Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ବିରାଟଙ୍କ ପ୍ରଶଂସାରେ ଶତମୁଖ ଏହି ପୂର୍ବତନ କ୍ରିକେଟର, କହିଲେ ‘ପୂର୍ବରୁ କହିଥିଲି, ଏବେ ବି କହୁଛି କୋହଲି ଟେଷ୍ଟର ଶ୍ରେଷ୍ଠ ଅଧିନାୟକ’

7/12/2021 at 1:04 PM

ନୂଆଦିଲ୍ଲୀ ୦୭/୧୨: ସୋମବାର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ବିରାଟ ବ୍ରିଗେଡ୍ ସିରିଜକୁ ୧-୦ରେ ଜିତି ନେଇଛି । ଆଗକୁ ଟିମ୍ ଇଣ୍ଡିଆ ୨୬ ଡିସେମ୍ବରରୁ ଦକ୍ଷିଣ ଆଫ୍ରିକା ଗସ୍ତ କରବି । ସେଠାରେ ତିନୋଟି ଟେଷ୍ଟ ଏବଂ ୩ ODI ଖେଳିବ । ମୁମ୍ବାଇ ଟେଷ୍ଟରେ ବିରାଟ ହୁଏତ ବ୍ୟାଟିଂରେ କିଛି କମାଲ କରିନଥିଲେ, କିନ୍ତୁ ତାଙ୍କ ସର୍ବଶ୍ରେଷ୍ଠ କ୍ୟାପ୍ଟେନ୍ସି ଦେଖିଥିଲା ସାରା ଦେଶ ।

ଆଉ ତାଙ୍କର ଏହି ସଫଳତା ପରେ ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି ଦର୍ଶକ । କେବଳ ଦର୍ଶକ ନୁହେଁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଇରଫାନ ପଠାନ ମଧ୍ୟ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ କୋହଲିଙ୍କୁ ଶ୍ରେଷ୍ଠ ଟେଷ୍ଟ ଅଧିନାୟକ ବୋଲି ବର୍ଣ୍ଣନା କରିଛନ୍ତି । ପଠାନ ଟୁଇଟ୍ କରି କହିଛନ୍ତି ଯେ ମୁଁ ଏହା ପୂର୍ବରୁ କହିଛି, ଏବେ ବି କହୁଛି, ବିରାଟ କୋହଲି ହେଉଛନ୍ତି ଭାରତର ସର୍ବଶ୍ରେଷ୍ଠ ଟେଷ୍ଟ ଅଧିନାୟକ । ସେ ୫୯.୦୯ ପ୍ରତିଶତ ବିଜୟ ସହ ଶୀର୍ଷରେ ଅଛନ୍ତି । ଦ୍ୱିତୀୟ ମାନ୍ୟତା ପ୍ରାପ୍ତ ଅଧିନାୟକଙ୍କ ବିଜୟ ହାର ରହିଛି ୪୫ । ରନ୍ ଦୃଷ୍ଟିରୁ ଟେଷ୍ଟ କ୍ରିକେଟରେ ଭାରତୀୟ ଦଳ ପାଇଁ ଏହା ସବୁଠାରୁ ବଡ ବିଜୟ ଥିଲା ।

ପୂର୍ବ ରେକର୍ଡ ଥିଲା ୩୩୭ ରନ୍, ଯାହାକି ଭାରତୀୟ ଦଳ ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲା । ପରେ ୨୦୧୬ରେ ଇନ୍ଦୋର ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୨୧ ପରାସ୍ତ କରି ଭାରତ ତାଲିକାରେ ତିନି ନମ୍ବର ସ୍ଥାନରେ ରହିଥିଲା । ମୁମ୍ବାଇରେ ଏହି ବିଜୟ ସହିତ ଭାରତ କ୍ରମାଗତ ୧୪ ତମ ସିରିଜ ବିଜୟ ହାସଲ କରିଛି । ଏଥି ସହିତ କୋହଲିଙ୍କ ନେତୃତ୍ୱରେ କ୍ରମାଗତ ଭାବେ ୧୧ ତମ ସିରିଜ୍ ବିଜୟ ହସାଲ କରିଛି ।

   Related Posts