ଅଷ୍ଟ୍ରେଲିଆ ଗସ୍ତରେ ଇରଫାନଙ୍କୁ ସୁଯୋଗ ଦେବା ପାଇଁ ଚାହୁଁନଥିଲେ ଗାଙ୍ଗୁଲୀ, ୧୭ ବର୍ଷ ପରେ ସାମ୍ନାକୁ ଆସିଲା ସତ

Published By : Prameya-News7 Bureau | June 04, 2020 IST

ନୂଆଦିଲ୍ଲୀ, ୦୪|୦୬:  ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର୍ ଇରଫାନ ପଠାନ ନିଜ ପଦାର୍ପଣକୁ ନେଇ ଅକ ବଡ ବୟାନ ଦେଇଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କୁ ୧୯ ବର୍ଷ ବୟସ ହୋଇଥିଲା । କିନ୍ତୁ ତତ୍କାଳୀନ ଭାରତୀୟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲୀ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ନେବାକୁ ଚାହୁଁ ନଥିଲେ ବୋଲି ପଠାନ କହିଛନ୍ତି ।

ଇରଫାନ କହିଛନ୍ତି ଯେ,ସେ ୧୯ ବର୍ଷ ବୟସରେ ସିରିଜ ଖେଳିଥିଲେ । ଏହା ତାଙ୍କ ପାଇଁ ଏକ ବହୁତ ବଡ କଥା ଥିଲା । ସେହି ସମୟରେ ଗାଙ୍ଗୁଲୀ ତାଙ୍କ ପାଖକୁ ଆସିଥିଲେ । ଏପରିକି ଅଷ୍ଟ୍ରେଲିଆ ଗସ୍ତରେ ସେ ତାଙ୍କୁ ନେବାକୁ ଚାହାଁନ୍ତି ନାହିଁ ବୋଲି କହିଥିଲେ । ଟିମ୍ ବୈଠକରେ ମଧ୍ୟ ଏନେଇ ଆଲୋଚନା ହୋଇଥିଲା । ବୟସ କମ ହୋଇଥିବାରୁ ଏହି ଗସ୍ତ ପାଇଁ ସେ ଅନଫିଟ୍ ବୋଲି ଗାଙ୍ଗୁଲୀ ତାଙ୍କୁ କହିଥିଲେ ।  କିନ୍ତୁ ତାଙ୍କ ବୋଲିଂ ମଧ୍ୟ ଦେଖିବା ପରେ ଗାଙ୍ଗୁଲୀଙ୍କ ଭାବନାରେ ପରିବର୍ତ୍ତନ ହୋଇଥିଲା  । ଏହି ଟେଷ୍ଟ୍ ସିରିଜରେ ଇରଫାନ ମାଥ୍ୟୁ ହେଡେନଙ୍କୁ ପ୍ରଥମ ଶିକାର କରିଥିଲେ । ଇରଫାନଙ୍କ ସ୍ୱିଂ ବୋଲି କଙ୍ଗାରୁ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଇଥିଲା ।

ଇରଫାନ ଆହୁରି କହିଛନ୍ତି ଯେ, ତାଙ୍କ କ୍ୟାରିଅରରେ ଗାଙ୍ଗୁଲୀଙ୍କ ବହୁତ ବଡ ଅବଦାନ ରହିଛି । ଦାଦା ଯେଉଁ ଖେଳାଳିଙ୍କୁ ପସନ୍ଦ କରୁଥିଲେ ତାଙ୍କୁ ସମର୍ଥନ କରୁଥିଲେ । ଯଦି ଖେଳାଳି ଭଲ ପ୍ରଦର୍ଶନ କରୁଥିଲେ ତାଙ୍କୁ ଦାଦା ଦଳରେ ସାମିଲ କରୁଥିଲେ । ଗାଙ୍ଗୁଲୀଙ୍କ ସହ ଖେଳିବା ବେଳେ ଆତ୍ମ ବିଶ୍ୱାସ ବଢିଥାଏ । ଇରଫାନ ତିନୋଟି ଫର୍ମାଟରେ ୩୦୦ଟି ଓ୍ୱିକେଟ୍ ନେଇଥିବା ବେଳେ ସେ ପାକିସ୍ତାନ ବିପକ୍ଷରେ ହାଟ୍ରିକ୍ ମଧ୍ୟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.