇଗଡ଼ିଆ ଆଦିବାସୀ ଗାଁ ପାଇଁ ସାତ ସପନ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ

27/07/2020 at 3:42 PM

ନୀଳଗିରି୨୬/୭: ପରିବେଶ ସୁରକ୍ଷା ନିମନ୍ତେ ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନାରେ ଘରେ ଘରେ ପାଇଖାନା ଯୋଗାଇ ଦେଉଛନ୍ତି।ହେଲେ ଏହି ଯୋଜନାର ସଠିକ ରୂପାୟନ ହୋଇ ନାହିଁ। କିନ୍ତୁ ଏହି ଯୋଜନାର ବାଟ ମାରଣା ହେଉଥିବା ଅଭିଯୋଗ ହୋଇଛି। ଏମିତି କି ପୁରୁଣା ପାଇଖାନା ଦେଖାଇ ଏହି ଯୋଜନାର ଫାଇଦା ଉଠାଉଛନ୍ତି।ହେଲେ ଏଭଳି ଏକ ଗାଁ ଅଛି, ଯେଉଁଠି  ଏହି ଯୋଜନା ଅପହଁଞ୍ଚ। ଗାଁ ସମସ୍ୟାର ସମାଧାନ ପାଇଁ ନୀଳଗିରି ବିଧାୟକ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ସ୍ୱଚ୍ଛ ପରିବେଶ ପାଇଁ କେନ୍ଦ୍ର ସରକାର ଘରେ ଘରେ ପାଇଖାନା ଯୋଗାଇ ଦିଆଯିବା ନେଇ ସଂକଳ୍ପ ନେଇଥିଲେ। କେହି ବାହାରକୁ ଝାଡା ଯିବେ ନାହିଁ ଘରେ ଘରେ ଏହି ଯୋଜନା ଯୋଗାଇବା ନେଇ ଯୋଜନା ଆରମ୍ବ ହୋଇଥିଲା।ହେଲେ ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀରେ ଏହି ଯୋଜନା ସଠିକ ରୂପାୟନ ହୋଇନଥିବା ଜଣାପଡିଛି।ଏହି ଯୋଜନାକୁ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗକୁ ଦାୟିତ୍ୱ ଦିଆଯାଇଥିବା ବେଳେ ସର୍ଭେ କରି ହିତାଧିକାରୀଙ୍କୁ ପାଇଖାନା- ଘର ଯୋଗାଇବା କଥା। ହେଲେ  ନୀଳଗିରି ବ୍ଲକରେ ଏହା ମହାଦୁର୍ନୀତି ହୋଇଥିବା ନଜରକୁ ଆସିଛି। ହିତାଧିକାରୀ ପାଇଖାନା ଘର ନିର୍ମାଣର ନିଜେ ଦାୟିତ୍ବ ନେଇଥିବା ବେଳେ କିଛି ଏନଜିଓ ମଧ୍ୟ ଘର ନିର୍ମାଣ ଦାୟିତ୍ବ ନେଇଥିଲେ।

ବହୁ ଗାଁରେ କବାଟ ଲଗାଇ ବିଲ ଉଠାଇ ନେଇଥିବା ଦେଖା ଯାଇଥିବା ବେଳେ ଆଉ କେଉଁଠି ପାଇଖାନା ଟାଙ୍କି ନିର୍ମାଣ କରାଯାଇ ନଥିବା ଦେଖାଯାଇଛି। ଅନେକ ଗାଁରେ ପୁରୁଣା ପାଇଖାନା ଦେଖାଇ ଟଙ୍କା ହଡପ କରି ନେଇଛନ୍ତି ଅଯୋଗ୍ୟ ହିତାଧିକାରୀ। ସେହପରି ଘର ନଥାଇ ଜଙ୍ଗଲକୁ ଲାଗି ପାଇଖାନା ନିର୍ମାଣ ହୋଇଛି ତ ଆଉ କେଉଁଠି ଗୋଚର ଜମିରେ ପାଇଖାନା ନିର୍ମାଣ ହୋଇଛି। ତେଲିପାଳ ପଂଚାୟତରେ ଏହି ଯୋଜନା ନ କହିବା ଭଲ। ଗୋଟିଏ ବାଡ଼ିରେ ଦୁଇ ଦୁଇ ପାଇଖାନା ନିର୍ମାଣ ହୋଇଛି ତ ଘର ନଥାଇ ଜଙ୍ଗଲକୁ ଲାଗି ମଧ୍ୟ ପାଇଖାନା ନିର୍ମାଣ ହୋଇଛି।

ଜାମୁଡିହା, ଭଉଁରିଆବାଡ଼ ,ଧୋବଶିଳା, ଅଯୋଧ୍ୟା, ଯଦିଡା, କାଂଶ, ନରସିଂପୁର କଥା ନ କହିବା ଭଲ। ଏହି ଯୋଜନା ସଠିକ ରୂପାୟନ ହୋଇନଥିବାରୁ ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଂଚାୟତ ଅଧିନ ବାଇଗଡ଼ିଆ ଗାଁର ୪୧ ଟି ପରିବାର ଏହି ଯୋଜନା ପାଇ ପାରିନାହାନ୍ତି। ଏହି ଗାଁର ୩୦୦ ପରିବାର ବସବାସ କରୁଥିବା ବେଳେ ୪୧ ଟି ପରିବାର ପାଇଖାନା ନଥିବାରୁ ପାଖ ବିଲକୁ ଝାଡା ଯାଇଥାନ୍ତି। ଆଦିବାସୀ ଦିନ ମଜୁରିଆ ହୋଇଥିବାରୁ ପାଇଖାନା ବାଡ଼ିରେ ପକାଇବାକୁ ଅସମର୍ଥ। ଏଭଳି ଘଟଣା ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଜାଣିବା ପରେ ସରକାରଙ୍କ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି।

ଏବେ କୋବିଡ଼ -୧୯ ସମୟରେ ହିତାଧିକାରୀ ଘରୁ ବାହାରକୁ ବାହାରିବା ଉଚିତ୍‌ ମଣୁ ନଥିବା ବେଳେ ୪୧ଟି ପରିବାର କିପରି ପାଇଖାନା ପାଇ ପାରିବେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଧାୟକ ଶ୍ରୀଯୁକ୍ତ ନାୟକ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିର ନକଲ ମଧ୍ୟ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ, ପିଡ଼ି ଡିଆରଡିଏଙ୍କୁ ମଧ୍ୟ ପତ୍ର ଲେଖିଛନ୍ତି। ବିଧାୟକ ଚିଠିପରେ ଏହି ଗାଁର ସମସ୍ୟା ର ସମାଧାନ ହେବା ନେଇ ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି।

   Related Posts