ଚୟନକର୍ତ୍ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ଇରଫାନ, କହିଲେ ‘୩୦ ବର୍ଷରେ ମୋତେ ବୁଢା କରିଦେଲେ’

Published By : Prameya-News7 Bureau | May 10, 2020 IST

ନୂଆଦିଲ୍ଲୀ, ୧୦|୦୫:   ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ ସେହି ଖେଳାଳିଙ୍କ ମଧ୍ୟରୁ ଜଣେ ଯିଏ ଭଲ ପ୍ରଦର୍ଶନ କରିଥିବା ସତ୍ୱେ ଦଳରୁ ବାଦ୍ ପଡିଥିଲେ । ଏହାପରେ ସେ କ୍ରିକେଟକୁ ଅଲବିଦା କହି କ୍ୟାରିଅର ଶେଷ କରିଥିଲେ । ସେ ୩୦ ବର୍ଷରେ ଅବସର ନେଇଥିଲେ । ୨୦୦୩ରେ ଭାରତ ପାଇଁ ପଦାର୍ପଣ କରିଥିବା ଇରଫାନ ସୁରେଶ ରାଇନାଙ୍କ ସହ ଇନଷ୍ଟାଗ୍ରାମ ଚାଟରେ ଅନେକ ଆଲୋଚନା କରିଛନ୍ତି । ସେ ଶ୍ରୀଲଙ୍କା ବିରୋଧରେ ୨୦୧୨ରେ ଖେଳିଥିବା ଇନିଂସକୁ ସବୁଠାରୁ ଅଧିକ ଆକର୍ଷଣୀୟ ବୋଲି କହିଛନ୍ତି । ଏହି ଦିନିକିଆ ତାଙ୍କ କ୍ୟାରିଅରର ଶେଷ ମ୍ୟାଚ ହୋଇଥିବା ମଧ୍ୟ ଇରଫାନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଇରଫାନ କହିଛନ୍ତି ଯେ, ଭାରତ ଓ ଅଷ୍ଟ୍ରେଲିଆ, ଇଂଲଣ୍ଡର ଚିନ୍ତାଧାରା ମଧ୍ୟରେ ଫରକ ରହିଛି । ମାଇକେଲ ହସି ୨୯-୩୦ ବର୍ଷରେ ପଦାର୍ପଣ କରିଥିଲେ । ସେ ଅବସର ନେବା ବେଳେ ମହାନ କ୍ରିକେଟର ଭାବେ ଗଣା ହେଉଥିଲେ । କିନ୍ତୁ ଭାରତରେ କେହି ୩୦ ବର୍ଷରେ ପଦାର୍ପଣ କରିବା କଥା ଚିନ୍ତା କରିବେ ନାହିଁ । ସେମାନେ ବୃଦ୍ଧ ହେବାକୁ ଲାଗିଥାନ୍ତି । ତାଙ୍କୁ ୩୦ ବର୍ଷ ବୟସେ ବୃଦ୍ଧ କରାଇ ଦିଆଯାଇଥିଲା । ଯେଉଁ ଖେଳାଳି ୩୦ ବର୍ଷରୁ ଅଧିକ ଓ ବୋର୍ଡର ରାଡାରରେ ନାହାଁନ୍ତି ସେମାନଙ୍କୁ ଅନ୍ୟ ଲିଗ୍ ଖେଳିବା ପାଇଁ ସୁଯୋଗ ଦିଆଯିବା ଦରକାର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଜ ନିଜ ମଧ୍ୟରେ ଆଲୋଚନା କରାଯିବା ଉଚିତ । ଯଦି କେହି ରାଇନା, ହରଭଜନ ସିଂଙ୍କ ଭଳି ଖେଳାଳିଙ୍କ ସହ ଆଲୋଚନା କରେ ତେବେ ବହୁତ କିଛି ଶିଖିବାକୁ ମିଳିବ । ତେବେ ଏବେ କେହି ନିଜ ନିଜ ମଧ୍ୟରେ ଆଲୋଚନା କରିବାକୁ ଚାହୁଁନଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.