Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଷ୍ଟିଙ୍ଗ୍ ଅପରେସନ/ ଏମଡିଏମ ମହାଘୋଟାଲା : ଜଗତସିଂହପୁର ଏବଂ କଳାହାଣ୍ଡିରେ କୋଟି କୋଟି ଟଙ୍କାର ମଧ୍ୟାହ୍ନ ଭୋଜନ ଚାଉଳ ଚଳୁ, ଶିକ୍ଷକ ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ପଡିଲା ଧରା

14/08/2019 at 1:40 PM

ଜଗତସିଂହପୁର।କଳାହାଣ୍ଡି ୧୪|୮:  ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ମହା ଘୋଟାଲା । କୋଟି କୋଟି ଟଙ୍କାର ଏମଡିଏମ ଚାଉଳ ମିଳିମିଶି କିଛି ଶିକ୍ଷକ ଓ ଅଧିକାରୀ ଚଳୁ କରି ଦେଇଥିବା ସଂଘାତିକ ଅଭିଯୋଗ ଆସିଛି । ଏହି ମହା ଘୋଟାଲା ଅଡିଟି ରିପୋର୍ଟରୁ ଧରାପଡିଛି । ୨୦୧୫-୧୯ ଭିତରେ ପାଖାପାଖି ଦେଢ କୋଟି ଟଙ୍କାର ଚଉଳ ଉଭାନ ହୋଇଯାଇଛି । ସଂପୃକ୍ତ ବିଦ୍ୟାଳୟମାନଙ୍କୁ ମଗାଯାଇଥିବା ହିସାବରେ ଏହା ମିଳୁନାହିଁ ।

ରାଜ୍ୟର କେତେକ ଜିଲ୍ଲାକୁ ସାମ୍ପୁଲ ଭାବରେ ନିଆଯାଇ ଏହି ଅଡିଟ କରାଯାଇଥିଲା । ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଚାଲିଥିବା ୧୪୭୧ଟି ବିଦ୍ୟାଳୟ ମଧ୍ୟରୁ ବାଲିକୁଦା, ବିରିଡି, ଜଗତସିଂହପୁର, ନାଉଗାଁ ଓ ରଘୁନାଥପୁର ବ୍ଲକରେ ଥିବା ବିଦ୍ୟାଳୟ ଗୁଡିକର ରେକର୍ଡ ଯାଞ୍ଚ କରାଯାଇ ପାଖାପାଖି ଦେଢ କୋଟି ଟଙ୍କା ମୂଲ୍ୟର ଚଉଳର ହିସାବ ମିଳୁନଥିବାର ଜଣାପଡିଛି । ଏ ମଧ୍ୟରୁ ଜିଲ୍ଲାର ନାଉଗାଁ ବ୍ଲକରେ ସର୍ବ।ଧିକ ବିଦ୍ୟାଳୟ ରହିଛି ।

କେବଳ ସେତିକି ନୁହେଁ ଏହି ଅଡିଟି ରିପୋର୍ଟ ପରେ ପୁଣି ଆଉ ଏକ ଘୋଟାଲାର ମଧ୍ୟ ପର୍ଦ୍ଦାଫାସ ହୋଇଛି । ଚାଉଳ ନଥିବାରୁ ଗତ ଜୁଲାଇ ମାସରେ ଜିଲ୍ଲାର ଶତାଧିକ ବିଦ୍ୟାଳୟରେ ୪ ଦିନ କାଳ ବନ୍ଦ ରହିଥିଲା । ଫଳରେ ଭୋକିଲା ଫେରିଥିଲେ ପିଲାମାନେ । ଏରସମା, ଜୁଜଙ୍ଗ, ତିର୍ତ୍ତୋଲ ଓ ବାଲିକୁଦା ଆଦି ବ୍ଲକରେ ୨ଶହରୁ ଉର୍ଦ୍ଧ୍ବ ସ୍କୁଲରେ ରୋଷେଇ ବନ୍ଦ ରହିଥିଲା । ହେଲେ ଦାୟିତ୍ବରେ ଥିବା ଚାଉଳ ବଣ୍ଟନକାରୀ ସଂସ୍ଥା ପ୍ରତି ମାସରେ ନିୟମିତ ଚାଉଳ ଉଠାଉଥିଲେ ।

