Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫିଲ୍ମ ଶୁଟିଂ ପରେ ମୁମ୍ବାଇ ଫେରିଲେ ଏହି ଅଭିନେତା, ହ୍ବିଲଚେୟାରେ ବସି ଲୁଚାଇଲେ ଚେହେରା, ଜାଣନ୍ତୁ କାରଣ

ମୁମ୍ବାଇ୧୪|୯: ବଲିଉଡର ପ୍ରତିଭାଶାଳୀ ଅଭିନେତା ଇରଫାନ ଖାନ ନିଜ ଆଗାମୀ ଫିଲ୍ମ “ଅଂଗ୍ରେଜି ମିଡିଅମ୍‌” ଶୁଟିଂରେ ବ୍ୟସ୍ତ ଥିଲେ। ଫିଲ୍ମ ଶୁଟିଂ ପାଇଁ ସେ ବିଦେଶ ଯାଇଥିଲେ। ଏବେ ସେ ଶୁଟିଂ ସାରି ଭାରତ ଫେରିଛନ୍ତି। ଇରଫାନଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଛି।ତେବେ ତାଙ୍କର ଏଭଳି ଫଟୋ ଦେଖି ଲୋକେ ଆଚମ୍ବିତ ହୋଇଥିବେ। କାରଣ ହ୍ବୀଲ ଚେୟାରରେ ଏୟାରପୋର୍ଟରେ ଇରଫାନ ମିଡିଆକୁ ଦେଖି ନିଜ ଚେହେରା ଲୁଚାଇଥିଲେ। ଏଥିରୁ ଜଣା ପଡୁଛି ଯେ, ସେ ଫଟୋ ଉଠାଇବା ପାଇଁ ଚାହୁଁନଥିଲେ।

କେବଳ ସେତିକି ନୁହେଁ ଇରଫାନ ହୁଇଲ ଚେୟାରରେ ବସି ଆସୁଥିଲେ । ଗତ ବର୍ଷ ଇରଫାନ ଟୁଇଟ୍‌ ଦ୍ବାରା ଫ୍ୟାନ୍ସଙ୍କୁ ନିଜ କ୍ୟାନସର ରୋଗ ବିଷୟରେ କହିଥିଲେ। ଇରଫାନ ଚିକିତ୍ସା ପାଇଁ ଲଣ୍ଡନରେ ଥିଲେ ଓ ଏହି ବର୍ଷ ଆରମ୍ଭରେ ସେ ଭାରତ ଆସିଥିଲେ। ତେବେ ତାଙ୍କୁ ଏଭଳି ହୁଇଲଚେୟାରରେ ଦେଖି ଜଣା ପଡୁଛି ଯେ, ସେ ଧିରେ ଧିରେ ତାଙ୍କ ରୋଗରୁ ଠିକ୍‌ ହେଉଛନ୍ତି। ଦର୍ଶକ ଆଶା କରୁଛନ୍ତି ଯେ, ସେ ଶୀଘ୍ର ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇଯାଆନ୍ତୁ।

ଚଳିତ ବର୍ଷ ଇରଫାନ ଭାରତ ଫେରିବା ପରେ ଫ୍ୟାନ୍ସ ବହୁତ ଉତ୍ସାହିତ ଥିଲେ। କାରଣ ଦର୍ଶକ ଇରଫାନଙ୍କୁ ପରଦାରେ ଦେଖିବା ପାଇଁ ଚାହାନ୍ତି। ତେବେ ଇରଫାନଙ୍କ ଆଗାମୀ ଫିଲ୍ମ “ଅଂଗ୍ରେଜି ମିଡିଅମ୍‌” ହେଉଛି” ହିନ୍ଦି ମିଡିୟମ” ଫିଲ୍ମର ସିକ୍ବଲ।

“ ହିନ୍ଦି ମିଡିୟମ” ୨୦୧୭ ମସିହାରେ ରିଲିଜ ହୋଇଥିଲା।“ ଅଂଗ୍ରେଜି ମିଡିଅମ୍‌”ରେ ଇରଫାନଙ୍କ ବିପକ୍ଷରେ ଅଭିନେତ୍ରୀ କରୀନା କପୁର ଅଭିନୟ କରୁଛନ୍ତି। ଫିଲ୍ମରେ ଅଭିନେତ୍ରୀ ରାଧିକା ମଦନ ଇରଫାନଙ୍କ ଝିଅର ଭୂମିକାରେ ଅଭିନୟ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଇରଫାନ ଖୁବ ଶୀଘ୍ର ଅଭିନେତ୍ରୀ କାଜୋଲଙ୍କ ସହ ଫିଲ୍ମ କରିବେ।




8465 Views

   ସମ୍ବନ୍ଧିତ ଖବର