Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଭତ୍ତା ଟଙ୍କା ବଣ୍ଟାରେ ଅନିୟମିତତା, ଭିଜିଲାନ୍ସ ଆରମ୍ଭ କଲା ଛାନ୍‌ଭିନ୍

28/09/2020 at 8:05 PM

ରାୟଗଡ଼ା୨୮/୯:  ରାୟଗଡା ପୌର ପରିଷଦ କାର୍ଯ୍ୟାଳୟରେ ଭତ୍ତା ଟଙ୍କା ପ୍ରଦାନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଭତ୍ତା ବଣ୍ଟା ଯାଉଥିଲା। ଏହି ଅଭିଯୋଗ ପରେ ରବିବାର ତନାଘନା ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ଭିଜିଲାନ୍ସ ଡିଏସପି ଅନନ୍ତ ପ୍ରସାଦ ମଲିକ ପୌର କାର୍ଯ୍ୟାଳୟରେ ପହଁଞ୍ଚି ଯାଞ୍ଚ କରିଥିଲେ।

୨୦୧୮ ରୁ ୨୦୨୦ ମେ ମାସ ପର୍ଯ୍ୟନ୍ତ ଏହି କେଳେଙ୍କାରୀ ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ପ୍ରାଥମିକ ତଦନ୍ତରୁ ମାସିକ ଲକ୍ଷାଧିକ ଟଙ୍କା ଜାଲିଆତି ହୋଇଥିବା ନଜରକୁ ଆସିଛି। ମୃତ ଓ ସହରରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ବ୍ୟକ୍ତିଙ୍କ ନାମରେ ଏହି ଟଙ୍କା ଚଳୁ କରାଯାଇଛି। ଏହା ଜଣାପଡିବା ପରେ ତଦନ୍ତ ଜାରି ରହିଛି। ଆଜି ପୌର କାର୍ଯ୍ୟାଳୟ ଦାୟିତ୍ବରେ ଥିବା କିରାଣୀଙ୍କୁ ପଚରା ଉଚୁରା କରାଯାଇଥିଲା। ଗତ ଜୁନ ମାସରେ ଭିଜିଲାନ୍ସ ସମସ୍ତ ତଥ୍ୟ ମାଗିଥିଲେ ମଧ୍ୟ ପୌର ପରିଷଦ ପକ୍ଷରୁ ପ୍ରଦାନ କରାଯାଇନଥିବା ଜଣାପଡିଛି। ଫଳରେ ଏହି ଅନିୟମିତତା ଲମ୍ବିଥିବା ସନ୍ଦେହ ଭିଜିଲାନ୍ସର ଘନିଭୁତ ହୋଇଛି। ୭ ହଜାର ୧୮୯ ଜଣ ହିତାଧିକାରୀଙ୍କୁ ୨୦୧୮ ରୁ ୨୦୨୦ ଆର୍ଥିକ ବର୍ଷରେ ଭତ୍ତା ପ୍ରଦାନ କରାଯାଇଥିବା ଉଲ୍ଲେଖ ରହିଛି।

   Related Posts