Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଇରଫାନ ପଠାନଙ୍କ ଆଇପିଏଲ୍ ୨୦୨୦ ଡ୍ରିମ୍ ଟିମ୍‌ରେ ନାହାନ୍ତି କୋହଲି-ରୋହିତ: କାୟରାନ୍ ପୋଲାର୍ଡଙ୍କୁ କଲେ କ୍ୟାପଟେନ୍

17/11/2020 at 1:43 PM

ନୂଆଦିଲ୍ଲୀ ୧୭/୧୧ : ପୂର୍ବତନ ଭାରତୀୟ ଅଲରାଉଣ୍ଡର ତଥା କ୍ରିକେଟ ବିଶେଷଜ୍ଞ ଇରଫାନ୍ ପଠାନ୍ ନିଜର ଆଇପିଏଲ ଡ୍ରିମ୍ ଟିମ୍ କରିଛନ୍ତି। ନିଜ ଟିମରୁ ଇରଫାନ୍ ପଠାନ୍ ରୟାଲ୍ ଚେଲେଞ୍ଜର୍ସ ବାଙ୍ଗାଲୋର କ୍ୟାପଟେନ୍ ବିରାଟ କୋହଲି ଓ ମୁମ୍ବାଇ ଇଂଡିଆନ୍ସ କ୍ୟାପଟେନ ରୋହିତ ଶର୍ମାଙ୍କୁ ବାହାର କରିଦେଇଛନ୍ତି। ଆଇପିଏଲ୍ ୨୦୨୦ରେ କୋହଲି ନିଜ ଟିମକୁ ପ୍ଳେଅଫ୍ ଯାଏଁ ନେଇଯାଇଥିଲେ। ରୋହିତ ଆଇପିଏଲର ପଞ୍ଚମ ଟ୍ରଫି ଜିତିଛନ୍ତି। କିନ୍ତୁ ତଥାପି ଇରଫାନ୍ ପଠାନ୍ ୨୦୨୦ ଟିମରେ ଏହି ଦୁଇ ଖେଳାଳିଙ୍କୁ ନେଇନାହାନ୍ତି।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ନଭେମ୍ବର ୧୦ ତାରିଖରେ ଶେଷ ହୋଇଛି। ଦୁବାଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ମୁମ୍ବାଇ ଇଂଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାଜିତ କରି ବିଜୟ ହାସଲ କରିଛି। ଆଇପିଏଲ୍ ଶେଷ ହେବାପରେ ଅନେକ ପୂର୍ବତନ ଖେଳାଳି ଓ କ୍ରିକେଟ୍ ବିଶେଷଜ୍ଞ ନିଜ ନିଜ ଆଇପିଏଲ୍ ୨୦୨୦ ଟିମ୍ ତିଆରି କରିଛନ୍ତି। ଏହି ତାଲିକାରେ ବର୍ତ୍ତମାନ ଇରଫାନ୍ ପଠାନଙ୍କ ନାଁ ମଧ୍ୟ ସାମିଲ ହୋଇଛି।  

ଇରଫାନ ପଠାନ ନିଜର ଆଇପିଏଲ୍ ୨୦୨୦ ଡ୍ରିମ୍ ଟିମରେ କେଏଲ୍ ରାହୁଲ ଓ ଶିଖର ଧୱନଙ୍କୁ ଓପନର୍ ଭାବେ ସାମିଲ କରିଛନ୍ତି। ୩ ନମ୍ବର ଖେଳାଳି ପାଇଁ ସେ ମୁମ୍ବାଇ ଇଂଡିଆନ୍ସର ସୂର୍ଯ୍ୟକୁମାର ଯାଦବଙ୍କୁ ବାଛିଛନ୍ତି। ପୂର୍ବତନ ଭାରତୀୟ ପେସର୍ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ସୂର୍ଯ୍ୟକୁମାରଙ୍କ ପାଇଁ ଏହି ଆଇପିଏଲ୍ ସିଜନ୍ ସ୍ମରଣୀୟ ଥିଲା।

ଏବି ଡିଭିଲିୟର୍ସଙ୍କୁ ମଧ୍ୟ୍ୟକ୍ରମରେ ରଖି ଇରଫାନ ପଠାନ ଥ୍ରୀ ଡାଇମେନ୍ସନ ପ୍ଲେୟର କାୟରାନ ପୋଲାର୍ଡଙ୍କୁ ଆଇପିଏଲ ୨୦୨୦ର କ୍ୟାପଟେନ୍ କରିଛନ୍ତି। ସେ କହିଛନ୍ତି, ‘ମୁଁ ଚାହୁଁଚି କାୟରାନ୍ ପୋଲାର୍ଡ ପାଞ୍ଚ ନମ୍ବରରେ ବ୍ୟାଟିଂ କରନ୍ତୁ। ସେ ମୋ ଟିମର କ୍ୟାପଟେନ ମଧ୍ୟ ହେବେ। ମୋ ପାଖରେ ହାର୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ମଧ୍ୟ ଥିଲା, କିନ୍ତୁ ସେ ବଲିଙ୍ଗ କରୁନାହାନ୍ତି। ପୋଲାର୍ଡ ବଲିଙ୍ଗ ମଧ୍ୟ କରିବେ। ସେ ଜଣେ ଭଲ ଫିଲ୍ଡର ମଧ୍ୟ। ସେଥିପାଇଁ ମୁଁ ଥ୍ରୀ ଡାଇମେନ୍ସନାଲ ଖେଳାଳିଙ୍କୁ ବାଛିବି।’

ତାଙ୍କ ଟିମରେ ଅଛନ୍ତି, କେଏଲ ରାହୁଲ, ମାର୍କସ ସ୍ଟେଇନିସ, ରାହୁଲ ତେୱତିୟା, ୟୁଜବେନ୍ଦ୍ର ଚହଲ, କଗିସୋ ରବାଡା, ଯଶପ୍ରୀତ ବୁମରାହ ଓ ମହମ୍ମଦ ସାମୀ, ଶିଖର ଧୱନ, ସୂର୍ଯ୍ୟକୁମାର ଯାଦବ, ଏବି ଡିଭିଲିୟର୍ସ(ୱିକେଟ କିପର), କାୟରାନ ପୋଲାର୍ଡ(କ୍ୟାପଟେନ)।

   Related Posts