'ଆଇ ଲଭ୍ ଇଣ୍ଡିଆ, ମୋତେ ଦେଶଦ୍ରୋହୀ ବୋଲି ଆକ୍ଷେପ କରିବାକୁ ସାହସ କରନି', ଟ୍ରୋଲରଙ୍କୁ ରୋକ୍‌ଠୋକ୍ ଜବାବ ଦେଲେ ଇରଫାନଙ୍କ ପୁଅ ବବିଲ ଖାନ୍

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ, ୩୦|୦୭:    ଦିବଂଗତ ଅଭିନେତା ଇରଫାନ ଖାନଙ୍କ ପୁତ୍ର ବବିଲ ଖାନଙ୍କୁ ସୋସିଆଲ ମିଡିଆରେ ଅନେକ ୟୁଜର ସମାଲୋଚନା କରୁଛନ୍ତି । ଏପରିକି ବବିଲଙ୍କ ଧର୍ମକୁ ନେଇ ମଧ୍ୟ ଆକ୍ଷେପ କରୁଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବବିଲ୍ ।

ଏକ ପୋଷ୍ଟରେ ସେ କହିଛନ୍ତି ଯେ, କିଛି ବ୍ୟକ୍ତି ତାଙ୍କ ନାଁ ଓ ଧର୍ମକୁ ନେଇ ଆପତ୍ତିକର ମନ୍ତବ୍ୟ ଦେଉଛନ୍ତି । ସେ ଆହୁରି କହିଛନ୍ତି ଯେ, କ୍ଷମତାରେ ଥିବା କିଛି ଲୋକ ତାଙ୍କ ନାଁରେ ଖରାପ କଥା କହୁଛନ୍ତି । ଏହା ଦେଖିବା ପରେ ତାଙ୍କ ଟିମ୍ ମଧ୍ୟ କ୍ୟାରିଅର ଶେଷ ହେବା ନେଇ କହିଥିଲେ । ଯାହାକୁ ନେଇ ସେ ଭୟଭୀତ ହୋଇ ଯାଇଛନ୍ତି । ସେ କ୍ୟାରିଅରକୁ ନେଇ ଚିନ୍ତିତ ଅଛନ୍ତି । ତାଙ୍କୁ କେହି ଧର୍ମ ଆଧାରରେ କିଛି କୁହନ୍ତୁ ତାହା ସେ ଚାହାଁନ୍ତି ନାହିଁ । ସେ ଜଣେ ଭାରତୀୟ ନାଗରିକ ।

ସେ ଆହୁରି କହିଛନ୍ତି ଯେ, ଦେଶରେ ଇଦକୁ ଛୁଟି ତାଲିକାରୁ ଚଳିତ ଥର ବାଦ୍ ଦିଆଯାଇଛି । କିନ୍ତୁ ରକ୍ଷାବନ୍ଧନ ପାଳନ କରାଯିବ । ଏହା କିଛି ବଡ କଥା ନୁହେଁ । ସେ ଇଦ୍ ପାଳନ କରିବେ । ତାଙ୍କର କିଛି ବନ୍ଧୁ ଏବେ ଧର୍ମ ପାଇଁ ତାଙ୍କ ସହ କଥା ହେଉନାହାଁନ୍ତି । ସେ ତାଙ୍କ ହିନ୍ଦୁ, ମୁସଲିମ୍, ଖ୍ରୀଷ୍ଟିଆନ୍ ବନ୍ଧୁଙ୍କୁ ମିସ୍ କରୁଛନ୍ତି । ସେ ଭାରତକୁ ଭଲ ପାଆନ୍ତି, ତାଙ୍କୁ କେହି ଦେଶଦ୍ରୋହୀ କହିବାର ସାହସ କାହାର ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.