ଇସ୍ରାଏଲ-ପାଲେଷ୍ଟାଇନ୍‌ ପ୍ରସଙ୍ଗରେ ମୁହାଁମୁହିଁ ହେଲେ ଇରଫାନ ପଠାନ ଓ କଙ୍ଗନା ରଣାଓ୍ଵତ, ପରସ୍ପରକୁ ଦେଲେ ଜ୍ଞାନବାଣୀ

Published By : Prameya-News7 Bureau | May 13, 2021 IST

ନୂଆଦିଲ୍ଲୀ ୧୩।୦୫: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ଟ୍ଵିଟର ଆକାଉଣ୍ଟ ନିକଟରେ ବନ୍ଦ ହେବା ପରେ ମଧ୍ୟ ସେ ସାମାଜିକ ଗଣମାଧ୍ୟମରେ ଖୁବ୍ ସକ୍ରିୟ ଅଛନ୍ତି। ଏବେ ସେ ନିଜ ବିଚାର ରଖିବା ପାଇଁ ଇନଷ୍ଟାଗ୍ରାମର ସାହାରା ନେଇଛନ୍ତି। ସେ ଇସ୍ରାଏଲ-ପାଲେଷ୍ଟାଇନ୍‌ ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ଇସ୍ରାଏଲର ସମର୍ଥନ କରିଛନ୍ତି। ଏହା ମଧ୍ୟରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ କଙ୍ଗନାଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରିଛନ୍ତି।

ଇରଫାନ ସାମାଜିକ ଗଣମାଧ୍ୟମରେ ମଙ୍ଗଳବାର ପାଲେଷ୍ଟାଇନ୍‌ର ସମର୍ଥନ କରିଥିଲା। ଏଥିସହ କାଗିସୋ ରାବଡାଙ୍କ ଟ୍ଵିଟ୍‌କୁ ମଧ୍ୟ ରିଟ୍ଵିଟ୍‌ କରିଥିଲେ। ସେ #PrayforPalestine ଲେଖିଥିଲେ। ଏହା ପରେ କଙ୍ଗନା ରଣାଓ୍ଵତ ଇନଷ୍ଟାଗ୍ରାମରେ ନିଜର ସନ୍ଦେଶ ପୋଷ୍ଟ କରିଛନ୍ତି। ଏଥିସହ ନିଜର ଇନଷ୍ଟାଗ୍ରାମରେ ବିଧାୟକ ଦିନେଶ ଚୌଧୁରୀଙ୍କ ଟ୍ଵିଟ୍ ଛାଡିଛନ୍ତି।

{"id":452025,"sizeSlug":"large","linkDestination":"none"}

ବିଜେପି ବିଧାୟକ ଦିନେଶ ଚୌଧୁରୀ ଟ୍ଵିଟ୍ କରି ଲେଖିଥିଲେ ଯେ, ଇରଫାନ ପଠାନ ଅନ୍ୟ ଦେଶ ପ୍ରତି ଏତେ ପ୍ରେମ, ମାତ୍ର ନିଜ ଦେଶରେ ପଶ୍ଚିମବଙ୍ଗରେ ଘଟୁଥିବା ଘଟଣା ଉପରେ ଟ୍ଵିଟ୍ କରି ପାରୁ ନାହାନ୍ତି।

wp:html /wp:html

୩୬ ବର୍ଷର ଏହି ପୂର୍ବତନ ଅଲରାଉଣ୍ଡର ପୁଣି ଥରେ ଜବାବ ଦେଇ ଲେଖିଛନ୍ତି, ମୋର ସମସ୍ତ ଟ୍ଵିଟ୍ ମାନବତା କିମ୍ବା ଦେଶବାସୀଙ୍କ ପାଇଁ ହୋଇଥାଏ। ସେଥିରେ ସେହି ମନୁଷ୍ୟର ଦୃଷ୍ଟିକୋଣ ରହିଥାଏ ଯିଏ ଦେଶର ସର୍ବୋଚ୍ଚ ସ୍ତରରେ ପ୍ରତିନିଧିତ୍ଵ କରିଛି। ଅନ୍ୟପଟେ କଙ୍ଗନା ଯାହାଙ୍କ ଅକାଉଣ୍ଟ ଘୃଣା ପ୍ରଚାର କାରଣରୁ ସସପେଣ୍ଡ କରି ଦିଆଯାଇଛି ଏବଂ ଏମିତି ଲୋକ ଅଛନ୍ତି ଯାହାଙ୍କ ପେଡ୍ ଆକାଉଣ୍ଟରେ ଘୃଣା ପ୍ରସାର କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.