ଜଙ୍ଗଲରେ ପଡିଛି ଲକର, ପାଖରେ ପଡିଛି ଶାବଳ ଓ ହାତୁଡି…

Published By : Prameya-News7 Bureau | August 06, 2019 IST

ଅନୁଗୁଳ୬|୮: ପୁରୁଣାଗଡ଼ ସୋରିଷପାଳ ଜଙ୍ଗଲରେ ଏକ ଲକର ପଡିଥିବା ଜଣାପଡିଛି । କେହି ଦୁର୍ବୁତ୍ତ ଚୋରି କରିଥିବା ଲକରକୁ ଫିଟାଇ ନପାରି ଜଙ୍ଗଲରେ ଫିଙ୍ଗି ପଳାଇ ଯାଇଥିବା ଅନୁମାନ କରାଯାଉଛି। ପାଖରେ ଏକ ଶାବଳ ଆଉ ହାତୁଡି ରହିଛି ।

{"id":141370}

ସକାଳୁ ସ୍ଥାନୀୟ ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଲକରକୁ ଦେଖି ପୋଲିସକୁ ଖବର ଦେଇଥିଲେ। ବନ୍ତଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛିଦିନ ତଳେ ଖାଲ ଗାଁ ସମବାୟ ସମିତିର ଏକ ଲକର ଚୋରି ହୋଇଥିଲା। ତାର ଅନୁସନ୍ଧାନ ଚାଲିଛି।

{"id":141371}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.