୩୦୦ ବର୍ଷ ପୁରୁଣା ଭୁତ ସହ ବିବାହ ପରେ ଏବେ ହେବ ଛାଡପତ୍ର

Published By : Prameya-News7 Bureau | June 29, 2019 IST

ଆପଣମାନେ ରଖିଥିବେ କିଛି ଦିନ ପୂର୍ବରୁ ଜଣେ ଆଇରିଶ ମହିଳା ୩୦୦ ବର୍ଷ ପୁରୁଣା ସମୁଦ୍ରୀ ଡକାୟତକୁ ବିବାହ କରିଥିବା ଦାବି କରିଥିଲେ । ମହିଳା ଜଣକ ହେଲେ ଅମାଣ୍ଡା ଟିଗ୍ । ସେ ୩୦୦ ବର୍ଷ ପୁରୁଣା ଭୁତକୁ ବାହାହୋଇଥିଲେ ବୋଲି କହିଥିଲେ । ଏବେ ସେ ଏହି ଭୁତ ଠାରୁ ଅଲଗା ହେବା ପାଇଁ ଚାହୁଁଛନ୍ତି, ଅର୍ଥାତ ବିବାହ ବିଚ୍ଛେଦ । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । ଅମାଣ୍ଡା ପାଇରେଟ୍ସ ଅଫ୍ କାରବୀୟନ୍ ସହିତ ବିବାହ କରିଥିଲେ ବୋଲି ଦାବି କରିଥିଲେ । ତେବେ ଏବେ ସେ ତାଙ୍କ ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଟିଗ କହିଛନ୍ତି ବିବାହ ବିଚ୍ଛେଦ କଥା ଜାଣି ଭୁତ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲା ।

{"id":128498}

ମହିଳା ଅଇରୀଶ ମିରର ସହ ଏକ ଇଣ୍ଟରଭିୟୁରେ ବିବାହ ବିଚ୍ଛେଦ କଥା କହିଥିଲେ । ସେ କହିଥିଲେ ଯେ, ଏବେ ସମସ୍ତେ ଜାଣିବେ ଯେ ମୋ ବୈବାହିକ ଜୀବନ ଶେଷ ହୋଇଯାଇଛି । ମୁଁ ସମସ୍ତଙ୍କୁ ଉଚିତ ଉପାୟରେ ସବୁ କଥା କହିବି । ଆଧ୍ୟାତ୍ମ ଚିନ୍ତାଧାରା ରଖୁଥିବା ଲୋକେ ଟିକିଏ ସାବଧାନ ହୁଅନ୍ତୁ ।

{"id":128499}

ପିପାଳ ଅନୁଯାୟୀ, ୨୦୧୪ ମସିହାରେ ଟିଗ୍ ଜେକଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ଏହାପରେ ଟିଗ୍ ଜେକଙ୍କୁ ବିବାହ କରିଥିଲେ । ବିବାହକୁ ୬ ବର୍ଷ ବିତିଗଲାଣି । ଯେଉଁ ଭୁତ ସହ ଟିଗ୍ ବିବାହ କରିଥିଲେ ସେ ଅଷ୍ଟାଦଶ ଶତାବ୍ଦୀର ସମୁଦ୍ର ଡକାୟତ ଥିଲା । ଥରେ ଟିଗ୍ ଶୋଇଥିବାବେଳେ ଜେକ ତାଙ୍କୁ ଛାଡି ଚାଲିଯାଇଥିଲା ।

{"id":128500}

ଟିଗ୍ କହିଛନ୍ତି ସେ ଜେକଙ୍କ ସହ ବହୁତ ସମୟ ଅତିବାହିତ କରିଛନ୍ତି । ସେ ଜେକଙ୍କ ରୋମାଣ୍ଟିକ ଭାବନା ଦେଖି ଭୟଭୀତ ହୋଇଯାଇଥିଲେ ବୋଲି କହିଛନ୍ତି । ତେବେ ସେ ଜେକଙ୍କ ଠାରୁ କେବଳ ଯୌନ ସମ୍ପର୍କ ନୁହେଁ ବରଂ ଆହୁରି ଅଧିକା ଆଶା ରଖିଥିଲେ ବୋଲି କହିଛନ୍ତି । ସେ କହିଛନ୍ତି ତାଙ୍କ ଯୌବନ ସମୟରେ ତାଙ୍କୁ ଶିଖା ଯାଇଥିଲା ଯେ, ଯଦି ତୁମ ସହିତ ଜଣେ ଯୌନ ସମ୍ପର୍କ ରଖୁଛି ତାହେଲେ ସେ ତୁମକୁ ନିଶ୍ଚୟ ବିବାହ କରିବ ।

{"id":128504}

ଏହି ବିବାହକୁ ସେ ଆଧ୍ୟାତ୍ମିକ ବିବାହ ବୋଲି ଭାବିଥିଲେ । କିନ୍ତୁ ସେମିତି କିଛି ବି ହୋଇନଥିଲା ବୋଲି କହିଛନ୍ତି ଟିଗ୍ । ସେ କହିଛନ୍ତି ଅଧିକାଂଶ ପୁରୁଷ କେବଳ ଯୌନ ସମ୍ପର୍କରେ ହିଁ ଖୁସି ହୋଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.