Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଆଇରନରେ ଭରପୁର ଏହି ୫ଟି ଫଳ: ହେମୋଗ୍ଲୋବିନ୍ ସ୍ତର ବୃଦ୍ଧି କରିଥାଏ, ମହିଳାଙ୍କ ପାଇଁ ବହୁତ ଲାଭଦାୟକ

19/01/2021 at 4:09 PM

ଭୁବନେଶ୍ୱର ୧୯/୦୧ : ଯଦି ଆପଣଙ୍କ ଶରୀରରେ ଆଇରନ ଅଭାବ ରହିଛି ତାହେଲେ ସତର୍କ ହୋଇଯାଆନ୍ତୁ। ଆଇରନ୍ ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ଥକାପଣ, ମୁଣ୍ଡ ବୁଲାଇବା, ଏନିମିଆ ଭଳି ସମସ୍ୟା ହୋଇପାରେ। ମହିଳାଙ୍କ ମଧ୍ୟରେ ଆଇରନ ଅଭାବ ସମ୍ଭାବନା ଅଧିକ ରହିଛି। ପୁଷ୍ଟିକର ଖାଦ୍ୟାଭାବ, ମହିଳାଙ୍କ ଋତୁଚକ୍ର ଓ ଗର୍ଭାବସ୍ଥା ସମୟରେ ଆଇରନ ଅଭାବ ଦେଖାଦେଇଥାଏ। ଯେଉଁଥିପାଇଁ ଥକାପଣ ଓ ଦୁର୍ବଳତା ଅନୁଭୂତ ହୋଇଥାଏ। ଆଇରନ୍ ଅଭାବରେ ରକ୍ତରେ ହେମୋଗ୍ଲୋବିନ ସ୍ଥର କମିଯାଇଥାଏ। ଆଇରନ୍ ଅଭାବ ଦୂର କରିବାକୁ କିଛି ଡାଏଟରେ କିଛି ମହତ୍ତ୍ୱପୂର୍ଣ୍ଣ ଫଳ ସାମିଲ କରିବା ଆବଶ୍ୟକ। ଜାଣନ୍ତୁ କେଉଁ କେଉଁ ଫଳ ଆଇରନର ଅଭାବ ଦୂର କରିଥାଏ।

. ଡାଳିମ୍ବଶରୀରରେ ଆଇରନ ଅଭାବ ଦେଖାଦେଲେ ଡାକ୍ତର ମଧ୍ୟ ସର୍ବ ପ୍ରଥମେ ଡାଳିମ୍ବ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି। ଏନିମିଆ ଦୂର କରିବାକୁ ଡାଳିମ୍ବ ସବୁଠାରୁ ଅଧିକ ପ୍ରଭାବଶାଳୀ। ସକାଳୁ ଗୋଟିଏ ଡାଳିମ୍ବ ବା ଗୋଟିଏ ଗ୍ଲାସ ଡାଳିମ୍ବ ଜୁସ ସେବନ କଲେ କେବେ ବି ଆଇରନ ଅଭାବ ଦେଖାଦେଇନଥାଏ ଓ ମୁହଁରେ ବି ଗ୍ଲୋ ଆସିଥାଏ। 

୨. ବିଟ୍ – ବିଟ୍ ସାଧାରଣତଃ ସମସ୍ତଙ୍କୁ ପସନ୍ଦ ନୁହେଁ। କିନ୍ତୁ ଏହା ବହୁତ ଗୁଣକାରୀ। ଏହାକୁ ଆପଣ ସାଲାଡ଼ରେ ପକାଇ ମଧ୍ୟ ସେବନ କରିପାରିବେ । ଅନ୍ୟାନ୍ୟ ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରିପାରିବେ। ବିଟ୍ ସେବନ ଦ୍ୱାରା ହେମୋଗ୍ଲୋବିନ ସ୍ତର ବୃଦ୍ଧି ପାଇଥାଏ। ଏନିମିଆ ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ।

. ପାଳଙ୍ଗ ପାଳଙ୍ଗ ଶାଗ ଫାଇବର ଓ ଆଇରନରେ ଭରପୁର। ପାଳଙ୍ଗରେ ବହୁ ମାତ୍ରାରେ ଆଇରନ ରହିଛି ଯାହା ଶରୀର ପାଇଁ ବହୁତ ଲାଭଦାୟକ। ତା’ଛଡା ପାଳଙ୍ଗରେ କ୍ୟାଲସିୟମ୍, ସୋଡିୟମ୍, କ୍ଳୋରିନ୍, ଫସଫରସ୍, ଲୌହ, ପ୍ରୋଟିନ ଆଦି ମଧ୍ୟ ରହିଛି। 

. ପିଜୁଳି ପିଜୁଳିରେ ମଧ୍ୟ ବହୁ ମାତ୍ରାରେ ଆଇରନ ରହିଛି। ଯେଉଁମାନଙ୍କର ହେମୋଗ୍ଲୋବିନ ସମସ୍ୟା ରହିଛି ସେମାନେ ପିଜୁଳି ନିଶ୍ଚୟ ସେବନ କରିବା ଉଚିତ। ମହିଳାଙ୍କ ପାଇଁ ପିଜୁଳି ବହୁତ ଲାଭଦାୟକ।

. ଡ୍ରାଏ ଫ୍ରୁଟ୍ସ ଖଜୁରୀ, ଅଖରୋଟ୍, ପେସ୍ତା, କିସମିସ୍ ଭଳି ଡ୍ରାଏ ଫ୍ରୁଟ୍ସ ଆଇରନରେ ଭରପୁର। ଏହା ରକ୍ତରେ ରେଡ ବ୍ଲଡ଼ ସେଲ ବୃଦ୍ଧି କରିଥାଏ। ବାଦାମ ମଧ୍ୟ ଆଇରନଯୁକ୍ତ। ଆଇରନ ସମସ୍ୟା ଦୂର କରିବାକୁ ବାଦାମ ମଧ୍ୟ ସେବନ କରିବା ଉଚିତ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts