ଇରଫାନ ପଠାନ ମାରିଲେ ଏମିତି ଲମ୍ବା ଛକା, ଆବାକ୍ ହେଲେ ସଚିନ, ଦେଖନ୍ତୁ ପୁରା ଭିଡିଓ

Published By : Prameya-News7 Bureau | March 11, 2020 IST

ନୂଆଦିଲ୍ଲୀ ୧୧।୦୩ : ଅନଏକାଡେମୀ ରୋଡ୍ ସେଫଟୀ ଓ୍ଵାର୍ଲ୍ଡ ସିରିଜରେ ଭାରତୀୟ କିମ୍ବଦନ୍ତୀ ଓ ଶ୍ରୀଲଙ୍କା କିମ୍ବଦନ୍ତୀ ମଧ୍ୟରେ ଖେଳା ଯାଇଛି। ଏଥିରେ ଭାରତ ୫ ଓ୍ଵିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହିତ ଭାରତ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ଅପରାଜିତ ୫୭ ରନର ଧୂଆଁଧାର ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ସେ ୩୧ ବଲରୁ ୬ ଚୌକା ଓ ୩ ଛକା ଜରିଆରେ ୫୭ ରନ କରିଥିଲେ। ତାଙ୍କର ଦମଦାର ସଟ୍ ଦେଖି ସଚିନ ତେନ୍ଦୁଲକର ମଧ୍ୟ ଚକିତ ହୋଇ ପଡିଥିଲେ। ସେ ନିଜକୁ ଅଟକାଇ ନପାରି ଡ୍ରେସିଂ ରୁମରୁ ବାହାରକୁ ଆସି ତାଳି ବଜାଇବାକୁ ଲାଗିଥିଲେ। କାହାରିକୁ ମଧ୍ୟ ଆଶା ନଥିଲା ଯେ, ଭାରତ ଏହି ମ୍ୟାଚକୁ ଜିତି ନେବ। ମାତ୍ର ଇରଫାନ  ପଠାନଙ୍କ ଚତ୍ମକାର ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି।

wp:core-embed/twitter {"url":"https://twitter.com/MUHAMMEDJABIR78/status/1237567646201049088?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237567646201049088\u0026ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Find-l-vs-sl-l-irfan-pathan-stunning-sixes-and-match-winning-knock-sachin-tendulkar-reaction-viral-vi-2192911","type":"rich","providerNameSlug":"twitter","className":""}
https://twitter.com/MUHAMMEDJABIR78/status/1237567646201049088?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237567646201049088&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Find-l-vs-sl-l-irfan-pathan-stunning-sixes-and-match-winning-knock-sachin-tendulkar-reaction-viral-vi-2192911
/wp:core-embed/twitter

ଭାରତୀୟ କିମ୍ବଦନ୍ତୀ ଟସ୍ ଜିତି ପ୍ରଥମେ ବୋଲିଂ କରି ଶ୍ରୀଲଙ୍କା କିମ୍ବଦନ୍ତୀଙ୍କୁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟରେ ୧୩୮ ରନରେ ସୀମିତ ରଖିଥିଲେ। ଏହା ପରେ ବିଜୟ ଲକ୍ଷ୍ୟ ପିଛା କରି ଆଠଟି ବଲ ପୂର୍ବରୁ ଦଳ ବିଜୟ ହାସଲ କରିଥିଲା। ୧୩୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତୀୟ କିମ୍ବଦନ୍ତୀଙ୍କ ଆରମ୍ଭ ଖରାପ ରହିଥିଲା। ଗତ ମ୍ୟାଚରେ ଦମଦାର ଅର୍ଦ୍ଧଶତକ ଲଗାଇଥିବା ବୀରେନ୍ଦ୍ର ସେହ୍ଵାଗ(୩) ଓ ଅଧିନାୟକ ସଚିନ ତେନ୍ଦୁଲକର(୦) ଶସ୍ତାରେ ଆଉଟ୍ ହୋଇଥିଲେ। ଯୁବରାଜ ସିଂହ(୧) କିଛି ଖାସ୍ କରି ପାରିନଥିଲେ।

ଏହା ପରେ ମହମ୍ମଦ କୈଫ(୪୬) ଓ ସଞ୍ଜୟ ବାଙ୍ଗର(୧୮) ଚତୁର୍ଥ ଓ୍ଵିକେଟ୍ ଲାଗି ୪୩ ରନର ଭାଗିଦାରୀ କରିଥିଲେ। ଏହି ସମୟରେ ଦଳୀୟ ସ୍କୋର ୬୨ ରନରେ ବାଙ୍ଗର ଆଉଟ୍ ହୋଇଥିଲେ। ଏହା ପରେ କୈଫ ଅର୍ଦ୍ଧଶତକ ପୂରଣ କରିବା ପୂର୍ବରୁ ଆଉଟ୍ ହୋଇଥିଲେ। ପଞ୍ଚମ ବ୍ୟାଟସମ୍ୟାନ ଭାବେ ସେ ପାଭିଲିୟନ ଫେରିଥିଲେ।

ଭାରତକୁ ଅନ୍ତିମ ୫ ଓଭରରେ ବିଜୟ ପାଇଁ ୫୫  ରନ କରିବାର ଥିଲା। ଦଳ ଇରଫାନ ପଠାନଙ୍କୁ ଆଶା ରଖିଥିଲା। ପଠାନ ମନପ୍ରୀତ ଗୋନି(ଅପରାଜିତ ୧୧)ଙ୍କ ସହିତ ଷଷ୍ଠ ଓ୍ଵିକେଟରେ ୫୮ ରନ ଭାଗିଦାରୀ ଯୋଡି ଭାରତୀୟ କିମ୍ବଦନ୍ତୀଙ୍କୁ ୫ ଓ୍ଵିକେଟରେ ବିଜୟୀ କରାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.