Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମୁମ୍ବାଇ ଫେରିଲେ ଇରଫାନ ଖାନ : ଖୁବ ଶୀଘ୍ର ହିନ୍ଦୀ ମିଡିୟମ-୨ ପାଇଁ ଆରମ୍ଭ କରିବେ ସୁଟିଂ

9/03/2019 at 12:21 PM

ମୁମ୍ବାଇ ୯/୩ : ବଲିଉଡ ଅଭିନେତା ଇରଫାନ ଖାନ ମୁମ୍ବାଇ ଫେରି ଆସିଛନ୍ତି | ପାଖାପାଖି ୮ ମାସ ପରେ ମୁମ୍ବାଇ ଏୟାରପୋର୍ଟରେ ଫଟୋଗ୍ରାଫର ଇମ୍ରାନ ଖାନଙ୍କୁ ଦେଖିବାକୁ ପାଇଛନ୍ତି | ସୋସିଆଲ ମିଡ଼ିଆ ଜରିଆରେ ଇରଫାନ ନିଜ ପ୍ରଶଂସକଙ୍କୁ ନିଜ ରୋଗ ସମ୍ପର୍କରେ ଜଣାଇଥିଲେ | ନିଜ ଚିକିତ୍ସା ପାଇଁ ସେ ବହୁତ ଦିନ ହେଲା ବିଦେଶରେ ଥଲେ | ଚିକିତ୍ସା ସାରି ସେ ଭାରତକୁ ଫେରି ଆସିଛନ୍ତି | ମୁମ୍ବାଇ ଏୟାରପୋର୍ଟରେ ସେ ନିଜ ମୁହଁରେ ରୁମଲ ବାନ୍ଧି ଏବଂ ଏକ ଟୋପି ପିନ୍ଧି ଓହ୍ଲାଇଥିଲେ | ସେ ଏକ ଚଷମା ମଧ୍ୟ ପିନ୍ଧିଥିଲେ |


ସୂଚନାଯୋଗ୍ୟ ଯେ, ଇରଫାନ ଖାନ ତାଙ୍କ ଅଭିନୀତ ଫିଲ୍ମ ହିନ୍ଦୀ ମିଡିୟମର ସୁଟିଂ ବେଳେ ହଠାତ ରୋଗରେ ପଡ଼ିଥିଲେ | ଏହାପରେ ସେ ଚିକିତ୍ସା ପାଇଁ ବିଦେଶକୁ ଚାଲିଯାଇଥିଲେ | ହିନ୍ଦୀ ମିଡିୟମ ୨ ରେ ସେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି |


ଇରଫାନ ଏବେ ଯାଏଁ ନିଜ ତରଫରୁ କୌଣସି ମତାମତ ଦେଇନାହାନ୍ତି | ଇରଫାନ ଖାନଙ୍କ ବନ୍ଧୁ ତଥା ନିର୍ଦେଶକ ତିଗମାଂଶୁ ଧୁଳିଆ କହିଥିଲେ ଯେ, ଇରଫାନ ଭାରତ ଫେରିବା ପରେ ସେ ତାଙ୍କୁ ସାକ୍ଷାତ କରିବାକୁ ଯିବେ | ଇରଫାନ ଖୁବ ଶୀଘ୍ର କାମ ଆରମ୍ଭ କରିବେ ବୋଲି କହିଥିଲେ | ଇରଫାନ ବଲିଉଡ ସହ ହଲିଉଡ଼ରେ ମଧ୍ୟ ଅଭିନୟ କରିଛନ୍ତି | ହଲିଉଡ଼ ଫିଲ୍ମ ଜୁରାସିକ ୱାର୍ଲଡରେ ଇରଫାନ ଏକ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ |


ଇରଫାନଙ୍କ ହିନ୍ଦୀ ମିଡିୟମରେ ନୂଆ ଦିଲ୍ଲୀର ଅନେକ ବଡ ବଡ ସ୍କୁଲରେ ଆଡ଼ମିସନ ସମସ୍ୟା ଉପରେ ଆଧାରିତ ଥିଲା | ହିନ୍ଦୀ ମିଡିୟମ ୨ ଠିକ ସେହିଭଳି ଉଚ୍ଚ ଶିକ୍ଷା ପାଇଁ ବିଦେଶରେ ପାଠ ପଢ଼ିବା ପାଇଁ ପିଲାଙ୍କ ଅଭିଭାବକ ସାମ୍ନା କରୁଥିବା ସମସ୍ୟା ଉପରେ ଆଧାରିତ ହେବ ବୋଲି ଶୁଣିବାକୁ ମିଳୁଛି |

   Related Posts