Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

୨୯.୦୧.୨୦୦୬: ଆଜିର ଦିନରେ ପ୍ରଥମ ଓଭରରେ ହ୍ୟାଟ୍ରିକ୍ ନେଇ ଇତିହାସ ରଚିଥିଲେ ଇରଫାନ ପଠାନ

29/01/2021 at 4:01 PM

ନୂଆଦିଲ୍ଲୀ ୨୯।୦୧: ଇରଫାନ ପଠାନ ଭାରତର ପୂର୍ବତନ ବାମହାତୀ ବୋଲର ଯିଏ ବଲକୁ ହାଓ୍ଵାରେ ସୁଇଙ୍ଗ୍ କରି ପାରନ୍ତି। କିନ୍ତୁ ପାକିସ୍ତାନର ପୂର୍ବତନ  ଅଧିନାୟକ ଜାଭେଦ ମିଆଁଦାଦ କହିଥିଲେ ଯେ, ଇରଫାନଙ୍କ ପରି ବୋଲର ପାକିସ୍ତାନର ଗଳି କନ୍ଦିରେ ବୁଲୁଛନ୍ତି। କିନ୍ତୁ ଇରଫାନ ପାକିସ୍ତାନ ଗସ୍ତରେ ଯାଇ କରାଚିରେ ଏମିତି କରିସ୍ମା କଲେ ଯାହା ଆଜି ମଧ୍ୟ କ୍ରିକେଟ୍ ଇତିହାସରେ କୀର୍ତ୍ତିମାନ ହୋଇ ରହିଛି। ତାଙ୍କର ଏହି ରେକର୍ଡ ଆଜି ମଧ୍ୟ ଲୋକଙ୍କ ମନରେ ଆନ୍ଦୋଳିତ କରୁଛି। ୨୦୦୬ ଆଜିର ଦିନରେ ଇରଫାନ ପଠାନ ଟେଷ୍ଟ କ୍ରିକେଟ୍‌ରେ ହ୍ୟାଟ୍ରିକ ନେଇ ଏକ ନୂତନ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ।

ପଠାନ ଆଜିର ଦିନରେ ୨୦୦୬ ମସିହାରେ ପାକିସ୍ତାନ ବିପକ୍ଷ ଟେଷ୍ଟର ପ୍ରଥମ ଓଭରରେ ହ୍ୟାଟ୍ରିକ ନେଇ ଇତିହାସ ରଚିଥିଲେ। ଟେଷ୍ଟ କ୍ରିକେଟ୍‌ରେ ହ୍ୟାଟ୍ରିକ ଓ୍ଵିକେଟ୍ ନେବାରେ ସେ ହରଭଜନ ସିଂହଙ୍କ ପରେ ଦ୍ଵିତୀୟ ଭାରତୀୟ ବୋଲର ହୋଇଥିଲେ। ମାତ୍ର ପ୍ରଥମ ଓଭରରେ ହ୍ୟାଟ୍ରିକ ନେବାରେ ସେ ପ୍ରଥମ ବୋଲର ଥିଲେ। ଆଇସିସି ମଧ୍ୟ ପଠାନଙ୍କ ଏହି ଉପଲବ୍ଧିକୁ ପ୍ରଶଂସା କରିଛି।

୨୦୦୬ ଜାନୁଆରୀ ୨୯ରେ ପାକିସ୍ତାନ ଓ ଭାରତ ମଧ୍ୟରେ କରାରି ଟେଷ୍ଟ ଆରମ୍ଭ ହୋଇଥିଲା। ଏହା ସିରିଜ୍‌ର ତୃତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍‌ ଥିଲା। ସିରିଜ୍‌ର ଦୁଇଟି ମ୍ୟାଚ୍‌ ଡ୍ର ରହିଥିଲା। ତେଣୁ ଏହି ମ୍ୟାଚ୍‌ର ଗୁରୁତ୍ଵ ଅଧିକ ବଢି ଯାଇଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରୁଥିଲା। ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରଥମ ଓଭର ବୋଲିଂ ପାଇଁ ଇରଫାନ ପଠାନଙ୍କୁ ବଲ୍  ଦେଇଥିଲେ। ପ୍ରଥମ ବଲ୍ ସାମ୍ନା କରିଥିଲେ ସଲମାନ ବଟ୍ଟ। ପ୍ରଥମ ତିନୋଟି ବଲ୍‌ ଡଟ୍‌ ରହିଥିଲା। ଚତୁର୍ଥ ବଲ୍‌ରେ ସଲମାନଙ୍କ ବ୍ୟାଟ୍‌ରେ ଏଜ୍‌ ଲାଗି ବଲ୍‌ ପ୍ରଥମ ସ୍ଲିପରେ ଛିଡା ହୋଇଥିବା ରାହୁଲ ଦ୍ରାବିଡଙ୍କ ହାତକୁ ଯାଇଥିଲା। ରାହୁଲ କୌଣସି ଭୁଲ୍ ନକରି କ୍ୟାଚ୍‌ ଧରିଥିଲେ।

ଏହା ପରେ କ୍ରିଜ୍‌କୁ ଆସିଥିଲେ ୟୁନୁସ ଖାନ। ପଞ୍ଚମ ବଲ୍ ସ୍ଵିଙ୍ଗ  ହୋଇ ଭିତରକୁ ଆସିଥିଲା। ୟୁନୁସ୍ ଭୁଲ୍ ଲାଇନରେ ଖେଳି ବସିଥିଲେ। ବଲ୍‌ ତାଙ୍କ ପ୍ୟାଡ୍‌ରେ ବାଜିଥିଲା ଏବଂ ସେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଏହା ପରେ ଆସିଥିଲେ ମହମ୍ମଦ ୟୁସୁଫ। ପଠାନ ଆଉ ଏକ ସ୍ଵିଙ୍ଗ୍ ବଲ୍ କରିଥିଲେ। ବଲ୍ ସିଧା ଯାଇ ଷ୍ଟମ୍ପ ଉଖାଡିଥିଲା ଏବଂ ଏଥିସହ ଇରଫାନ ହ୍ୟାଟ୍ରିକ୍ ଓ୍ଵିକେଟ୍ ପୂରଣ କରିଥିଲେ।

ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ମଧ୍ୟ କମରାନ ଆକମଲଙ୍କ ଇନିଂସ ଦମରେ ପାକିସ୍ତାନ ନିଜର ସ୍ଥିତି ମଜବୁତ କରିବାରେ ସଫଳ ହୋଇଥିଲା। ପାକିସ୍ତାନ ୫୯୯/୭ରେ ପ୍ରଥମ ଇନିଂସ ଘୋଷଣା କରିଥିଲା। ଭାରତ ଏହି  ମ୍ୟାଚ୍‌ରେ ପରାଜିତ ହୋଇଥିଲା।

   Related Posts