ଗତ ଏପ୍ରିଲ ମାସରେ ୨୦ ଦିନର ଚାଉଳ ଉଠା ଯାଇଥିଲେ ମଧ୍ୟ ତାକୁ ବିଦ୍ୟାଳୟ ଗୁଡିକୁ ବଂଟନ କରାନଯାଇ ସଂପୂର୍ଣ୍ଣ ହଡପ କରାଯାଇଥିବା ତଦନ୍ତରୁ ଜଣାଯାଇଛି ।

ଏ ସଂପର୍କରେ ରିକଭରୀ ତାଲିକାରେ ନାଁ ବାହାରିଥିବା କେତେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଏହାକୁ ଅସ୍ବୀକାର କରିବା ସହ ସେମାନଙ୍କ ପାଖରେ ସମସ୍ତ କାଗଜ ପତ୍ର ରହିଥିବାର କହିବା ସହ ଅଡିଟ୍ ଠିକ୍ ଭାବରେ ହୋଇ ନଥିବା ଅଭିଯୋଗ କରିଛନ୍ତି ।

ସେହିପରି ସମାନ ଅଭିଯୋଗ କଳାହାଣ୍ଡି ଜିଲ୍ଲାରୁ ଆସିଛି । ସ୍କୁଲଗୁଡିକୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ଚଳୁ କରିଦିଆଯାଇଛି । ଜିଲ୍ଲାରେ ୨୦୧୫-୧୭ ଆର୍ଥିକ ବର୍ଷ ରାଜ୍ୟ ସରକାରଙ୍କ ଏଡିଟ ରିପୋର୍ଟରେ ପ୍ରାୟ ୬ ଶହ ୪ କ୍ବିଣ୍ଟାଲ୍ ଚାଉଳ ଅର୍ଥ।ତ୍ ୧୯ ଲକ୍ଷରୁ ଅଧିକ ଟଙ୍କା ଚାଉଳ ହେରଫେର ହୋଇଛି । ଏ ନେଇ ରାଜ୍ୟ ସରକାର ଜିଲ୍ଲା ଶିକ୍ଷା ବିଭାଗକୁ ଦେଢବର୍ଷ ତଳୁ ନୋଟିସ ଜାରି କରିଛନ୍ତି ।

ଏହା ମଧ୍ୟରେ ଅନେକ ସ୍ଲୁଲ ଶିକ୍ଷକ ଚାଉଳ ଟଙ୍କା ଭରଣା କରିବା ପାଇଁ ନୋଟିସ୍ ହୋଇଛି । ଯେଉଁଥିରେ କେସିଗଂ। ବ୍ଲକର ୭ଟି ସ୍କୁଲ ୬୦ ହଜାର ୨୭୦ଟଙ୍କା, ମଦନପୁର ରାମପୁରର ୭ ଗୋଟି ସ୍ଲୁଲ ୧୭ହଜାର ୫୦୭ଟଙ୍କା, ଭବାନୀପାଟଣାର ୪ ଗୋଟି ସ୍କୁଲ ୧୦ ହଜାର ୪୫ ଟଙ୍କା, ଥୁଆମୂଳରାମପୁରର ୭ ଗୋଟି ସ୍ଲୁଲ ୪୦ ହଜାର ଟଙ୍କା, କଲମପୁର ବ୍ଲକର ଗୋଟିଏ ସ୍ଲୁଲ ୫ ହଜାର ୭୭୦ ଟଙ୍କା, ଏଭଳି ଲକ୍ଷେ ୩୩ ହଜାର ୭୫୪ ଟଙ୍କା ଫେରସ୍ତ ଚାଉଳ ଚଳୁର ସଂଗୀନ ଅଭିଯୋଗକୁ ପ୍ରମାଣିତ କରୁଛି । ଯାହାକୁ ଖୋଦ୍ ଜିଲ୍ଲା ଶିକ୍ଷା ଅଧିକାରୀ  ସ୍ବୀକାର କରିଛନ୍ତି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

   Related Posts