Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଲକଡାଉନ୍‌ରେ ପ୍ରଭାବିତ ଶ୍ରମିକଙ୍କ ପାଇଁ ବ୍ରତ ରଖିଲେ ଇରଫାନ…

10/04/2020 at 5:11 PM

ମୁମ୍ବାଇ୧୦/୦୪: କରୋନା ଭାଇରସ୍‌ ବିରୋଧରେ ସାରା ଦୁନିଆ ଯୁଦ୍ଧ କରୁଛି | ଏହି ମହାମାରୀରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ସବୁ ରାଷ୍ଟ୍ର ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି। ଭାରତରେ ନେତା ଅଭିନେତା ସମସ୍ତେ ଏହି ଭାଇରସ ବିରୋଧରେ ନିଜ ସ୍ତରରେ ଯୁଦ୍ଧ ଜାରି ରଖିଛନ୍ତି | କିଛି ତାରକା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି | ଅନ୍ୟପକ୍ଷେ କିଛି ତାରକା ଲଗାତାର ସଚେତନତା ବାର୍ତ୍ତା ଦେଉଛନ୍ତି| ଲୋକଙ୍କୁ ସଚେତନ କରିବାକୁ କିଛି ବଲିଉଡ୍ ତାରକା ନିଜ ନିଜ ଘରେ ରହି କରୋନା ସମ୍ପର୍କିତ ଏକ ସର୍ଟ ଫିଲ୍ମ ମଧ୍ୟ କରିଛନ୍ତି | ବଲିଉଡ୍ ତାରକା ଇରଫାନ ଖାନ ଘୋଷଣା କରିଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ସହିତ ହୋଇଥିବା ଦୁର୍ବ୍ୟବହାରର ପଶ୍ଚାତାପ ସ୍ୱରୂପ ଏପ୍ରିଲ ୧୦ ତାରିଖରେ ସେ ୧୨ ଘଣ୍ଟା ପାଇଁ ବ୍ରତ ପାଳନ କରିବେ|

ଇରଫାନ ଖାନ୍ ଆଜି ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ବ୍ରତ ପାଳନ କରିବେ ବୋଲି ସୋସିଆଲ ମିଡ଼ିଆରେ ଘୋଷଣା କରିଛନ୍ତି| ଗରୀବ, ବଞ୍ଚିତ, ଶୋଷିତ ସମାଜର ଶ୍ରମିକଙ୍କ ପାଇଁ ସେ ବ୍ରତ ପାଳନ କରିଛନ୍ତି। ଯେଉଁମାନେ ଲକଡାଉନ୍ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଇରଫାନ ବ୍ରତ ପାଳନ କରିଛନ୍ତି| ଇରଫାନ ଖାନ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି | ଏହି ଫଟୋରେ ସେ ଲେଖିଛନ୍ତି, “ଆମେ ଶ୍ରମିକଙ୍କ ସହିତ ଯେଉଁ ଦୁର୍ବ୍ୟବହାର କରିଛୁ ତାହାର ପଶ୍ଚାତାପ ପାଇଁ ମୁଁ ଶୁକ୍ରବାର ଦିନ ବ୍ରତ ପାଳନ କରିବି |

କ୍ୟାନସରରୁ ହରାଇ ଇରଫାନ ଖାନ ସୁସ୍ଥ ହୋଇ ଭାରତକୁ ଫେରିବା ପରେ ଇମ୍ରାନଙ୍କ ଫିଲ୍ମ ଇଂରାଜୀ ମିଡିୟମ ରିଲିଜ ହୋଇଥିଲା | କିନ୍ତୁ ଠିକ ସମୟରେ କରୋନା ଯୋଗୁଁ ଫିଲ୍ମରୁ ଅଧିକ ଆୟ କରିପାରିନଥିଲା | ଲକଡାଉନ ପାଇଁ ଫିଲ୍ମ ଚାଲି ପାରିନଥିଲା | ଏହି ଫିଲ୍ମରେ ଇରଫାନଙ୍କ ସହ କରିନା କପୁର, ଦୀପକ ଦେବରୀୟାଲ ଏବଂ ରାଧିକା ମଦାନ ଅଭିନୟ କରିଛନ୍ତି |

   Related Posts