ରାସ୍ତାରେ ଜଳିଲା ଆଇରନ୍ ବୋଝେଇ ଟ୍ରକ

Published By : Prameya-News7 Bureau | June 23, 2020 IST

ଯାଜପୁର୨୩/୬: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ନିକଟ ତୋଷାଳି ହୋଟେଲ ସମ୍ମୁଖରେ ହୁତୁ ହୁତୁ ହୋଇ ଜଳିଗଲା ଆଇରନ୍‌ ବୋଝେଇ ଟ୍ରକ। ଟ୍ରକଟି ପାରଦୀପ ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥରେ ଅଟକି ରହିଥିଲା ।ଗାଡ଼ିରେ ଅଚାନକ ନିଆଁ ଲାଗିଯିବା ଫଳରେ ଟ୍ରକଟି ହୁତୁ ହୁତୁ ହୋଇ ଜଳି ଯାଇଥିଲା । କେମିତି ନିଆଁ ଲାଗିଲା, ତାହା​‌ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକରୁ ନିଆଁ ଲିଭିବା ପରେ ବାଲିଚନ୍ଦ୍ରପୁର ପୋଲିସ୍‌ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.