ଲକଡାଉନରେ ମନକୁ ଛୁଇଁଲା ଇରଫାନ ପଠାନଙ୍କ ଭିଡିଓ : କହିଲେ "ଏବେ ତ ସୁଧୁରି ଯାଅ ନହେଲେ..."

Published By : Prameya-News7 Bureau | April 17, 2020 IST

ମୁମ୍ବାଇ ୧୭/୦୪ : ଟିମ ଇଣ୍ଡିଆର ପୂର୍ବତ୍ତନ କ୍ରିକେଟ ଖେଳାଳି ତଥା କମେଣ୍ଟେଟର ଇରଫାନ ପଠାନ ବର୍ତ୍ତମନ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ଅଛନ୍ତି | ସେ ପୋଷ୍ଟ କରୁଥିବା ଭିଡିଓଗୁଡିକୁ ଲୋକେ ବହୁତ ପସନ୍ଦ କରୁଛନ୍ତି | କେତେବେଳେ ସେ ନିଜ ଭାଇ ୟୁସୁଫ ପଠାନଙ୍କ ସହ ଭିଡିଓ ତିଆରି କରୁଛନ୍ତି ତ କେତେବେଳେ ପିତାଙ୍କ ସହ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳୁଛି | ଏବେ ମଧ୍ୟ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି | ଏହି ଭିଡିଓଟି ଲୋକଙ୍କ ମନ କିଣି ନେଇଛି | ଇରଫାନ ଏହି ଭିଡିଓକୁ ଟିକଟକ ଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି |

wp:core-embed/instagram {"url":"https://www.instagram.com/p/B_Ct99kBMPm/","type":"rich","providerNameSlug":"instagram","className":""}
https://www.instagram.com/p/B_Ct99kBMPm/
/wp:core-embed/instagram

ଭିଡିଓରେ ଇରଫାନ କହିଛନ୍ତି, " ଯେବେଠାରୁ ଦୁନିଆ ସୃଷ୍ଟି ହୋଇଛି ଧର୍ମ ନାଁରେ ଖାଲି ବ୍ୟବସାୟ ହେଉଛି | କିନ୍ତୁ ଦୁଃଖର କଥା ହେଲା ଯେ ଏବେ ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ଅନ୍ଧ ହୋଇଗଲାଣି | ଧର୍ମକୁ ଯେଉଁ କିଛି ଲୋକେ ଧନ୍ଦା କରିଥିଲେ ତାହା ବର୍ତ୍ତମାନ ଅସନା ହେବାକୁ ଲାଗିଲାଣି | ଝଗଡା ଏମାନେ କରୁଛନ୍ତି କିନ୍ତୁ ତାର ଫାଇଦା ଅନ୍ୟମାନେ ଉଠାଉଛନ୍ତି | ସୁଧୁରିଯାଅ ମଣିଷ, ଏବେ ତ ସମୟ ବି ସରିଆସିଲାଣି |" 

ଇରଫାନ ପଠାନ ଓ ତାଙ୍କ ଭାଇ ୟୁସୁଫ ପଠାନ କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ମାନବୀୟ ଆଧାରରେ ୪ ହଜାର ମାସ୍କ ଦାନ କରିଛନ୍ତି | ଇରଫାନ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ | ଭିଡିଓରେ ସେ କହିଥିଲେ ଯେ, ସେ ଓ ତାଙ୍କ ଭାଇ ମହମୁଦ ଖାନ ପଠାନ ଚାରିଟେବଲ ଟ୍ରଷ୍ଟ ନାଁରେ ମାସ୍କ କିଣିଛନ୍ତି | ଏହି ଟ୍ରଷ୍ଟ ପରିଚାଳନା ତାଙ୍କ ପିତା କରନ୍ତି | ଏହି ମାସ୍କ ସେ ବଡୋଦରା ସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଇଛି | ସେମାନେ ଏହି ମାସ୍କ ଲୋକଙ୍କୁ ବାଣ୍ଟିବେ ଯାହାକୁ ମାସ୍କ ଦରକାର ଅଛି |

ଭାରତରେ କରୋନା ଭାଇରସ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ତାଜା ଖବର ଅନୁଯାୟୀ, ଭାରତରେ ସଂକ୍ରମଣ ସଂଖ୍ୟା ୧୩ ହଜାର ଛୁଇଁଲାଣି | ୨୪ ଘଣ୍ଟା ମଧ୍ୟରେ ୮୨୬ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୨୮ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୭ ହୋଇଛି | ୧୫୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.