ବିମାନରେ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ଅଭଦ୍ର ବ୍ୟବହାର କରିଥିବା ଆଇରିସ୍ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | July 04, 2019 IST

ସସେକ୍ସ: ଗତ ନଭେମ୍ବର ମାସରେ ମୁମ୍ବାଇ-ଲଣ୍ଡନ ଏୟାର ଇଣ୍ଡିଆ ବିମାନରେ ଜଣେ ଚାଳକ ଦଳ ସଦସ୍ୟଙ୍କ ପ୍ରତି ବର୍ଣ୍ଣବିଦ୍ୱେଷ ଆକ୍ଷେପ କରିଥିବା ଆଇରିସ୍ ମହିଳା ତାଙ୍କ ଘରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ ତେବେ ମହିଳାଙ୍କୁ ସିମୋନ ବର୍ଣ୍ଣ ଓ ତାଙ୍କ ବୟସ ୫୧ ବର୍ଷ ଭାବେ ଚିହ୍ନଟ କରାଯାଇଛି। ସେ ଜଣେ ଅନ୍ତର୍ଜାତୀୟ ଆଇନଜୀବି । ଗତ ନଭେମ୍ବର ମାସରେ ବିମାନ ଯାତ୍ରା କରୁଥିବା ବେଳେ ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରିୟୁଙ୍କୁ ଅଧିକ ମଦ ଦେବାକୁ କହିଥିଲେ। ତେବେ ସେ ତାହା ନ କରିବାକୁ ତାଙ୍କୁ ଅଭଦ୍ର ଗାଳିଗୁଲଜ କରିଥିଲେ।

ଏ ନେଇ ଏୟାର ଇଣ୍ଡିଆ ପକ୍ଷରୁ ପୋଲିସରେ ଏତଲା ଦିଆଯାଇଥିବା ବେଳେ ବିମାନ ଲଣ୍ଡନରେ ଅବତରଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏଥିପାଇଁ ତାଙ୍କୁ ପରେ ବ୍ରିଟିଶ କୋର୍ଟ ୬ମାସ ଜେଲ ଦଣ୍ଡାଦେଶ କରିଥିଲେ। ଜେଲରୁ ମୁକ୍ତ ହୋଇ ଫେରିବା ପରେ ମହିଳାଙ୍କୁ ତାଙ୍କ ପୂର୍ବ ସସେକ୍ସ ସ୍ଥିତ ବାସଭବନରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି।  ହୁଏତ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ତେବେ ମାମଲାର ଯାଞ୍ଚ ଜାରି ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.